Categories: ଖେଳ

ନେମାର ଆହତ

ରିଓ ଡି ଜେନେରିଓ, ୨୯ା୫- ବ୍ରାଜିଲ ଷ୍ଟାର ଖେଳାଳି ଜୁନିୟର ନେମାର ଆହତ ହୋଇଛନ୍ତି। କୋପା ଆମେରିକା ଟୁର୍ନାମେଣ୍ଟ ଲାଗି ବ୍ରାଜିଲ ଦଳର ପ୍ରଥମ ଅଭ୍ୟାସ ସେସନ ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। ୨୭ ବର୍ଷୀୟ ଖେଳାଳି ଯନ୍ତ୍ରଣା ଅନୁଭବ କରିବା ପରେ ଡାକ୍ତର ରୋଡ୍ରିଗୋ ଲାସମରଙ୍କ ସହ ପଡ଼ିଆ ଛାଡ଼ିଥିଲେ। ମେଡିକାଲ ଷ୍ଟାଫଙ୍କ ଦ୍ୱାରା ତାଙ୍କ ସମସ୍ୟା ଯାଞ୍ଚ କରାଯାଇଛି। ଗତ ବର୍ଷ ଗୋଡ଼ରେ ଅସ୍ତ୍ରୋପଚାର କରାଇବା ପରେ ବ୍ରାଜିଲ ଷ୍ଟାର ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ପାଇଁ ମାତ୍ର ୪ ମ୍ୟାଚ୍‌ ଖେଳିଛନ୍ତି। ଉକ୍ତ ଆହତ ସମସ୍ୟା ଯୋଗୁ ନେମାରଙ୍କ ଦୌଡ଼ିବାର ବେଗ ହ୍ରାସ ପାଇଛି। ଏହା ୨୦୦୭ ପରେ ପ୍ରଥମ ଥର ସମ୍ମାନଜନକ ଟୁର୍ନାମେଣ୍ଟ ଟାଇଟଲ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବ୍ରାଜିଲ ପାଇଁ ଚିନ୍ତାର କାରଣ ପାଲଟିଛି। କୋପା ଆମେରିକା ଟୁର୍ନାମେଣ୍ଟ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ବ୍ରାଜିଲ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ବଲିଭିଆକୁ ଭେଟିବ। ଏହାପରେ ପେରୁ ଓ ଭେନେଜୁଆଲା ସହ ମୁକାବିଲା କରିବ।

Share