Posted inଜାତୀୟ

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆନୁଷ୍ଠାନିକ ଭାବେ ଉକ୍ତ ବୁଡ଼ାଜାହାଜକୁ କମିଶନ କରାଇଛନ୍ତି। ତୃତୀୟ ଆଣବିକ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ ସାମିଲ ହୋଇଥିବାରୁ ଏହା ନୌସେନାର ସାମର୍ଥ୍ୟକୁ ବଢ଼ାଇବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ଭାରତର ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ସବ୍‌ମାରିନ୍‌ (ଏସ୍‌ଏଏସ୍‌ବିଏନ୍‌)
କାର୍ଯ୍ୟକ୍ରମ ଏକ ଅତ୍ୟନ୍ତ ଗୁପ୍ତ ପ୍ରକଳ୍ପ। ଏହି ପ୍ରକଳ୍ପ ଅଧୀନରେ ପ୍ରଥମ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିହନ୍ତ ଓ ପରେ ଆଇଏନ୍‌ଏସ୍‌ ଅରିଘାତ ନିର୍ମାଣ ହୋଇଥିଲା। ଏଭଳି ବୁଡ଼ାଜାହାଜ କେବଳ ଆମେରିକା, ରୁଷିଆ, ବ୍ରିଟେନ୍‌, ଫ୍ରାନ୍ସ, ଚାଇନା ଏବଂ ଭାରତ ପାଖରେ ରହିଛି।
ଭାରତର ପ୍ରଥମ ସ୍ବଦେଶୀ ନିର୍ମିତ ଆଣବିକ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିହନ୍ତ ୨୦୦୯ ଜୁଲାଇରେ ଲଞ୍ଚ୍‌ ହେବା ପରେ ୨୦୧୬ରେ ସେବାରେ ସାମିଲ ହୋଇଥିଲା। ସେହିପରି ଦ୍ୱିତୀୟ ବୁଡାଜାହାଜ ଆଇଏନ୍‌ଏସ୍‌ ଅରିଘାତ ୨୦୨୪ ଅଗଷ୍ଟରେ କମିଶନ ହୋଇଥିଲା। ଆଇଏନ୍‌ଏସ୍‌ ଅରିଦମନକୁ କିଛି ମାସ ହେଲା ସାମୁଦ୍ରିକ ପରୀକ୍ଷା କରାଯିବା ପରେ କମିଶନ କରାଯାଇଛି। ଭାରତ ଏହାର ଆକାଶମାର୍ଗ ଏବଂ ଭୂପୃଷ୍ଠରୁ ଆଣବିକ ସାମର୍ଥ୍ୟର ପ୍ରମାଣ ଦେଇଥିବାବେଳେ ଏବେ ସମୁଦ୍ର ଗର୍ଭରେ ଆଣବିକ ଶକ୍ତି ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛି। ଏଥିସହିତ ପ୍ରତିରକ୍ଷା ମନ୍ତ୍ରୀ ବିଶାଖାପାଟଣାରେ ଯୁଦ୍ଧଜାହାଜ ତାରାଗିରିକୁ ନୌସେନାରେ ସାମିଲ କରାଇଛନ୍ତି। ତାରାଗିରିର ସାମିଲ ଏଭଳି ସମୟରେ ହୋଇଛି, ଯେତେବେଳେ କି ଭାରତର ପୂର୍ବ ଉପକୂଳର ରଣନୈତିକ ଏବଂ ସାମୁଦ୍ରିକ ଗୁରୁତ୍ୱ କ୍ରମାଗତ ଭାବେ ବଢ଼ିଚାଲିଛି। ତାରାଗିରିର ଉପସ୍ଥିତି ନୌସେନାର ଆକ୍ରମଣ ପ୍ରସ୍ତୁତି ଏବଂ ସାମର୍ଥ୍ୟ ବୃଦ୍ଧି ଉପରେ ଫୋକସ୍‌ରେ ରଖି କରାଯାଇଛି। ୬,୬୭୦ ଟନ୍‌ ଓଜନର ଏହି ଯୁଦ୍ଧଜାହାଜକୁ ମାଜାଗନ୍‌ ଡକ୍‌ ଶିପ୍‌ବିଲ୍ଡର୍ସ ଲିଃ ନିର୍ମାଣ କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri