ନୋବେଲ ପୁରସ୍କାର ଚିକିତ୍ସା ବିଜ୍ଞାନ-୨୦୧୯ ଅମ୍ଳଜାନର ପରିମାଣକୁ ବାରି ଜୀବକୋଷରେ ପରିବର୍ତ୍ତନ

”ଜୀବନଧାରଣ ପାଇଁ ଅମ୍ଳଜାନ ଅପରିହାର୍ଯ୍ୟ। ମାତ୍ର ଶରୀରର ଜୀବକୋଷମାନ ଅମ୍ଳଜାନର ପରିମାଣରେ ବିଭିନ୍ନତାକୁ କିପରି ବାରିପାରନ୍ତି ଓ କିପରି ଏହା ସହ ଖାପଖୁଆଇ ନିଜ ଭିତରେ ଆବଶ୍ୟକ ପରିବର୍ତ୍ତନ କରିପାରନ୍ତି, ତାହା ବହୁ ଦିନ ଧରି ଅଜଣା ରହି ଆସିଥିଲା । ଏହି ସଂକ୍ରାନ୍ତ ଆବିଷ୍କାର ପାଇଁ ଚଳିତ ୨୦୧୯ ମସିହାରେ ଶରୀରତତ୍ତ୍ୱ ଏବଂ ଭେଷଜ ବିଜ୍ଞାନ ନୋବେଲ ପୁରସ୍କାର ପାଇଁ ତିନିଜଣ ଭେଷଜ ବିଜ୍ଞାନୀଙ୍କୁ ମନୋନୀତ କରାଯାଇଛି । ସେମାନେ ହେଲେ ଉଇଲିୟମ୍‌ ଜି. କାଏଲିନ୍‌ ଜୁନିୟର, ସାର୍‌ ପିଟର ଜେ.ର଼୍ୟାଟ୍‌କ୍ଲିଫ୍‌ ଏବଂ ଗ୍ରେଗ୍‌ ଏଲ୍‌. ସେମେଞ୍ଜା ।“

ଜୀବନଧାରଣ ପାଇଁ ଅମ୍ଳଜାନ ଅପରିହାର୍ଯ୍ୟ। ମାତ୍ର ଶରୀରର ଜୀବକୋଷମାନ ଅମ୍ଳଜାନର ପରିମାଣରେ ବିଭିନ୍ନତାକୁ କିପରି ବାରିପାରନ୍ତି ଓ କିପରି ଏହା ସହ ଖାପଖୁଆଇ ନିଜ ଭିତରେ ଆବଶ୍ୟକ ପରିବର୍ତ୍ତନ କରିପାରନ୍ତି, ତାହା ବହୁଦିନ ଧରି ଅଜଣା ରହି ଆସିଥିଲା । ଏ ସଂକ୍ରାନ୍ତ ଆବିଷ୍କାର ପାଇଁ ଚଳିତ ୨୦୧୯ ମସିହାରେ ଶରୀରତତ୍ତ୍ୱ ଏବଂ ଭେଷଜ ବିଜ୍ଞାନ ନୋବେଲ ପୁରସ୍କାର ପାଇଁ ତିନି ଜଣ ଭେଷଜ ବିଜ୍ଞାନୀଙ୍କୁ ମନୋନୀତ କରାଯାଇଛି। ସେମାନେ ହେଲେ ଉଇଲିୟମ୍‌ ଜି. କାଏଲିନ୍‌ ଜୁନିୟର, ସାର୍‌ ପିଟର ଜେ.ର଼୍ୟାଟ୍‌କ୍ଲିଫ୍‌ ଏବଂ ଗ୍ରେଗ୍‌ ଏଲ୍‌. ସେମେଞ୍ଜା ।
୬୨ ବର୍ଷ ବୟସ୍କ ପ୍ରଫେସର କାଏଲିନ୍‌ ଜଣେ ଆମେରିକୀୟ ଏବଂ ଭେଷଜ ଓ କର୍କଟ ରୋଗ ବିଶେଷଜ୍ଞ । ଏବେ ସେ ଆମେରିକାର ଡାନା ଫାର୍ବର କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ ଓ ହାର୍ଭାର୍ଡ ହ୍ୟୁଗ୍‌ ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌ରେ ଗବେଷଣାରତ ।
ବ୍ରିଟିଶ ନାଗରିକ ପ୍ରଫେସର ର଼୍ୟାଟ୍‌କ୍ଲିଫଙ୍କ ବୟସ ୬୫ ଓ ସେ ଜଣେ ବୃକ୍‌କ ରୋଗ ବିଶେଷଜ୍ଞ। ସେ ସମ୍ପ୍ରତି ରହିଛନ୍ତି ଲଣ୍ଡନସ୍ଥିିତ ଫ୍ରାନ୍‌ସିସ୍‌ କ୍ରିକ୍‌ ଇନ୍‌ଷ୍ଟିଚ୍ୟୁଟରେ କ୍ଲିନିକାଲ ରିସର୍ଚ୍ଚ ଶାଖାର ନିର୍ଦ୍ଦେଶକ ।
ଆମେରିକୀୟ ବୈଜ୍ଞାନିକ ପ୍ରଫେସର ସେମେଞ୍ଜା ଜଣେ ଶିଶୁରୋଗ ବିଶେଷଜ୍ଞ ।
୬୩ବର୍ଷ ବୟସ୍କ ପ୍ରଫେସର ସେମେଞ୍ଜା ବିଗତ ୧୬ ବର୍ଷ ଧରି ଆମେରିକାର ଜନ୍‌ସ ହପ୍‌କିନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସେଲ୍‌ ଇଞ୍ଜିନିୟରିଂର ରକ୍ତନଳୀ ଗବେଷଣା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ରହି ଆସିଛନ୍ତି।
ପ୍ରକାଶ ଥାଉକି ଏହି ତିନିଜଣଯାକ ନୋବେଲ ବିଜେତା ହେଉଛନ୍ତି ଚିକିତ୍ସା ବିଜ୍ଞାନୀ । ନୋବେଲ ପୁରସ୍କାର ବାବଦକୁ ଏମାନେ ପ୍ରତ୍ୟେକ ପାଇବେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣପଦକ, ନୋବେଲ ଡିପ୍ଲୋମା ବା ପୁରସ୍କାର ପାଇଥିବାର ପ୍ରମାଣପତ୍ର ଏବଂ ୩୦୬ ହଜାର ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପାଖାପାଖି ୨କୋଟି୧୮ଲକ୍ଷ ଟଙ୍କା) ପରିମିତ ଅର୍ଥ । ପୁରସ୍କାର ପ୍ରଦତ୍ତ ହେବ ଡିସେମ୍ବର ୧୦ ତାରିଖରେ ଅନୁଷ୍ଠିତ ନୋବେଲ ଦିବସରେ ।
ଏହି ତାରିଖରେ ନୋବେଲ ପୁରସ୍କାରର ପ୍ରତିଷ୍ଠାତା ଆଲ୍‌ଫ୍ରେଡ୍‌ ନୋବେଲ ପରଲୋକ ଗମନ କରିଥିଲେ।
ଆବିଷ୍କାରର ରୂପରେଖ
ଅମ୍ଳଜାନର ସ୍ବଳ୍ପତାକୁ ବିଜ୍ଞାନର ଭାଷାରେ ‘ହାଇପୋକ୍ସିଆ’ ବୋଲି କହନ୍ତି ା ରକ୍ତରେ ଅମ୍ଳଜାନର ପରିମାଣ କମିଗଲେ ବେକର ଦୁଇପଟରେ ଥିବା କାରୋଟିଡ୍‌ ଧମନୀର କାରୋଟିଡ୍‌ ବଡିସ୍ଥିତ ସ୍ବତନ୍ତ୍ର ରାସାୟନିକ ଅଭିଗ୍ରାହକ ବା କେମୋରିସିପ୍ଟର ଉଦ୍ଦୀପିତ ହୋଇପଡ଼ନ୍ତି। ଏହାର ପ୍ରଭାବରେ ମସ୍ତିଷ୍କର ଶ୍ୱାସକେନ୍ଦ୍ର ଉତ୍ତେଜିତ ହୋଇ ଶ୍ୱାସକ୍ରିୟାର ହାର ବଢ଼ିଯାଏ ା ଫଳରେ ଅମ୍ଳଜାନର ଅଭାବ ଭରଣା ହୋଇ ସ୍ବାଭାବିକ ଅବସ୍ଥା ଫେରିଆସେ ା
ଏହା ବ୍ୟତୀତ ଅମ୍ଳଜାନ ସ୍ବଳ୍ପତାର ନିୟନ୍ତ୍ରଣ ନିମନ୍ତେ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ରହିଛି ା ଯେପରିକି ଅମ୍ଳଜାନର ପରିମାଣ କମିଗଲେ ରକ୍ତରେ ‘ଏରିଥ୍ରୋପଏଟିନ୍‌’ ନାମକ ହର୍‌ମୋନର ମାତ୍ରା ବଢ଼ିଯାଏ ା
ଏରିଥ୍ରୋପଏଟିନ୍‌ର ପ୍ରଭାବ ଯୋଗୁ ବୃଦ୍ଧି ପାଇଯାଏ ଅମ୍ଳଜାନ ବହନକରି ନେଉଥିବା ଲୋହିତ ରକ୍ତକୋଷିକାର ସଂଶ୍ଳେଷଣ ା ହେଲେ ଏରିଥ୍ରୋପଏଟିନ୍‌ ସଂଶ୍ଲେଷକ ତଥା ଆନୁଷଙ୍ଗିକ ପ୍ରକ୍ରିୟାମାନ ପୁଣି ନିୟନ୍ତ୍ରିତ ହୋଇଥାଏ କିପରି ? ଏହି ରହସ୍ୟକୁ ଉନ୍ମୋଚନ କରିଦେଲା ଗ୍ରେଗ୍‌ ସେମେଞ୍ଜା ଓ ପିଟର ର଼୍ୟାଟ୍‌କ୍ଲିଫ୍‌ଙ୍କ ଗବେଷଣା। ଏ ଦୁହେଁ ଏରିଥ୍ରୋପଏଟିନ୍‌ର ଜିନ୍‌ ନିୟନ୍ତ୍ରଣ ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ ା ଏମାନେ ସାବ୍ୟସ୍ତକରି ଦେଲେ ଯେ ଅମ୍ଳଜାନର ଅଭାବ ପ୍ରତି ଜୀବକୋଷଗୁଡ଼ିକର ସମ୍ବେଦନଶୀଳତା ସମସ୍ତ ତନ୍ତୁକୋଷିକାରେ କ୍ରିୟାଶୀଳ ହୋଇଥାଏ। ଏହି ସମ୍ବେଦନଶୀଳତା ପାଇଁ ଦାୟୀ ଏକ ପ୍ରୋଟିନ କମ୍ପ୍ଲେକ୍ସକୁ ଆବିଷ୍କାର କରିଥିଲେ ସେମେଞ୍ଜା ା ସେ ପ୍ରୋଟିନ କମ୍ପ୍ଲେକ୍ସଟିର ନଁା ରଖିଥିଲେ ହାଇପୋକ୍ସିଆ-ଇଣ୍ଡ୍ୟୁସିବଲ ଫ୍ୟାକ୍ଟର ବା ଏଚ୍‌ଆଇଏଫ୍‌ ଏବଂ ଏହାର ଜିନ୍‌କୁ ମଧ୍ୟ ଚିହ୍ନଟ କରିଥିଲେ ା ଦୁଇଟି ପୃଥକ୍‌ ଡିଏନ୍‌ଏ ବାଇଣ୍ଡିଂ ପ୍ରୋଟିନକୁ ନେଇ ଏଚ୍‌ଆଇଏଫ୍‌ ଅଣୁ ଗଠିତ ା ଗୋଟିକର ନାମ ଏଚ୍‌ଆଇଏଫ୍‌-୧ ଆଲ୍‌ଫା ଏବଂ ଅନ୍ୟଟିର ନାମ ଏଆର୍‌ଏନ୍‌ଟି।
କ୍ୟାନ୍‌ସର ଗବେଷକ ଉଇଲିୟମ କାଏଲିନ୍‌ ଭନ୍‌ ହିପ୍ପେଲ-ଲିଣ୍ଡାଉ ରୋଗ ବା ‘ଭିଏଚ୍‌ଏଲ୍‌ ଡିଜିଜ’ ନାମକ ଏକ ଅନୁବଂଶୀୟ ବ୍ୟାଧି ଉପରେ ଗବେଷଣା କରୁଥିଲେ ା ସେ ଦର୍ଶାଇ ଦେଲେ ଯେ, ଭିଏଚ୍‌ଏଲ୍‌ ଜିନ୍‌ ସଂଶ୍ଲେଷଣ କରୁଥିବା ଭିଏଚ୍‌ଏଲ୍‌ ନାମକ ପ୍ରୋଟିନ ଉପାଦାନଟି ହାଇପୋକ୍ସିଆ ବା ଅମ୍ଳଜାନ ସ୍ବଳ୍ପତାର ପ୍ରଭାବକୁ ନିୟନ୍ତ୍ରଣ କରିବା ସହ ସମ୍ପୃକ୍ତ।
ଏଆଇଏଫ୍‌-୧ ଆଲ୍‌ଫା ଓ ଭିଏଚ୍‌ଏଲ୍‌ ମଧ୍ୟରେ ସଂଘଟିତ ପାରସ୍ପରିକ କ୍ରିୟା ଜୀବକୋଷରେ ଅମ୍ଳଜାନର ପରିମାଣକୁ ନିୟନ୍ତ୍ରିତ କରିଥାଏ ା ମାତ୍ର କିପରି ? ଜୀବକୋଷରେ ଅମ୍ଳଜାନର ଅଭାବ ଅନୁଭୂତ ହେଲେ ଏଚ୍‌ଆଇଏଫ୍‌ ଜିନ୍‌ ସକ୍ରିୟ ହୋଇପଡ଼େ ଓ ଏଚ୍‌ଆଇଏଫ୍‌-୧ ଆଲ୍‌ଫା ସହ ଭିଏଚ୍‌ଏଲ୍‌ ସମ୍ପୃକ୍ତ ହୋଇ ପାରେନି ା
ଏଚ୍‌ଆଇଏଫ୍‌ ଜୀବକୋଷରେ ଜମି ଯାଇ ଡିଏନ୍‌ଏକୁ ସକ୍ରିୟ କରି ବୃଦ୍ଧି କରିଦିଏ ଏରିଥ୍ରୋପଏଟିନ୍‌ ହର୍‌ମୋନର ସଂଶ୍ଲେଷଣ ା ଏହାର ପରିଣାମରେ ଲୋହିତ ରକ୍ତକଣିକାଗୁଡିକର ସଂଶ୍ଲେଷଣ ବୃଦ୍ଧି ପାଇ ଜୀବକୋଷଗୁଡିକୁ ଆବଶ୍ୟକ ପରିମାଣର ଅମ୍ଳଜାନ ଯୋଗାଇଦେଇ ପରିସ୍ଥିତିକୁ ସୁଧାରିଦିଏ।
ଅନ୍ୟପକ୍ଷରେ ଜୀବକୋଷରେ ଅମ୍ଳଜାନର ମାତ୍ରା ସ୍ବାଭାବିକ ଥିଲେ ଏଚ୍‌ଆଇଏଫ୍‌-୧ ଆଲ୍‌ଫା ସହ ଭିଏଚ୍‌ଏଲ୍‌ ସଂଯୁକ୍ତ ହୋଇ ଏଚ୍‌ଆଇଏଫ୍‌-୧ ଆଲ୍‌ଫାକୁ ନଷ୍ଟ କରିଦିଏ ା ଫଳରେ ଜୀବକୋଷ ଭିତରେ ଏଚ୍‌ଆଇଏଫ୍‌-୧ ଆଲ୍‌ଫା ଜମି ରହେ ନାହିଁ। କାଏଲିନ୍‌, ର଼୍ୟାଟ୍‌କ୍ଲିଫ୍‌ ଓ ସେମେଞ୍ଜାଙ୍କ ଅସାଧାରଣ ଆବିଷ୍କାର ଯଥେଷ୍ଟ ଆଲୋଡ଼ନ ସୃଷ୍ଟି କରିପାରିଛି। ଅମ୍ଲଜାନର ଅଭାବକୁ ଜୀବକୋଷମାନ ସହଜରେ ବାରିପାରନ୍ତି ଓ ସେହି ଅନୁସାରେ ନିଜ ଅଭ୍ୟନ୍ତରରେ ସମ୍ପାଦିତ ଚୟାପଚୟ ପ୍ରକ୍ରିୟାକୁ ପରିବର୍ତ୍ତିତ କରିପାରନ୍ତି। ଉଦାହରଣ ସ୍ବରୂପ, ବ୍ୟାୟାମ କରିବା ସମୟରେ ମାଂସପେଶୀ କୋଷରେ ଜାତ ହୋଇପଡ଼େ ଅମ୍ଲଜାନର ଅଭାବ। ଏଭଳି ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ପେଶୀକୋଷମାନ ଗ୍ଲୁକୋଜ୍‌ର ଚୟାପଚୟ ପ୍ରକ୍ରିୟାକୁ ପରିବର୍ତ୍ତିତ କରିଦେଇ ଜାତ କରିଥାନ୍ତି କମ୍‌ ପରିମାଣର ଶକ୍ତି। ସେହିପରି ଅମ୍ଲଜାନର ଅଭାବ ପରିଲକ୍ଷିତ ହେଲେ (ଯେପରିକି ସମୁଦ୍ର ପତ୍ତନଠାରୁ ବହୁ ଉଚ୍ଚରେ ବାସ କରୁଥିବା ଲୋକମାନଙ୍କଠାରେ) ନୂଆ ନୂଆ ରକ୍ତନଳୀମାନ ସୃଷ୍ଟି ହୋଇପଡ଼ିବା ସଙ୍ଗେ ସଙ୍ଗେ ଲୋହିତ ରକ୍ତକୋଷିକାଗୁଡ଼ିକର ସଂଶ୍ଲେଷଣ ହାର ମଧ୍ୟ ବଢ଼ିଯାଏ। ଏହାଛଡ଼ା ଆମ ଶରୀରର ପ୍ରତିରକ୍ଷା ତନ୍ତ୍ର ଏବଂ ଅନ୍ୟ କେତେକ ଶାରୀରିକ କ୍ରିୟା ଅମ୍ଲଜାନର ଅଭାବକୁ ବାରିନେଇ ସେହି ଅନୁସାରେ ବିଭିନ୍ନ ଜୈବ ରାସାୟନିକ କ୍ରିୟାକୁ ନିୟନ୍ତ୍ରଣ କରିଦେଇପାରନ୍ତି। ମାଆ ଗର୍ଭରେ ଭ୍ରୂଣର ବିକାଶ ସମୟରେ ଅମ୍ଲଜାନ ଅପରିହାର୍ଯ୍ୟ ବିବେଚିତ ହୋଇଥାଏ। କାରଣ ତାହା ଭ୍ରୂଣଠାରେ ରକ୍ତନଳୀ ଓ ପ୍ଲାସେଣ୍ଟା ବା ଗର୍ଭଫୁଲର ବିକାଶକୁ ନିୟନ୍ତ୍ରଣ କରିଥାଏ।
ଅମ୍ଲଜାନର ପରିମାଣକୁ ଚିହ୍ନଟ କରିପାରିବା ପ୍ରକ୍ରିୟା ମଧ୍ୟ ଅନେକ ବ୍ୟାଧିରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ରକ୍ତହୀନତା, କ୍ୟାନ୍‌ସର, ହାର୍ଟ ଆଟାକ୍‌, ଷ୍ଟ୍ରୋକ୍‌ ବା ବ୍ରେନ୍‌ ଆଟାକ୍‌, ବିଭିନ୍ନ ପ୍ରକାର ପ୍ରବାହ, କ୍ଷତ ଅବସ୍ଥା ଆଦି ରୋଗର ଚିକିତ୍ସା ପାଇଁ ବିଭିନ୍ନ ଔଷଧ ତିଆରି କରିବା ନିମନ୍ତେ ଅମ୍ଲଜାନ-ନିୟନ୍ତ୍ରିତ ପ୍ରକ୍ରିୟାର ବିନିଯୋଗ ଉପରେ ସମ୍ପ୍ରତି ଅଗ୍ରାଧିକାର ଦିଆଯାଉଛି। ଏଥିମଧ୍ୟରେ ରୋକ୍‌ସାଡୁଷ୍ଟାଟ୍‌ ଓ ଡାପ୍‌ରୋଡୁଷ୍ଟାଟ୍‌ ନାମକ ଔଷଧ ରକ୍ତହୀନତାର ଚିକିତ୍ସାରେ ବ୍ୟବହୃତ ହେଲାଣି।

ଡା. ନିତ୍ୟାନନ୍ଦ ସ୍ବାଇଁ
-ଅଭୀପ୍‌ସା, ସେକ୍ଟର-୬, ୧୧୩୧,ଅଭିନବ ବିଡ଼ାନାସୀ, କଟକ
ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବା ବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର…

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?