Posted inଖେଳ

ନ୍ୟାଶନାଲ ମାଷ୍ଟର୍ସ ଗେମ୍ସ ମହିଳା ଫୁଟବଲ; ଗୀତାଞ୍ଜଳିଙ୍କ ନେତୃତ୍ୱରେ ଖେଳିବ ଓଡ଼ିଶା

ଭୁବନେଶ୍ୱର, ୨।୨(କ୍ରୀଡ଼ା ପ୍ରତିନିଧି)- ବରୋଦାରେ ନ୍ୟାଶନାଲ ମାଷ୍ଟର୍ସ ଗେମ୍ସର ୩ୟ ସଂସ୍କରଣ ଚଳିତ ମାସ ୫ରୁ ୯ ପର୍ଯ୍ୟନ୍ତ ଅନଷ୍ଠିତ ହେବ। ଏଥିରେ ମହିଳା ଓ ପୁରୁଷ ଫୁଟବଲ, ଆଥଲେଟିକ୍ସ, ବ୍ୟାଡ୍‌ମିଣ୍ଟନ ଓ ଭଲିବଲ ଆଦି ଇଭେଣ୍ଟରେ ଓଡ଼ିଶାଦଳ ଅଂଶଗ୍ରହଣ କରିବ। ପ୍ରତିଯୋଗିତାରେ ଓଡ଼ିଶାର ୧୦୬ ଜଣିଆ ପ୍ରତିନିଧି ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଡ଼ିଶାର ପ୍ରଥମ ମହିଳା ଫୁଟବଲ ଅଧିନାୟିକା ଗୀତାଞ୍ଜଳି ସାମନ୍ତରାୟ ଆଗାମୀ ଟୁର୍ନାମେଣ୍ଟରେ ଓଡ଼ିଶା ଦଳର ନେତୃତ୍ୱ ନେବେ। ଅତୀତରେ ଓଡ଼ିଶାରେ ମହିଳା ଫୁଟବଲର ଚିହ୍ନ ନ ଥିବାବେଳେ ସାହସ ଦେଖାଇଥିଲେ ଗୀତାଞ୍ଜଳି। ତାଙ୍କର ବଳିଷ୍ଠ ନେତୃତ୍ୱ ଓଡ଼ିଶାରେ ମହିଳା ଫୁଟବଲର ଭିତ୍ତି ପକାଇଥିଲା। ସେତେବେଳେ ତାଙ୍କର ସେହି ସାହସ ଏବଂ ନେତୃତ୍ୱ ଦକ୍ଷତା ଯୋଗୁ ଜାତୀୟ ଦୃଶ୍ୟପଟରେ ଓଡ଼ିଶା ମହିଳା ଫୁଟବଲ ନିଜର ସ୍ଥିତି ଜାହିର କରିଥିଲା। ଫଳସ୍ବରୂପ ପରବର୍ତ୍ତୀ ସମୟରେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ପରି ଅନେକ ଓଡ଼ିଆ ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠିତ କରିବାର ସୁଯୋଗ ପାଇଥିଲେ। ସମ୍ପ୍ରତି ନାଲ୍‌କୋରେ କାର୍ଯ୍ୟରତ ଗୀତାଞ୍ଜଳି ଏବେ ପୁଣିଥରେ ନିଜ ନେତୃତ୍ୱର ଯାଦୁ ଦେଖାଇବାକୁ ଯାଉଛନ୍ତି। ବରୋଦାରେ ମହିଳା ଫୁଟବଲ ଇଭେଣ୍ଟ ଆସନ୍ତା ୬ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଓଡ଼ିଶାର ୧୧ ଜଣିଆ ଦଳ ରବିବାର ସକାଳେ ବରୋଦା ଯିବା କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଶନିବାର କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ାଛାତ୍ରାବାସର ଅନ୍ତେବାସୀ ଏବଂ କୋଚ୍‌/ଅଫିସିଆଲମାନେ ଗୀତାଞ୍ଜଳିଙ୍କ ଟିମ୍‌କୁ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶା ଦଳରେ ଗୀତାଞ୍ଜଳିଙ୍କ ବ୍ୟତୀତ କଳ୍ପନା ସାହୁ, ପ୍ରଥମା ପ୍ରିୟଦର୍ଶିନୀ, ସରିତା ପଣ୍ଡା, ଦେବୀ ମହାନ୍ତି, ମମ୍‌ତାଜ ବେଗମ୍‌, ସମସେର ବେଗମ୍‌, ଦୀପ୍ତି ମିଶ୍ର ପ୍ରମୁଖ ପୁରୁଣା ପ୍ରତିଷ୍ଠିତ ଖେଳାଳିମାନେ ସ୍ଥାନ ପାଇଛନ୍ତି।
ନୂଆ ଅନୁଭୂତି ହେବ
”ମହିଳା ଫୁଟବଲ ଟିମ୍‌ରେ ସାମିଲ ଥିବା ସମସ୍ତ ଖେଳାଳି ଅଭିଜ୍ଞ। ମାତ୍ର ଦୀର୍ଘଦିନଧରି ଖେଳରୁ ଦୁରେଇ ରହିଥିବାରୁ ଏଥର ଏକ ନୂଆ ଅନୁଭୂତି ହେବ । ଆମେ ଯେତେବେଳେ ୧୯୯୨ରେ ପ୍ରଥମଥରପାଇଁ ଆସାମ ଯାଇଥିଲୁ ସେତେବେଳେ ଠିକ୍‌ଭାବେ ଖେଳିବା ଜାଣି ନ ଥିଲୁ। ଏବେ ସେ ସ୍ଥିତି ଯଦିଓ ନାହିଁ ତେବେ ସେହି ସମୟର କଥା ସ୍ମରଣକୁ ଆସୁଛି। ପୁଣିଥରେ ନୂଆକରି ଖେଳିବାକୁ ଯିବାଭଳି ଲାଗୁଛି। କାରଣ ଏକ ବଡ଼ ବ୍ୟବଧାନରେ ପରେ ମୁଁ ପୁଣି ଓଡ଼ିଶା ଦଳର ନେତୃତ୍ୱ ନେବାକୁ ଯାଉଛି। ଖେଳରୁ ଦୂରରେ ରହିଥିଲେ ହେଁ ମୁଁ ଗେମ୍‌କୁ ସମ୍ପୂର୍ଣ୍ଣ ଛାଡ଼ି ନ ଥିଲି। ମାତ୍ର ଅନ୍ୟ ପିଲାମାନଙ୍କର ଫିଟ୍‌ନେସ ସ୍ତର ସେତେ ଭଲ ନାହିଁ। ପାରିବାରିକ ସମସ୍ୟା ଥିବାଯୋଗୁ କେତେକ ଖେଳାଳି ଯିବା ମଧ୍ୟ ସମ୍ଭବ ହେଉନି। ଦୀର୍ଘ ୧୫-୧୬ ବର୍ଷ ପରେ ପୁଣିଥରେ ଏକ ରାଜ୍ୟ ଦଳର ନେତୃତ୍ୱ ନେଉଛି। ଭଲ ପ୍ରଦର୍ଶନ ପାଇଁ ଆଶା ଅଛି। ନିଯୁକ୍ତିସଂସ୍ଥା ନାଲ୍‌କୋ ଏବଂ ପରିବାରରୁ ସମର୍ଥନ ମିଳିଥିବାରୁ ଏବେ ପୁଣିଥରେ ଖେଳିବାକୁ ବାହାରକୁ ଯିବା ସମ୍ଭବ ହେଉଛି“ ବୋଲି ଗୀତାଞ୍ଜଳି ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଗୁଜରାଟ ମାଷ୍ଟର୍ସ ଗେମ୍ସ ଆସୋସିଏଶନ ଆନୁକୂଲ୍ୟରେ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ଆଥଲେଟିକ୍‌, ହକି, ଶୁଟିଂ, ବାସ୍କେଟବଲ, ଟେବୁଲ ଟେନିସ, ସୁଇମିଂ, ବ୍ୟାଡ୍‌ମିଣ୍ଟନ, କବାଡ଼ି, ଭାରୋତ୍ତୋଳନ, ଆର୍ଚେରୀ, ଭଲିବଲ, ହ୍ୟାଣ୍ଡବଲ, ଫୁଟବଲ ଓ ଲନ୍‌ଟେନିସ ଆଦି ଇଭେଣ୍ଟ ଅନୁଷ୍ଠିତ ହେବ।
ଫୁଟବଲ ଦଳ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri