ନୀଳ ନୟନା ନିଶାରେ ହୋଇଥିଲେ ଅନ୍ଧୁଣୀ

ମଣିଷକୁ ବିଭିନ୍ନ ପ୍ରକାରର ନିଶା ଘାରିଥଏ। ତା’ ଭିତରେ ସୁନ୍ଦର ଦେଖାଯିବାର ନିଶା ଅନ୍ୟତମ। ବେଳେ ବେଳେ ଏଇ ନିଶାରେ ମଣିଷ ନିଜ ଜୀବନକୁ ବିପଦରେ ପକାଇବାକୁ ବି ପଛାଇ ନ ଥାଏ। ଠିକ୍‌ ଯେମିତି ଅଷ୍ଟ୍ରେଲିଆ, ନ୍ୟୁ ସାଉଥଓ୍ବେଲ୍ସର ୨୪ ବର୍ଷୀୟା ଏମ୍ବର ଲ୍ୟୁକ୍‌ଙ୍କୁ ଟାଟୁ କରି ନିଜର ସୌନ୍ଦର୍ଯ୍ୟ ବଢ଼ାଇବା ନିଶା ଲାଗିଛି। ଫଳରେ ତାଙ୍କ ଶରୀର ଟାଟୁରେ ଆଚ୍ଛାଦିତ ହୋଇଗଲାଣି। ଏମ୍ବରଙ୍କ ଶରୀରରେ ଏବେ ୨୦୦ରୁ ଊର୍ଦ୍ଧ୍ୱ ଟାଟୁ ଦେଖିବାକୁ ମିଳେ। ଫଳରେ ସେ ଏବେ ‘ଡ୍ରାଗନ୍‌ ଗର୍ଲ’ଭାବେ ପରିଚିତ ହେଉଛନ୍ତି। ଟାଟୁ କରିବା ସହ ସେ ଜିଭକୁ ଦୁଇ ଫାଳ କରି କାଟିଛନ୍ତି। ଏହା ବାଦ୍‌ ନିକଟରେ ସେ ନିଜ ଆଖିକୁ ନୀଳ ରଙ୍ଗର ଟାଟୁ କରି ନୀଳ ନୟନା ହେବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଟାଟୁ କରାଇ ଆଖିକୁ ନୀଳ ରଙ୍ଗରେ ରଙ୍ଗାଇଲେ ମଧ୍ୟ। ହେଲେ ଏହା ତାଙ୍କ ଜୀବନ ପ୍ରତି ବିପଦ ଆଣି ଦେଇଥିଲା। ଆଉ ସେ ଦୃଷ୍ଟିଶକ୍ତି ହରାଇ ବସିଲେ। ଯଦିଓ ସେ ସାମୟିକ ଅର୍ଥାତ୍‌ ୩ ମାସ ପର୍ଯ୍ୟନ୍ତ ଦୃଷ୍ଟିଶକ୍ତି ହରାଇଥିଲେ, ତେବେ ଏହି ପ୍ରକ୍ରିୟା ବହୁତ ବିପଜ୍ଜନକ ଥିଲା। ଏମ୍ବର କହନ୍ତି,‘ଏହି ଅନୁଭୂତିକୁ ଶବ୍ଦରେ ପ୍ରକାଶ କରିବା ବହୁତ କଷ୍ଟ। ଆଖିରେ ଯେତେବେଳେ ଟାଟୁର କାଳୀ ପକାଯାଉଥିଲା ଲାଗୁଥିଲା ସତେ ଯେମିତି ଅନେକ ମୁନିଆ କାଚ ଆଖିରେ ଫୋଡି ହେଇଯାଉଛି। ଆଖିରେ କାଳୀ ପକାଇବା ପ୍ରକ୍ରିୟା ବର୍ଷକରେ ଚାରି ଥର କରାଯାଇଥିଲା। ଏହା ବହୁତ ବିପଜ୍ଜନକ ଥିଲା। କାରଣ ଟିକେ ଏପଟସେପଟ ହେଲେ ଆଖି ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ଥିଲା। ତେବେ ଯେଉଁ ତିନି ମାସ ଦୃଷ୍ଟିଶକ୍ତି ହରାଇଥିଲି ତାହା ଥିଲା ବେଶ୍‌ ଯନ୍ତ୍ରଣାଦାୟକ।’ ଏମ୍ବର ସର୍ଜରି କରାଇ ସ୍ତନ, ଓଠ ଓ ଭ୍ରୁଲତା ଟ୍ରାନ୍ସଫର୍ମେଶନ କରାଇଛନ୍ତି। ମାତ୍ର ୧୬ ବର୍ଷ ବୟସରୁ ଟାଟୁ ପାଇଁ ତାଙ୍କର ଏହି ପାଗଳାମି ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ଏଥିରେ ସେ ୧୮.୩୭ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ଏମ୍ବର କହନ୍ତି,‘ଏବେ ମୋର ଚିନ୍ତା ନାହିଁ ମୁଁ ବୁଢୀ ହେଲେ କେମିତି ଦେଖାଯିବି। ଏତିକି ଖୁସି ଲାଗୁଛି ଯେ, ମରିବା ପର୍ଯ୍ୟନ୍ତ ଟାଟୁ ପାଇଁ ମୁଁ ସୁନ୍ଦର ରହିବି। ଆଉ ଟାଟୁ ସହ ମରିବି।’


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ବୁଦ୍ଧି ଶିଖାଇଲା ଆମେରିକା

ଓ୍ବାଶିଂଟନ,୨୦ା୪: ଆମେରିକା ତିନୋଟି ଚାଇନିଜ୍‌ ଏବଂ ଗୋଟିଏ ବେଲାରୁଷ କମ୍ପାନୀକୁ ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଯନ୍ତ୍ରପାତି ଯୋଗାଇବାକୁ ବାରଣ କରିଛି। ଆମେରିକା ବୈଦେଶିକ ବିଭାଗ...

ଅନ୍‌ଲାଇନ୍‌ ଗେମ୍‌ ଖେଳି ଛାତ୍ରଙ୍କ ଜୀବନ ଗଲା

ଓ୍ବାଶିଂଟନ,୨୦ା୪: ଆମେରିକା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରଙ୍କ ପାଇଁ ଏକ ଗମ୍ଭୀର ତଥା ପ୍ରଥମ ଘଟଣା ଘଟିଛି। ଜଣେ ଛାତ୍ର ଅନ୍‌ଲାଇନ୍‌ ଗେମ୍‌...

Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

ଗାଈର କଞ୍ଚା କ୍ଷୀରରୁ ମିଳିଲା H5N1 ବାର୍ଡ ଫ୍ଲୁ ଷ୍ଟ୍ରେନ୍‌; ସତର୍କ କଲା WHO

ନୂଆଦିଲ୍ଲୀ,୨୦।୪: ଆମେରିକାରେ ଗାଈର କଞ୍ଚା କ୍ଷୀରରେ ବାର୍ଡ ଫ୍ଲୁ ଭାଇରସ୍‌ ଷ୍ଟ୍ରେନ୍‌ ଏଚ୍‌୫ଏନ୍‌୧(H୫N୧) ଚିହ୍ନଟ ହୋଇଛି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଚିନ୍ତା ପ୍ରକଟ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri