ନୂଆ ବର୍ଷ ଲାଗି ଶ୍ରୀମନ୍ଦିର ଚଳଚଞ୍ଚଳ -ଜୋରସୋରରେ ଚାଲିଛି ପ୍ରସ୍ତୁତି

ପୁରୀ ଅଫିସ,୩୧ା୧୨- ଆଉ ଦୁଇ ଦିନ ପରେ ହେବ ନୂଆବର୍ଷ। ଏଥିପାଇଁ ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇପଡିଛି। ନୂତନ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ନଜରରେ ରଖି ଜୋରସୋରରେ ପ୍ରସ୍ତୁତି ଚାଲିଛି। ଏ ନେଇ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜି) ଅଭୟ ରବିବାର ପୁରୀ ଗସ୍ତରେ ଆସି ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ। ଡିଜିଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଶ୍ରୀମନ୍ଦିର ଭିତର ଓ ବାହାରେ ଭିଡ ଏବଂ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯିବ। ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି ବୋଲି ସୋମବାର ଜିଲା ପୋଲିସ କାର୍ଯ୍ୟାଳୟ(ଡିପିଓ)ରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି।
ମୁତୟନ ହେବେ ୬୦ପ୍ଲାଟୁନ ଫୋର୍ସ : ନୂଆ ବର୍ଷରେ ଭକ୍ତଙ୍କ ଭିଡ଼କୁ ଦେଖି ପୋଲିସ ପକ୍ଷରୁ ୬୦ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଏହାସହ ୨ କମାଣ୍ଡାଣ୍ଟ, ୧୦ ଏଏସ୍‌ପି ଓ ଡେପୁଟି କମାଣ୍ଡାଣ୍ଟ, ୨୫ ଡିଏସପି ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୨୬୦ ଆଇଆଇସି/ଏସ୍‌ଆଇ ଓ ଏଏସ୍‌ଆଇ, ୮୦୦ଜଣ କନଷ୍ଟେବଳ ଓ ହାବିଲଦାର ନିୟୋଜିତ ରହିବେ। ମୁଖ୍ୟତଃ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣରେ କୌଣସି ସମସ୍ୟା ସୃଷ୍ଟି ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯିବ।
୩-ଥାକିଆ ବ୍ୟବସ୍ଥା : ବଡ଼ଦାଣ୍ଡରେ ଭକ୍ତଙ୍କ ଯାତାୟାତବେଳେ ଯେପରି ଅସୁବିଧା ନ ହେବ ସେଥିପାଇଁ ଚଳିତବର୍ଷ ୩ ଥାକିଆ ବ୍ୟବସ୍ଥା କରାଯାଇଛି। ସିଂହଦ୍ୱାର ନିକଟରୁ ମାର୍କେଟ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ରାସ୍ତା ମଝିରେ ବ୍ୟାରିକେଡ କରାଯାଇଛି। ବ୍ୟାରିକେଡ ମଝିରେ ଭକ୍ତମାନେ ଯାଇ ଦର୍ଶନ ସାରି ଡାହାଣ ପାର୍ଶ୍ୱରେ ଫେରିବେ। ସେହିପରି ବାମପଟେ କେବଳ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କ ଯାତାୟାତ କରିବେ। ଏହାସହ ବ୍ୟାରିକେଡରେ ପାନୀୟ ଜଳ ବ୍ୟବସ୍ଥା ରହିବ। ବରିଷ୍ଠ ନାଗରିକଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ପୁଣି ବୟସ୍କ ବ୍ୟକ୍ତି, ଦିବ୍ୟାଙ୍ଗ ଲାଗି ବ୍ୟାଟେରି ଚାଳିତ ଅଟୋ ବ୍ୟବସ୍ଥା ରହିବ।
ମୋବାଇଲ ଲାଗି ସଚେତନ : ଗତ କିଛି ମାସ ଧରି ଶ୍ରୀମନ୍ଦିର ଭିତର ଫଟୋ ବାରମ୍ବାର ଭାଇରାଲ ହେବା ନେଇ ଭକ୍ତ ଓ ଗବେଷକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ଦୃଷ୍ଟିରୁ ବ୍ୟାରିକେଡ ପ୍ରବେଶ ଓ ସିଂହଦ୍ୱାର ନିକଟରେ ମୋବାଇଲ ଚେକିଂ କରାଯିବ। ଡାକବାଜି ଯନ୍ତ୍ରରେ ସୂଚନା ଦିଆଯିବା ସହ ବିଭିନ୍ନ ଭାଷାରେ ସୂଚନାଫଳକ ଲଗାଯିବ।
ସଂଯୋଗୀ ରାସ୍ତା ବ୍ଲକିଂ କରାଯିବ : ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବ୍ଲକିଂ କରାଯିବ। ମାର୍କେଟ ଛକଠାରୁ ଶ୍ରୀମନ୍ଦିର ଆଡ଼କୁ ଯାନବାହନ ଯାତାୟାତ ବନ୍ଦ କରାଯିବ। ମରିଚିକୋଟ ଗଳି, ଶ୍ରୀକୃଷ୍ଣ ସିନେମା ହଲ ଗଳି, ରାଜନଅର ଗଳି, ଦୋଳବୋଦି କୋଣ ଗଳି, ଦୋଳମଣ୍ଡପ ସାହି, କାକୁଡିଖାଇ ଛକ, ଗାଣ୍ଡୁଆ ଚଉଁରା ଛକ, ଗଡନ୍ତି ଛକ ଓ ଗଳିରେ ବ୍ଲକିଂ କରାଯିବ।
ଶହେ ୱାଇବିପି ନିୟୋଜିତ: ପୋଲିସକୁ ସହଯୋଗ ଲାଗି ଶହେରୁ ଊର୍ଦ୍ଧ୍ୱ ୟୁଥ ବେଟର ପୁରୀ(ୱାଇବିପି) ସ୍ବେଚ୍ଛାସେବୀ ମୁତୟନ ହେବେ। ବିଶେଷତଃ ସେମାନେ ଟ୍ରାଫିକ ଏବଂ ଶ୍ରୀମନ୍ଦିର ଭିତରରେ ଭିଡ ନିୟନ୍ତ୍ରଣରେ ନିୟୋଜିତ ରହିବେ। ମାର୍କେଟ ଛକ, ଟାଉନ ଥାନା ଛକ, ସିଂହଦ୍ୱାର ସମେତ ବିଭିନ୍ନ ସ୍ଥାନରେ ରହିବେ।
ସୁରକ୍ଷିତ ସମୁଦ୍ର ସ୍ନାନ ଉପରେ ଗୁରୁତ୍ୱ : ଶ୍ରୀକ୍ଷେତ୍ରର ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରଦ୍ଧାଳୁ, ପର୍ଯ୍ୟଟକ ବେଳାଭୂମିର ମଜା ନେଇଥାନ୍ତି। ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ୪ଟି ଅସ୍ଥାୟୀ କ୍ୟାମ୍ପ କରାଯାଇଛି। ସୁରକ୍ଷିତ ସମୁଦ୍ର ସ୍ନାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏ ନେଇ ଅଗ୍ନିଶମ କେନ୍ଦ୍ର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଶହେଜଣ ଲାଇଫଗାର୍ଡ ମୁତୟନ ରହିବେ। ଡାକବାଜି ଯନ୍ତ୍ର ସାହାଯ୍ୟରେ ପର୍ଯ୍ୟଟକଙ୍କୁ ସଚେତନ କରାଯିବ। ପୋଲିସ ସହାୟତା ଭ୍ୟାନ ପାଟ୍ରୋଲିଂ ରହିବ।
ପୁରୀ-କୋଣାର୍କ ରାସ୍ତା ଅବରୋଧ ହଟିବ : ପୁରୀ ଜିଲାର ଅନ୍ୟ ଦର୍ଶନୀୟ ସ୍ଥାନ ଯଥା ସାତପଡ଼ା, କୋଣାର୍କ, ଚନ୍ଦ୍ରଭାଗା, ଅସ୍ତରଙ୍ଗ, କାକଟପୁର ଆଦି ସ୍ଥାନରେ ପ୍ରବଳ ଜନସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ସେଠାରେ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ପୁରୀ- କୋଣାର୍କ ରାସ୍ତାରେ ଯେପରି ରାସ୍ତା ଉପରେ କୌଣସି ଯାନବାହନ ପାର୍କିଂ ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ସାତପଡ଼ାଠାରୁ କୋଣାର୍କ ପର୍ଯ୍ୟନ୍ତ ଟୁରିଷ୍ଟ ସହାୟତା ପାଇଁ ପୋଲିସ ପାଟ୍ରୋଲିଂ କରିବ।
୭ରୁ ୮ହଜାର ଭକ୍ତଙ୍କ ଲାଗି ଜୋତା ଷ୍ଟାଣ୍ଡ : ଦୋଳବୋଦି କୋଣ ନିକଟରେ ଏକକାଳୀନ ୭ରୁ ୮ହଜାର ଭକ୍ତଙ୍କ ମୋବାଇଲ ଓ ଜୋତା ରଖିବା ଲାଗି ବୃହତ ବ୍ୟବସ୍ଥା ହୋଇଛି। ଏହାସହ ସିଂହଦ୍ୱାର ନିକଟରେ ଅସ୍ଥାୟୀ ଭାବେ ଜୋତା ଓ ମୋବାଇଲ ଷ୍ଟାଣ୍ଡ ବ୍ୟବସ୍ଥା ରହିଛି ବୋଲି ଏସପି ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri