Categories: ଖେଳ

ପଂଘାଲଙ୍କୁ ସ୍ବର୍ଣ୍ଣ, ମହିଳାରେ ପୂଜା ଶ୍ରେଷ୍ଠ

ବ୍ୟାଙ୍କ୍‌କ, ୨୭ା୪ (ପି.ଟି.)-ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ରେ ଭରତୀୟ ପ୍ରତିଯୋଗୀମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଅମିତ ପଂଘାଲ(୫୨କେଜି) ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ପୂଜା ରାଣୀ (୮୧କେଜି) ମହିଳାଙ୍କ ମଧ୍ୟରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ଭାରତ ଦୁଇ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୭ ବ୍ରୋଞ୍ଜ ସମେତ ମୋଟ ୧୩ ପଦକ ଜିତିଛି। ଗତବର୍ଷ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଜିତିଥିବା ପଂଘାଲ ଏକ ସର୍ବସମ୍ମତି ନିଷ୍ପତ୍ତିରେ କୋରିଆର କିମ୍‌ ଇନ୍‌କ୍ୟୁଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ଚଳିତ ବର୍ଷ ଏହା ହେଉଛି ତାଙ୍କର ଦ୍ୱିତୀୟ ସ୍ବର୍ଣ୍ଣ। ଗତ ଫେବୃୟାରୀରେ ସେ ବୁଲଗେରିଆରେ ଷ୍ଟ୍ରାଣ୍ଡଜା ମେମୋରିଆଲ ଟୁର୍ନାମେଣ୍ଟରେ ଏକ ସ୍ବର୍ଣ୍ଣ ଜିତିଥିଲେ। ୨୦୧୨ରେ ଏହି ଇଭେଣ୍ଟରେ ଏକ ରୌପ୍ୟ ଜିତିଥିବା ୨୮ ବର୍ଷୀୟା ପୂଜା ଚାଇନାର ଓ୍ବାଙ୍ଗ ଲିନାଙ୍କୁ ପରାସ୍ତ କରି ମହିଳାଙ୍କ ମଧ୍ୟରେ ସ୍ବର୍ଣ୍ଣ ହାସଲ କରିଥିଲେ। ଅପ୍ୟପକ୍ଷରେ ଜାତୀୟ ଚାମ୍ପିୟନ ଦୀପକ ସିଂ (୪୯କେଜି), କବିନ୍ଦର ସିଂ ବିସ୍ତ୍‌ (୫୬କେଜି) ଏବଂ ଆଶିଷ କୁମାର (୭୫କେଜି) ପ୍ରମୁଖ ସେମାନଙ୍କ ଫାଇନାଲ ବାଉଟ ହାରି ରୌପ୍ୟ ପଦକ ପାଇଥିଲେ।

Share