ନୀତି ପ୍ରଶାସକଙ୍କୁ ଭକ୍ତ ନିବାସ କର୍ମଚାରୀ ସଂଘର ଦାବିପତ୍ର: ଶ୍ରମ ଆଇନକୁ ଉଲ୍ଲଂଘନ କରୁଛି ଠିକା ସଂସ୍ଥା

ପୁରୀ ଅଫିସ, ୧୨।୧୦: ବିଭିନ୍ନ ଦାବି ନେଇ ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଶ୍ରୀମନ୍ଦିର ଭକ୍ତ ନିବାସ କର୍ମଚାରୀ ସଂଘ। ପରେ ମୁଖ୍ୟ ପ୍ରଶାସକଙ୍କ ଉଦ୍ଦେଶ୍ୟରେ ନୀତି ପ୍ରଶାସକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ନୀଳାଚଳ ଭକ୍ତ ନିବାସ, ଗୁଣ୍ଡିଚା ଭକ୍ତ ନିବାସ ଓ ନୀଳାଦ୍ରି ଭକ୍ତ ନିବାସରେ କର୍ମଚାରୀ ନିୟୋଜନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକ ଠିକା ସଂସ୍ଥା ସହ ଚୁକ୍ତି କରିଛି। ଫଳରେ ଆଉଟ୍‌ସୋର୍ସିଂ ଭାବେ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ସମ୍ପୃକ୍ତ ଠିକା ସଂସ୍ଥା ପ୍ରଚଳିତ ଶ୍ରମ ଆଇନକୁ ଉଲ୍ଲଂଘନ କରି ସର୍ବନିମ୍ନ ମଜୁରି, ଇପିଏଫ୍‌ ଓ ଇଏସ୍‌ଆଇ ଦେଉନାହିଁ।
ତେଣୁ ସଂଘ ପକ୍ଷରୁ ୯ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସର୍ବନିମ୍ନ ମଜୁରି ପ୍ରଦାନ, ଗୁଣ୍ଡିଚା ଭକ୍ତ ନିବାସରେ କର୍ମଚାରୀଙ୍କୁ ୩୦ ଦିନର ଦରମା ପ୍ରଦାନ ସହ ୫ ରିସେପ୍‌ସନିଷ୍ଟ ପଦ ସୃଷ୍ଟି, ୨୦୧୬ ଏପ୍ରିଲରୁ ବର୍ଦ୍ଧିତ ହାରରେ ବକେୟା ମଜୁରି ପ୍ରଦାନ, ପ୍ରତ୍ୟେକ ମାସରେ ୱେଜ୍‌ ସ୍ଲିପ ପ୍ରଦାନ, ବକେୟା ଇପିଏଫ୍‌/ଇଏସ୍‌ଆଇ ଜମା କରି କର୍ମଚାରୀଙ୍କୁ କୋଡ୍‌ ପ୍ରଦାନ ଓ ଇଏସ୍‌ଆଇରେ ପରିବାରବର୍ଗଙ୍କୁ ସାମିଲ, କର୍ମଚାରୀଙ୍କୁ ବୋନସ ଓ ବର୍ଷକୁ ୨ ହଳ ପୋଷାକ, ସମସ୍ତ କର୍ମଚାରୀଙ୍କୁ ଗୋଷ୍ଠୀ ବୀମାଭୁକ୍ତ କରାଯାଉ ଏବଂ ଏକକ ପରିଚୟପତ୍ର ବ୍ୟବସ୍ଥା ସାଙ୍ଗକୁ ଗତ ମେ ବାତ୍ୟା ମାସର ସମ୍ପୂର୍ଣ୍ଣ ଦରମା ଦିଆଯାଉ ବୋଲି ଦାବି କରାଯାଇଛି। ଏହି ବିକ୍ଷୋଭରେ ସଂଘ ସଭାପତି ଶରତ ରାୟଗୁରୁ, ସମ୍ପାଦକ ରଶ୍ମିତା ଗୋଚ୍ଛାୟତ, ଅମରେନ୍ଦ୍ର ନନ୍ଦ, ଜଗନ୍ନାଥ ଦେଓ, ସୋମନାଥ ନାୟକ, ସୁଜିତ ନାୟକ, ମୁନା ମହାପାତ୍ର, ଶିବପ୍ରସାଦ ସାହୁ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘୩୭୦ ଟଙ୍କାର ବିରିୟାନୀ’ ବିବାଦରେ ଫସିଥିବା କମେଡିଆନ ପ୍ରଣିତ ମୋରେ ଗୋଟିଏ ଶୋ’ରୁ କେତେ କମାନ୍ତି? ସମ୍ପତ୍ତି କଥା ଜାଣିଲେ…

ସୋସିଆଲ ମିଡିଆ ଦୁନିଆରେ ରାତାରାତି ପ୍ରସିଦ୍ଧି ପାଇବା ଯେତିକି ସହଜ, ବିବାଦ ଗଳିରେ ଫସିଯିବାର ବିପଦ ମଧ୍ୟ ସେତିକି ଅଧିକ ରହିଥାଏ। ଆଜିକାଲି ଷ୍ଟାଣ୍ଡଅପ କମେଡିଆନ ପ୍ରଣିତ…

ନିସ୍ତୁକ ମାଡ଼ ମାରି ମୃତ ଭାବି କୂଅକୁ ଫିଙ୍ଗି ଦେଇଥିଲେ : ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):  ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ସମଲେଇପଦର ନିକଟ ଜଙ୍ଗଲରେ ରହିଥିବା ଏକ ପରିତ୍ୟକ୍ତ କୂଅରୁ ୪ଦିନ ପରେ ଯୁବକ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ…

ଗ୍ରାମବାସୀଙ୍କ ଦୁଃଖ ଶୁଣିଲେ ବିଧାୟକ, ଭତ୍ତା ସହ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ…

ଗଜପତି,୧୨ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଯୋଗଦେଇ ଗ୍ରାମବାସୀଙ୍କ…

ବନ ବିଭାଗରେ ନିୟୋଜିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ମହଙ୍ଗା ପଡ଼ିଲା ସରକାରୀ ଗାଡ଼ିରେ ବେସରକାରୀ କାମ

ବଣାଇଁ,୧୨ା୬(ପ୍ରଦୀପ ତ୍ରିପାଠୀ): ରାଜାମୁଣ୍ଡା କୋଇଡା ୫୨୦ ନମ୍ବର ଜାତୀୟ ରାଜପଥର କେ. ବଲାଙ୍ଗ ଥାନା ନିକଟରେ ଗୁରୁବାର ରାତିରେ ହାଇଓ୍ବା ପଛରେ ଏକ ବୋଲେରୋ ପିଟି ହୋଇ…

କାଲି ସକାଳୁ ମାଡ଼ି ଆସୁଛି ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୧୨।୬: ଆଇଏମଡି (IMD) ର ସୂଚନା ଅନୁଯାୟୀ, ଜୁନ ୪ ରେ କେରଳରେ ପ୍ରବେଶ କରିବା ପରେ ମୌସୁମୀ ମାତ୍ର ୮ ଦିନ ମଧ୍ୟରେ ୧୭ଟି ରାଜ୍ୟକୁ…

ମମତା ବାନାର୍ଜୀଙ୍କ ବିରୋଧରେFIR; ବଢ଼ିଲା ଅଡୁଆ

କୋଲକାତା,୧୨।୬: କ୍ଷମତା ହରାଇବା ପରଠାରୁ ପଶ୍ଚିମବଙ୍ଗର ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମସ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ସାମ୍ପ୍ରଦାୟିକ ମନ୍ତବ୍ୟ ସମ୍ପର୍କରେ ତାଙ୍କ ବିରୋଧରେ ହ୍ୟାରେ…

‘ହିତାଧିକାରୀଙ୍କୁ ଏକାସାଙ୍ଗରେ ମିଳିବ ୩ ମାସର ଭତ୍ତା’

ଭୁବନେଶ୍ୱର,୧୨ା୬: ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସମସ୍ୟା ରାଜ୍ୟର ନୁହେଁ,…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ଏଣିକି ୫ କେଜି ବଦଳରେ ମିଳିବ ଏତେ କେଜି ମାଗଣା ଚାଉଳ

ଭୁବନେଶ୍ୱର,୧୨।୬: ମୋହନ ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଆଜିଠୁ ରାଜ୍ୟରେ ଲାଗୁ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri