ନୂଆ ବର୍ଷ ଲାଗି ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି

ପୁରୀ ଅଫିସ,୩୧ା୧୨- ନୂତନ ବର୍ଷରେ ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ ହେବ। ଏ ନେଇ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ନିିୟନ୍ତ୍ରଣ ଓ ପାର୍କିଂ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ପାର୍କିଂ ପ୍ରବେଶ ଏବଂ ପ୍ରସ୍ଥାନ ସମୟରେ ଅସୁବିଧା ନ ହେବ ସେଥିଲାଗି ଦୃଷ୍ଟି ଦିଆଯିବ। ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ ଲାଗି ସହରରେ ୨୨ଟି ଅସ୍ଥାୟୀ ପୋଲିସ କ୍ୟାମ୍ପ, ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ବ୍ୟବସ୍ଥା ରହିବ। ୩୧ ତାରିଖ ମଧ୍ୟରାତ୍ରିରୁ ଜାନୁୟାରୀ ୧ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ସୋମବାର ଏସପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ମାର୍କେଟ କମ୍ପ୍ଲେକ୍ସରେ ରହିବ ଦୁଇଚକିଆ:

ଟ୍ରାଫିକ ନିୟନ୍ତ୍ରଣ ଦୃଷ୍ଟିରୁ ସିଂହଦ୍ୱାର ନିକଟକୁ ସମସ୍ତ ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି। ମାର୍କେଟ କମ୍ପ୍ଲେକ୍ସ ଉଚ୍ଛେଦ ପରେ ଏହାକୁ ଦୁଇ ଚକିଆ ଯାନର ପାର୍କିଂସ୍ଥଳ କରାଯାଇଛି। ଏହି ସ୍ଥାନ ଫୁଲ ହେବା ପରେ ମୋଚିସାହି ଛକରେ ଅନ୍ୟ ଏକ ପାର୍କିଂ ବ୍ୟବସ୍ଥା କରାଯିବ। ସମସ୍ତ ଦୁଇ ଚକିଆ ଯାନ ମେଡିକାଲ ଛକରୁ ଝାଡେଶ୍ୱରୀ ଛକ, ଟାଉନ ହଲ ଛକ ଦେଇ ଏଠାରେ ରହିବେ। ବେଳାଭୂମି ଦିଗବାରେଣୀ ପାର୍କିଂ ଏବଂ ଯାତ୍ରୀକାଠାରେ ପାର୍କିଂ କରିପାରିବେ।

ଚାରିଚକିଆ ଯାନ ପାର୍କିଂ:

ଶ୍ରୀମନ୍ଦିରକୁ ଆସୁଥିବା ଚାରିଚକିଆ ଯାନ ଲାଗି ଜଗନ୍ନାଥ ବଲ୍ଲଭ, ପୁରୁଣା ଜେଲ ପଡିଆରେ ବ୍ୟବସ୍ଥା ରହିଛି। ଏହି ସ୍ଥାନ ପୂର୍ଣ୍ଣ ହେବା ପରେ ଗୁଣ୍ଡିଚା ମନ୍ଦିର, ଶରଧାବାଲି, ମଙ୍ଗଳାଘାଟ ଦେଇ ଫ୍ଲୋରିସ ଇଣ୍ଡିଆ ଓ ଯାତ୍ରିକାରେ ପାର୍କିଂ କରାଯିବ। ଗୁଣ୍ଡିଚା ମନ୍ଦିର ପାର୍କିଂ ଫୁଲ ହେଲେ ତାଳବଣିଆ ଇନଡୋର ଷ୍ଟାଡିିୟମ ଏବଂ ଆଇଟିଆଇ ଛକରେ ଯାନବାହନ ପାର୍କିଂ କରିବେ। ଏହି ସ୍ଥାନ ବ୍ୟତୀତ ଅନ୍ୟ କୌଣସି ଭିଡ଼ ସ୍ଥାନରେ ପାର୍କିଂ ପାଇଁ ଅନୁମତି ନ ଦେବା ଲାଗି ପୌର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ପାସେଞ୍ଜର, ଟୁରିଷ୍ଟ ବସ୍‌ ଯାତାୟାତ :

ଭୁବନେଶ୍ୱରରୁ ପୁରୀ ଆସୁଥିବା ଦୈନିକ ଘରୋଇ ବସ ଅଠରନଳା, ନବକଳେବର ରୋଡ ଦେଇ ମ୍ୟୁନିସିପାଲିଟି ବସଷ୍ଟାଣ୍ଡରେ ପ୍ରବେଶ କରିବେ। ବ୍ରହ୍ମଗିରି ପଟୁ ଆସୁଥିବା ଘରୋଇ ବସ ଜଟିଆ ବାବାଜୀ ଛକ ପର୍ଯ୍ୟନ୍ତ ଆସିବେ, ସେହି ରୁଟ ଦେଇ ଫେରିବେ। ସେହିପରି କୋଣାର୍କ ପଟୁ ଆସୁଥିବା ଗ୍ରୀଡ ଛକ ବାଲିଘାଟ, ମାଟିଆପଡା ଛକ ଦେଇ ବସଷ୍ଟାଣ୍ଡରେ ପ୍ରବେଶ କରିବେ। ସେହିଭଳି ବାହାର ରାଜ୍ୟର ଟୁରିଷ୍ଟ ବସ ମାଲତିପାଟପୁର ଟୁରିଷ୍ଟ ବସଷ୍ଟାଣ୍ଡରେ ରଖିବେ। ସେଠାରୁ ପର୍ଯ୍ୟଟକମାନେ ଅଟୋ ଓ ମିନିବସ ଯୋଗେ ଶ୍ରୀମନ୍ଦିର ଆସିପାରିବେ। କୋଣାର୍କରୁ ଆସୁଥିବା ଟୁରିଷ୍ଟ ବସ ତୋଷାଳି ପ୍ଲାଜା ଛକ, ବାଇଦାସ ନଗର, ଆରଓବି ଦେଇ ମାଳତିପାଟପୁରରେ ପାର୍କିଂ କରିବେ। ଭୁବନେଶ୍ୱର ପଟୁ ସାତପଡା ଚିଲିକା ଲାଗି ଆସୁଥିବା ଟୁରିଷ୍ଟ ବସ ବାଟଗଁା ମଙ୍ଗଳାଘାଟ ବାଇପାସ ଦେଇ ଜାତୀୟ ରାଜପଥ ଦେଇ ସାତପଡା ଯିବେ। ଭାରିଯାନ ଯଥା ଟ୍ରକ, ଟ୍ରାକ୍ଟର, ମାଲ ବୋଝେଇ ଟ୍ରକ ଆଦିର ସହରରେ ପ୍ରବେଶ ଉପରେ କଟକଣା ରହିବ। ଏହା ୩୧ ଓ ୦୧ ତାରିଖ ଦୁଇଦିନ ଧରି ବଳବତ୍ତର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri