ନୀତି ଆୟୋଗ ର଼୍ୟାଙ୍କିଙ୍ଗ ଉପରେ ଗୁରୁତ୍ୱ ପାଇଁ ପ୍ରସ୍ତାବ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ସ୍ବାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ସାମାଜିକ କ୍ଷେତ୍ରରେ ବିକାଶକୁ ନେଇ ରାଜ୍ୟଗୁଡିକର ର଼୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଉଛି। ଯେଉଁ ବିଷୟବସ୍ତୁକୁ ଆଧାର କରି ର଼୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଉଛି, ସେଗୁଡିକର ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାର ନୀତି ଆୟୋଗକୁ ପରାମର୍ଶ ଦେଇଥିବା ଜଣାପଡିଛି। ରାଜ୍ୟଗୁଡିକର ବିଭିନ୍ନ ବିକାଶ କ୍ଷେତ୍ରକୁ ନେଇ ନୀତି ଆୟୋଗ ବିଭିନ୍ନ ସମୟରେ ଭିନ୍ନଭିନ୍ନ ରିପୋର୍ଟ ପ୍ରକାଶ କରୁଥିବା ବେଳେ ରାଜ୍ୟଗୁଡିକୁ ର଼୍ୟାଙ୍କିଙ୍ଗ ମଧ୍ୟ କରୁଛନ୍ତି। ତେବେ ଏହି ସମୟରେ ନିର୍ଦ୍ଦିଷ୍ଟ କିଛି ମାନାଙ୍କକୁ ବିଚାରକୁ ନେବା ଲାଗି ରାଜ୍ୟ ସରକାର ପ୍ରସ୍ତାବ ରଖିଛନ୍ତି। ନିକଟ ଭବିଷ୍ୟତରେ ନୀତି ଆୟୋଗ ପକ୍ଷରୁ ହେଲ୍‌ଦି ପ୍ରୋଗ୍ରେସିଭ୍‌ ଇଣ୍ଡିଆ ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯିବା ସହିତ ରାଜ୍ୟଗୁଡିକର ର଼୍ୟାଙ୍କିଙ୍ଗ କହୁଥିବାବେଳେ ସ୍ବାସ୍ଥ୍ୟସେବା କ୍ଷେତ୍ରର ବିଭିନ୍ନ ଦିଗକୁ ଦୃଷ୍ଟି ଦେଇ ନ ଥିବା ବହୁ ଅଧିକାରୀ ଦର୍ଶାଇଥିଲେ। ଏନେଇ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ନୀତି ଆୟୋଗ ସହିତ ଯୋଗାଯୋଗରେ ଥିବା ଜଣାପଡିଛି। ପୂର୍ବରୁ ଅସୀତ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ କାର୍ଯ୍ୟ କରିଛନ୍ତି। ଏହି ଅଭିଜ୍ଞତା ଆଧାରରେ ସେ ନୀତି ଆୟୋଗକୁ କହିଥିବା ଜାଣିବାକୁ ମିଳିଛି। ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଓଡିଶା ସର୍ବାଗ୍ରେ ରହିପାରିଛି। ୨୦୧୭-୧୮ରେ ମ୍ୟାଲେରିଆ ନିବାରଣରେ ଓଡିଶା ସବୁଠାରୁ ଆଗରେ ରହିପାରିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହାକୁ ବହୁ ପ୍ରଶଂସା କରିଛି। କେନ୍ଦ୍ରୀୟ ସଚିବଙ୍କ କହିବାନୁଯାୟୀ ୨୦୧୮ରେ ଓଡିଶାରେ ୫୫ ପ୍ରତିଶତ ମ୍ୟାଲେରିଆ ନିବାରଣ ହୋଇପାରିଛି। ୨୦୧୭ରେ ଏହା ୬୭ପ୍ରତିଶତ ହ୍ରାସ ପାଇଥିଲା। ୨୦୧୮ ବିଶ୍ୱ ମ୍ୟାଲେରିଆ ରିପୋର୍ଟରେ ମଧ୍ୟ ରାଜ୍ୟ ମ୍ୟାଲେରିଆ ନିୟନ୍ତ୍ରଣ ସଫଳତା ସ୍ଥାନ ପାଇପାରିଛି। ମାତ୍ର ନୀତି ଆୟୋଗ ପକ୍ଷରୁ ଯେତେବେଳେ ରିପୋର୍ଟ ପ୍ରସ୍ତୁତ କରାଯାଇଛି ଏହାକୁ ଗୁରୁତ୍ୱ ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri