Posted inଖେଳ

ନେରୋକାର ପ୍ରଥମ ବିଜୟ

ଇମ୍ଫାଲ, ୬ା୧୨ (ପି.ଟି.)-ଚଳିତ ବର୍ଷର ଆଇ-ଲିଗ୍‌ରେ ନେରୋକା ଏଫ୍‌ସି ଏହାର ପ୍ରଥମ ବିଜୟ ହାସଲ କରିଛି। ଖୁମାନ ଲାମ୍ପାକଠାରେ ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚରେ ଦଳ ୧-୦ଗୋଲରେ ଆଇଜଲ ଏଫ୍‌ସିକୁ ହରାଇ ଦେଇଛି। ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ଗୋଲ୍‌ଟିକୁ ଓସ୍‌ମାନେ ଦିଓ୍ବାରା ୨୮ତମ ମିନିଟ୍‌ରେ ସ୍କୋର କରିଥିଲେ। ଏହି ବିଜୟ ଦ୍ୱାରା ଘରୋଇ ଦଳ ୩ ପଏଣ୍ଟ ହାସଲ କରିପାରିଛି। ନେରୋକା ପ୍ରତିଯୋଗିତାରେ ଏହାର ଓପନିଂ ମ୍ୟାଚରେ ଗୋକୁଳମ କେରଳଠାରୁ ୧-୨ ଗୋଲରେ ହାରିଯାଇଥିଲା। ମ୍ୟାଚରେ ଆଇଜଲ ଏଫ୍‌ସି ପ୍ରଧାନ୍ୟ ବିସ୍ତାର କରି ଖେଳିଥିଲା। ଗୋଲ୍‌ ପୋଷ୍ଟକୁ ୧୫ଟି ଶଟ୍‌ ମାରିଥିଲା। କିନ୍ତୁ ତନ୍ମଧ୍ୟରୁ ଗୋଟିଏ ହେଲେ ସ୍କୋର କରିବାରେ ସକ୍ଷମ ହୋଇପାରି ନ ଥିଲା। ଅନ୍ୟପକ୍ଷରେ ନେରୋକା ଏଫ୍‌ସି ଧିରେ ଧିରେ ଆତ୍ମ ବିଶ୍ୱାସ ସୃଷ୍ଟି କରିବା ସହ ମ୍ୟାଚରେ ବିଜୟସୂଚକ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶଟର ପକାଇ ଜଗି ରହୁଛନ୍ତି ବାଉନ୍‌ସର, ଭିତରେ ବାର୍‌ ଡ୍ୟାନ୍ସରଙ୍କ ଉପରେ ଉଡୁଛି ଟଙ୍କା

ଭୁବନେଶ୍ୱର,୨୦ା୨(ତ୍ରିନାଥ ମହାନ୍ତି): ସବୁ ନିୟମ ଓ କଟକଣାକୁ ଫୁ’ କରିଦେଉଛନ୍ତି ବାର୍‌ ମାଲିକ। ପୋଲିସ ଓ ଅବକାରୀ ଚଢ଼ାଉକୁ ଖାତିର ନ କରି ଚଳାଉଛନ୍ତି ବେଆଇନ ବେପାର।…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

ବାଘଛୁଆର ମୃତଦେହ ବ୍ୟବଚ୍ଛେଦ କଲେ ୪ଜଣିଆ ଟିମ୍‌

ଭଞ୍ଜନଗର,୨୦ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରୁ ବୁଧବାର ବନ ବିଭାଗ ଜବତ କରିଥିବା କଲରାପତରିଆ ବାଘ…

ସବୁଠି ନ୍ୟାୟକୁ ସମର୍ଥନ

ସାରା ବିଶ୍ୱରେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମାନ ସୁଯୋଗ କିମ୍ବା ସହଭାଗୀ ସମୃଦ୍ଧିରେ ପରିଣତ ହୋଇନାହିଁ। ଗଠନମୂଳକ ଅସମାନତା ଜାରି ରହିଛି, ଯାହା ଉତ୍ତମ କାର୍ଯ୍ୟ, ସାମାଜିକ…

ଅନ୍ୟନାମରେ ଆକାଉଣ୍ଟ ଖୋଲି ଠକେଇ: ୭ଦିନରେ ଧରାପଡ଼ିଲେଣି ୯ ଅଭିଯୁକ୍ତ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଗତ ୧୩ ତାରିଖରୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାଇବର କବଚ ଅଭିଯାନ ଚାଲିଛି। ତେବେ ଏହି ଅଭିଯାନକୁ ବରଗଡ଼ ଜିଲା ପୋଲିସ୍‌ ଜୋରଦାର୍‌…

ବିଚ୍‌ ରାସ୍ତାରେ ପଡ଼ିଛି ନବଜାତ ଶିଶୁର ମୃତଦେହ, ଜନ୍ମ ପରେ…

ରାୟଗଡ଼ା,୨୦ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ସହରର ଗୋଦାବରୀଶ ନଗର ତଥା ରାୟଗଡ଼ା କଲେଜ ପଛ ପାର୍ଶ୍ୱ ବିଚ୍‌…

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଛତ୍ରପୁର,୨୦ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ଛତ୍ରପୁର ଥାନା ଅଧୀନ ରିକାପଲ୍ଲୀ ଗେଟ୍‌ ପାଖରେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି।…

୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯିବା ଘଟଣା: ତଦନ୍ତ ଆରମ୍ଭ କଲା ଯୋଗାଣ ବିଭାଗ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନକିଣାରେ ଫଲ୍ସ ଏଣ୍ଟ୍ରି ଜଣାପଡ଼ିଛି। ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯାଇଥିବା ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri