Categories: ଖେଳ

ନେସନ୍ସ କପ୍‌: ଚାଇନା ଅଗ୍ରଣୀ

ଚେନ୍ନାଇ, ୭ା୫: ଫିଡେ ଚେସ୍‌ ଅନ୍‌ଲାଇନ୍‌ ନେସନ୍ସ କପ୍‌ର ପ୍ରଥମ ଦିବସ ଶେଷସୁଦ୍ଧା ଚାଇନା ଅଗ୍ରଣୀଲାଭ କରିଛି । ଚାଇନା ଏକମାତ୍ର ଦଳଭାବେ ପ୍ରଥମ ଦିବସର ୨ଟି ଯାକ ମ୍ୟାଚ ଜିତିଛି। ଟପ୍‌ ସିଡ୍‌ର ମାନ୍ୟତା ପାଇଥିବା ଚାଇନା ପ୍ରଥମ ମ୍ୟାଚରେ ଅବଶିଷ୍ଟ ବିଶ୍ୱ ଦଳ ଏବଂ ଦ୍ୱିତୀୟ ମ୍ୟାଚରେ ଟିମ୍‌ ୟୁରୋପକୁ ପରାସ୍ତ କରିଛି । ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ଆମେରିକା ଏକାକୀ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଦଳ ରୁଷିଆକୁ ହରାଇଥିବାବେଳେ ଭାରତ ସହ ମ୍ୟାଚ ଡ୍ର ରଖିଥିଲା। ଅବଶିଷ୍ଟ ବିଶ୍ୱ ଦଳ ୨ ମ୍ୟାଚ ପଏଣ୍ଟ ପାଇଥିବାବେଳେ ଭାରତ, ରୁଷିଆ ଓ ୟୁରୋପ ଗୋାଟିଏ ଲେଖାଏ ମ୍ୟାଚ ପଏଣ୍ଟ ହାସଲ କରିଛନ୍ତି ।

Share