Posted inଖେଳ

ପ୍ରଜ୍ଞାନ ଓଝାଙ୍କ ଅବସର

ହାଇଦ୍ରାବାଦ,୨୧।୨(ପି.ଟି.)- ରାଜ୍ୟ ତଥା ଦେଶ ପାଇଁ ବହୁ ସଫଳତା ଆଣିଥିବା ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ୩୩ ବର୍ଷୀୟ ବାମହାତୀ ସ୍ପିନର ହାଇଦ୍ରାବାଦ୍‌ ପାଇଁ ଖେଳି ସୁନାମ ଅର୍ଜନ କରିବା ପରେ ଜାତୀୟ ଦଳରେ ସ୍ଥାନ ପାଇଥିଲେ। ସେ ୨୦୦୫ରେ ରେଲ୍‌ଓ୍ବେ ବିପକ୍ଷରେ ରଣଜୀ ପଦାର୍ପଣ କରିଥିଲେ। ପରେ ସେ ହାଇଦ୍ରାବାଦ ଛାଡ଼ି ବେଙ୍ଗଲ ଓ ବିହାର ପକ୍ଷରୁ ମଧ୍ୟ ଖେଳିଥିଲେ। ସେ ୧୦୮ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୪୨୪ ଉଇକେଟ ନେଇଛନ୍ତି। ଭୁବନେଶ୍ୱରରେ ଜନ୍ମିତ ଓଝା ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ଟେଷ୍ଟ ପଦାର୍ପଣ ମ୍ୟାଚ୍‌ ଖେଳିଥିଲେ। ମୋଟ ୨୪ ଟେଷ୍ଟ ଖେଳିଥିବା ଓଝା ୧୧୩ ଉଇକେଟ ନେଇଥିଲେ। ୭ ଥର ଇନିଂସରେ ୫ ଉଇକେଟ ସଫଳତା ପାଇଥିଲେ। ଟେଷ୍ଟ ବ୍ୟତୀତ ଭାରତ ପାଇଁ ୧୮ ଦିନିକିଆ ଓ ୬ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଏକଦା ପଞ୍ଚମ ସ୍ଥାନ ଅକ୍ତିଆର କରିଥିଲେ। ଆଉ ଆଇପିଏଲରେ ପର୍ପଲ କ୍ୟାପ ଜିତିବାରେ ସେ ପ୍ରଥମ ବୋଲର। ଏହା ଥିଲା ତାଙ୍କ କ୍ୟାରିୟରର ଉଲ୍ଲେଖନୀୟ ଘଟଣା। ମୁଁ ଏବେ କମେଣ୍ଟ୍ରି କରିବାକୁ ଚାହୁଁଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ମୋ ପୁଅ ୟୋହାନ ସହ ସମୟ ବିତାଇବି ବୋଲି ଓଝା କହିଛନ୍ତି। ସମୟ ଆସିଯାଇଛି ଜୀବନର ଏକ ପର୍ଯ୍ୟାୟ ଶେଷ କରିବାର। ଯେଉଁ ଭଲପାଇବା ଓ ସମର୍ଥନ ପାଇଛି, ତାହା ମନେ ରହିବ ଓ ମୋତେ ଅନୁପ୍ରାଣିତ କରିବ ବୋଲି ଓଝା ଟୁଇଟ୍‌ କରି ଲେଖ୍‌ତ୍ଛନ୍ତି। ଦଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଖେଳିବା ମୋ ସ୍ବପ୍ନ ଥିଲା। ମୁଁ କେତେ ଭାଗ୍ୟବାନ, ତାହା ବାଖ୍ୟା କରିବା ଲାଗି ମୋ ପାଖରେ ଶଦ୍ଧ ନାହିଁ। ମୋ ସ୍ବପ୍ନ ପୂରା କରିଛି। ଦେଶ ବାସୀଙ୍କଠାରୁ ଭଲ ପାଇବା ଓ ସମ୍ମାନ ପାଇଛି। ଜଣେ କ୍ରୀଡ଼ାବିତ ପାଇଁ ଏହାଠାରୁ ଆଉ କ’ଣ ବଡ଼ ସଫଳତା। କ୍ୟାରିୟରରେ ବହୁ ଉତ୍‌ଥାନ ଓ ପତନ ଦେଇ ଗତି କରିଛି। ଜଣେ କ୍ରୀଡ଼ାବିତ ପାଇଁ କଠିନ ପରିଶ୍ରମ ଓ ନିଷ୍ଠାର ଫଳାଫଳ ହିଁ ସବୁକିଛି ନୁହେଁ। ଟିମ୍‌ ମ୍ୟାନେଜମେଣ୍ଟ, ଦଳୀୟ ସଦସ୍ୟ, କୋଚ୍‌, ଟ୍ରେନର ଓ ପ୍ରଶଂସକଙ୍କ ବିଶ୍ୱାସ ମଧ୍ୟ ଦରକାର। ପ୍ରଜ୍ଞାନ ବିସିସିଆଇ, ଏଚ୍‌ସିଏ, ସିଏବି, ବିହାର ସିଏ ଓ ଆଇପିଏଲ ଦଳ ଡେକାନ ଚାଜର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଦଳ ପ୍ରତି ଧନ୍ୟବାଦ୍‌ ଦେଇଛନ୍ତି। ଏହା ବ୍ୟତୀତ ଓଝା ସିନିୟର ଓ ସାଥି ଖେଳାଳିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭିଭିଏସ୍‌ ଲକ୍ଷ୍ମଣ ମୋତେ ସାନ ଭାଇ ଭଳି ଭଲ କ୍ରୀଡ଼ାବିତ ହେବାରେ ସାହାଯ୍ୟ କରିଥିଲେ। ହରଭଜନ ସିଂ ମୋତେ ସବର୍ଦା ପରାମର୍ଶ ଦିଅନ୍ତି ଓ ମହେନ୍ଦ୍ର ସିଂ ଧୋନୀ ମୋତେ ଟିମ୍‌ ଇଣ୍ଡିଆର କ୍ୟାପ ପିନ୍ଧିବାକୁ ସୁଯୋଗ ଦେଇଥିଲେ। ରୋହିତ ଶର୍ମା ଓ ମନୋଜ ତିଓ୍ବାରୀଙ୍କ ସହ ମୋର ବହୁ ସ୍ମୃତି ରହିଛି, ଯାହା ଆଜୀବନ ମନେ ରହିବ। ଶେଷରେ ସଚିନ ତେନ୍ଦୁଲକରଙ୍କଠାରୁ ଟେଷ୍ଟ କ୍ୟାପ ପାଇବା ଓ ୧୦୦ ଉଇକେଟ ଅଧିକାରୀ ହେବା ମୋ ପାଇଁ ସବୁଠୁ ବଡ଼ ସଫଳତା। ଦେଶରେ କ୍ରିକେଟର ଉନ୍ନତି ଲାଗି ନିଜ ଦକ୍ଷତା ଅନୁଯାୟୀ କାର୍ଯ୍ୟ କରିବି ବୋଲି ବିସିସିଆଇକୁ ପଠାଇଥିବା ଇସ୍ତଫା ପତ୍ରରେ ଓଝା ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri