Categories: ଖେଳ

ନ୍ୟାଶନାଲ୍‌ ମୋଟର ରେସିଂରେ ହୋଣ୍ଡାର ଡବଲ୍‌ ବିଜୟ

ଭୁବନେଶ୍ୱର, ୮।୮(ସ୍ପୋଟର୍‌ସ ବ୍ୟୁରୋ)- ଚେନ୍ନାଇଠାରେ ଚାଲିଥିବା ଇଣ୍ଡିଆନ ନ୍ୟାଶନାଲ ମୋଟର ରେସିଂ ଚାମ୍ପିୟନଶିପର ତୃତୀୟ ରାଉଣ୍ଡରେ ଆଇଡିମିତ୍‌ସୁ ହୋଣ୍ଡା ରେସିଂ ଇଣ୍ଡିଆର ଚାଳକମାନେ ସର୍ବାଧିକ ୧୦ ପୋଡିୟମ୍‌ ଫିନିସ୍‌ କରିଛନ୍ତି। କ୍ରମାଗତ ଚତୁର୍ଥ ବିଜୟ ସହ ରାଜୀବ ସେଥୁ ପ୍ରୋଷ୍ଟକ ୧୬୫ ସିସି ଚାମ୍ପିଆନ୍‌ସିପରେ ଅଗ୍ରଣୀ ହାସଲ କରିଛନ୍ତି। ସରଥଙ୍କ ଡବଲ୍‌ ପୋଡିୟମ୍‌ ଫିନିସ୍‌ ଯୋଗୁ ହୋଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛି।
ପ୍ରୋଷ୍ଟକ୍‌ ୨୦୧-୩୦୦ ସିସି ବର୍ଗରେ ଆଇଡିମିତ୍‌ସୁ ହୋଣ୍ଡା ଟେନ୍‌ ୧୦ ରେସିଂ ଟିମ୍‌ର ତିନି ଚାଳକ ଅନିଶ ସେଟ୍ଟି (ପ୍ରଥମ), ଅଭିଶେକ ଭି. (ଦ୍ୱିତୀୟ) ଓ ଅରବିନ୍ଦ ବି. (ତୃତୀୟ) ପ୍ରଥମ ତିନିସ୍ଥାନରେ ରହିଛନ୍ତି। କାର୍ତିକ ହବିବ୍‌ଙ୍କ ସହ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରି ମହମ୍ମଦ ମିକାଇଲ ପ୍ରଥମ ସ୍ଥାନ ହାସଲ କରି ଆଇଡିମିତ୍‌ସୁ ହୋଣ୍ଡା ଟ୍ୟାଲେଣ୍ଟ କପ୍‌ ଏନ୍‌ଏସ୍‌ଏଫ୍‌ ୨୫୦ଆର୍‌ ବର୍ଗରେ ଅଗ୍ରଣୀ ରହିଛନ୍ତି। କେଭିନ୍‌ କ୍ୱିଣ୍ଟାଲ୍‌ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଆଇଡିମିତ୍‌ସୁ ହୋଣ୍ଡା ଟ୍ୟାଲେଣ୍ଟ କପ୍‌ ସିବି୧୫୦ଆର୍‌ ରେସ୍‌ ବର୍ଗରେ ସାମୁଏଲ ମାର୍ଟିନ୍‌ ପ୍ରଥମ, ଲାଲ୍‌ ନୁନ୍‌ସାଙ୍ଗ ଦ୍ୱିତୀୟ ଓ ଦୀପକ କୁମାର ତୃତୀୟ ସ୍ଥାନ ହାସଲ କରିଛନ୍ତି। ଏହି ରାଉଣ୍ଡ ଶେଷ ହେବା ସହ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ ଚାଇନାର ଜୁହାଲ୍‌ ଯାତ୍ରା କରିିବ। ସେଠାରେ ଏସିଆର ଶ୍ରେଷ୍ଠ ଚାଳକମାନଙ୍କ ସହିତ ସପ୍ତାହ ଶେଷରେ ଏସିଆ ରୋଡ୍‌ ରେସିଂ ଚାମ୍ପିଆନ୍‌ଶିପ୍‌ରେ ଅଂଶଗ୍ରହଣ କରିବ ବୋଲି ବ୍ରାଣ୍ଡ୍‌ ଆଣ୍ଡ୍‌ କମ୍ୟୁନିକେସନ, ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଉପସଭାପତି ପ୍ରଭୁ ନାଗରାଜ ପ୍ରକାଶ କରିଛନ୍ତି।

Share