ନୂଆ ଠିକଣା ଅପେକ୍ଷାରେ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ

ଓଡ଼ିଶାରେ ଏମିତି କମ୍‌ ପ୍ରମୁଖ ଅଞ୍ଚଳ ଥିବ, ଯେଉଁ ଅଞ୍ଚଳକୁ ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ବସ୍‌ ଚଳାଚଳ କରୁ ନ ଥିବ। ଅର୍ଥାତ୍‌ ରାତି ପାହିଲେ ସାରା ରାଜ୍ୟରୁ ଲୋକମାନଙ୍କ ପାଦ ଏହି ବସ୍‌ଷ୍ଟାଣ୍ଡରେ ପଡ଼ିଥାଏ। ବୈଶାଖର ତାତି ହେଉ ଅବା, ଆଷାଢ଼ର ବର୍ଷା କିମ୍ବା ମାଘର ହାଡ଼ଭଙ୍ଗା ଶୀତ। ଅହରହ ବାଦାମବାଡ଼ି ବସ୍‌ଷ୍ଟାଣ୍ଡର ଛାତି ଉପରେ ଚାଲିଥାଏ ମାଳମାଳ ବସ୍‌। କଟକ ସହରର ହୃତ୍‌ପିଣ୍ଡ ତଥା ରାଜ୍ୟ ପରିବହନ ଶିଳ୍ପର ମେରୁଦଣ୍ଡ ଏହି ବସ୍‌ଷ୍ଟାଣ୍ଡ ଅନେକ ଦଶନ୍ଧି ହେଲା ଅବହେଳାର ଶିକାର ହୋଇ ଆସୁଛି। ବର୍ଷା ହେଲେ କାଦୁଅ ପଚପଚରେ ଭିତରକୁ ଯିବା ମୁସ୍‌କିଲ୍‌ ହୋଇପଡ଼େ। କଂକ୍ରିଟ୍‌ ଚଟାଣ ଫାଟି ଲୁହାରଡ୍‌ ପଦାକୁ ବାହାରିଯାଇଛି। ଶୌଚ ହେଉ କି ପାନୀୟ ଜଳ, ସବୁ ପ୍ରକାର ସମସ୍ୟା ଏହିଠାରେ ଦେଖିବାକୁ ମିଳେ। ପ୍ରତ୍ୟହ ହଜାର ହଜାର ଯାତ୍ରୀଙ୍କ ଯିବା ଆସିବା ହେଉଥିଲେ ମଧ୍ୟ ସାଧାରଣ ସୁବିଧା ଟିକେ ମିଳୁ ନାହିଁ। ହେଲେ ଏବେ କିନ୍ତୁ ସ୍ଥିତି ବଦଳିବାକୁ ଯାଉଛି। ବାଦାମବାଡ଼ିକୁ ନୂଆ ରୂପ ଦେବା ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଗତ ୧୦ତାରିଖରେ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ବାଦାମବାଡ଼ି ପରିଦର୍ଶନ କରିବା ସହ ବିଭିନ୍ନ ସୁବିଧା ବିଷୟରେ ସମୀକ୍ଷା କରିଛନ୍ତି। ଖାନନଗର ବିଶ୍ୱନାଥ ପାଠାଗାର ପାଖରେ ୩୦ଏକର ଜାଗାକୁ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ହେବା ସହ ଏହାକୁ ନୂଆ ରୂପ ଦିଆଯିବ ବୋଲି କହିଛନ୍ତି। ଜିଲା ପ୍ରଶାସନ ଜମି ଚିହ୍ନଟ ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ କଟକବାସୀ ସ୍ବାଗତ କରିଛନ୍ତି। ଦୀର୍ଘବର୍ଷ ଧରି ଏଠାରେ ଲାଗି ରହିଥିବା ଅବ୍ୟବସ୍ଥାକୁ ନେଇ ବାଦାମବାଡ଼ି ଯେଉଁ ବଦନାମ ମୁଣ୍ଡାଇଥିଲା, ତାହା ଏବେ ବଦଳିବ। ସେଠାରେ ଯାତ୍ରୀଙ୍କୁ ଉତ୍ତମ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରଶାସନ କହିଛି। ତେବେ ବାଦାମବାଡ଼ିର ସମସ୍ୟା ଦୂର କରିବା ଦିଗରେ ଏହା ପ୍ରଥମ ପଦକ୍ଷେପ ନୁହେଁ । ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଯୋଜନା ଥିଲା, ସିଡିଏକୁ ଚାଲିଯିବ ବସ୍‌ଷ୍ଟାଣ୍ଡ । ପରେ ଗୋପାଳପୁରକୁ ସ୍ଥାନାନ୍ତର ପାଇଁ ଜାଗା ଚିହ୍ନଟ କରାଯାଇଥିଲା। ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସେଠାରେ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ହୋଇଥିଲା। ପାଚେରି ନିର୍ମାଣ କରାଗଲା। ହେଲେ କାମ ଆଉ ଆଗକୁ ବଢ଼ିଲାନି। ଏବେ ବସ୍‌ଷ୍ଟାଣ୍ଡ ଖାନ୍‌ନଗରକୁ ସ୍ଥାନାନ୍ତର ହେବାନେଇ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ସହରବାସୀଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଛି। ତେବେ ଏହି ନିଷ୍ପତ୍ତି ବାସ୍ତବତାର ରୂପ କେବେ ନେବ, ତାକୁ ସହରବାସୀ ଚାହିଁ ରହିଛନ୍ତି।
– ଆଶୀର୍ବାଦ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri