ନିୟତିରୁ ଆରମ୍ଭ ଯାତ୍ରା

ତାଙ୍କର ମୂଳନାମ ପ୍ରଭାସିନୀ ପାଣିଗ୍ରାହୀ। ହେଲେ ଯାତ୍ରା ଇଣ୍ଡଷ୍ଟ୍ରିରେ ସେ କେବେଳ ମାମା ନାମରେ ହିଁ ପରିଚିତ। ଘର ଭଦ୍ରକ ଜିଲାର ବାସୁଦେବପୁର ଅନ୍ତର୍ଗତ ବ୍ରାହ୍ମଣଗଁ। । ବାପାମା’ଙ୍କ ବଡ଼ଝିଅ। ପୁଣି ବ୍ରାହ୍ମଣଘରର ଝିଅ। ଘରର ଆର୍ଥିକ ପରିସ୍ଥିତି ସେତେଟା ଭଲ ନ ଥାଏ। ସବୁବେଳେ ନାହିଁ ନାହିଁ ଲାଗି ରହିଥାଏ। ଏକଥା ଦେଖୁଥାନ୍ତି ମାମା। ସେତେବେଳେ ତାଙ୍କୁ ଆଠ ନ’ ବର୍ଷ ବୟସ ହେବ। ତାଙ୍କୁ କିଛି ଭଲ ଲାଗୁନଥାଏ। ସେ ଝିଅଟେ ହେଲେ କ’ଣ ହେଲା? ସେ କ’ଣ କିଛି କାମ କରି ବାପାମା’ଙ୍କ କମରକୁ ବଳ ହୋଇ ପାରିବେ ନାହିଁ। ଏମିତି ଗୋଟେ ଚିନ୍ତାରେ ଥାଆନ୍ତି ମାମା। ସେହିବର୍ଷ ତାଙ୍କ ଗଁ। କୁ ନିୟତି ଗଣନାଟ୍ୟ ଆସିଥାଏ। ସ୍କୁଲ୍‌ରେ ଗଣନାଟ୍ୟର ଝିଅପିଲାମାନେ ରହୁଥାନ୍ତି। ତାଙ୍କ ବୟସର ବି ଅନେକ ଝିଅ ଥାଆନ୍ତି। ସେମାନଙ୍କ ସହିତ ମାମାଙ୍କର ଭଲ ସମ୍ପର୍କ ଗଢ଼ି ଉଠିଥାଏ। ସେ ସେଇମାନଙ୍କ ସହିତ ଯାତ୍ରାପାର୍ଟିରେ ପଳେଇଗଲେ। ଘରେ ସେକଥା କେହି ଜାଣି ନଥାନ୍ତି। ଘରେ ଖୋଜାପଡ଼ିଲା। କେହିକିଛି ଖୋଜଖବର ପାଇଲେ ନାହିଁ। ଏମିତିରେ ବର୍ଷଟିଏ ବିତିଗଲା। ଇତିମଧ୍ୟରେ ମାମା ନିୟତି ଗଣନାଟ୍ୟରେ ରହିଗଲେ। ଶିଶୁ କଳାକାର ଭାବରେ ଛୋଟମୋଟ ଅଭିନୟ କଲେ। ବର୍ଷେ ପରେ ସେ ଘରକୁ ଫୋନ୍‌ କରି ଜଣେଇଲେ ଯେ, ସେ ଯାତ୍ରାରେ ପଳେଇ ଆସିଛନ୍ତି। ଏକଥା ଶୁଣି ମା’ କାନ୍ଦିଲା। ବାପା ମନ ଦୁଃଖ କଲେ। କାରଣ ସେମାନେ ଚାହୁଁ ନ ଥିଲେ ତାଙ୍କ ଝିଅ ଯାତ୍ରାରେ ଯାଉ। ପୁଣି ଲୁଚି ପଳେଇ ଯାଇଥିବାରୁ ସେମାନେ ଖୋଜିଖୋଜି ନୟାନ୍ତ ହୋଇ ସାରିଥିଲେ। ବାପାମା’ଙ୍କୁ ବୁଝେଇଲେ ମାମା। କହିଲେ, ମୁଁ ଆସିସାରିଛି ଯେତେବେଳେ ଆଉ ଫେରିବିନି। ବରଂ ଆପଣମାନେ ଆଶୀର୍ବାଦ କରନ୍ତୁ ମୁଁ ଯାତ୍ରା ଲାଇନ୍‌ରେ ନଁ। କରେ। ବାପାମା’ଙ୍କର ଆଉ କିଛି କରିବାର ନ ଥିଲା। ସେମାନଙ୍କର ଆଶୀର୍ବାଦ କିନ୍ତୁ ରହିଥିଲା ମାମାଙ୍କ ସାଙ୍ଗରେ। ସେଥିଲାଗି ମାମା ଯାତ୍ରାଜଗତରେ ଆଜି ଜଣେ ପ୍ରତିଷ୍ଠିତ ଆର୍ଟିଷ୍ଟ। ଇତିମଧ୍ୟରେ ୧୯ବର୍ଷରୁ ଅଧିକ ହୋଇଗଲା ସେ ଯାତ୍ରାପାର୍ଟିରେ ରହିଛନ୍ତି। ନିୟତିରୁ ତାଙ୍କର ଯାତ୍ରା ଜୀବନ ଆରମ୍ଭ ହୋଇଥିଲା। ସେ ସେଠାରେ ଶିଶୁ କଳାକାର ଭାବେ ଅଭିନୟ କରୁଥିଲେ। ଶରଧାବାଲି ଅପେରାରେ ନୃତ୍ୟ କଲେ। ସତ୍ୟମ୍‌ ଗଣନାଟ୍ୟରେ ଆରମ୍ଭ ହେଲା ତାଙ୍କର ଅଭିନୟ ଜୀବନ। ଏହି ଦୀର୍ଘ ସମୟ ମଧ୍ୟରେ ସେ ମୁକ୍ତେଶ୍ୱର ଅପେରା, କ୍ଲାସିକ୍‌ ଗଣନାଟ୍ୟ, ଦୁର୍ଗାଶ୍ରୀ ଗଣନାଟ୍ୟ, ଶରଧାବାଲି, ଶିବାନୀ ଗଣନାଟ୍ୟ, ଓମ୍‌ଶ୍ରୀ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ଯାତ୍ରାଶ୍ରୀ ବିଶ୍ୱଦରବାର ଆଦି ଅନୁଷ୍ଠାନରେ କାମକରି ଏବେ ଆସି ପହଞ୍ଚତ୍ଛନ୍ତି ଇନ୍ଦ୍ରଭୁବନରେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ଅହ୍ୟ ସୁଲକ୍ଷଣୀ, ମୁଁ ତୋର କ’ଣ ହେବି, ମଣିଷ ଖିଆ ମଣିଷ, ସୁନା କଣ୍ଢେଇ, ପବିତ୍ର ପାପ, ଗଲାକଥା ପାସୋରି ଦିଅ, ଅଧା ରହିଗଲା ମଥା ଓଢ଼ଣି, ବାଦାମବାଡ଼ିର ବଦମାସ ଝିଅ, ହେ ଈଶ୍ୱର କୋଟି ନମସ୍କାର, ଷ୍ଟାଫ୍‌ ନର୍ସ, ଗୁପ୍ତ ସମ୍ପର୍କ ଏବଂ ଆହୁରି ଅନେକ। ଚଳିତବର୍ଷ ‘ଇନ୍ଦ୍ରଭୁବନ’ରେ ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ମାଣିକକୁ କିଏ ମାଇଲା ମାଡ଼, କହିବାକୁ ଲାଜ ଲାଗୁଛି, ବାଜୁଥାଉ ଯେତେ ନିନ୍ଦା ନାଗରା ଏବଂ ଓଠର ହସ ମୋ ଲୁହରେ ଶେଷ। ମାମା ମୁଖ୍ୟତଃ ନେଗେଟିଭ୍‌ ରୋଲରେ ମଞ୍ଚକୁ ଆସୁଥିଲେ ମଧ୍ୟ ପଜିଟିଭ ଭୂମିକା ତାଙ୍କର ବେଶି ପସନ୍ଦ ବୋଲି କହନ୍ତି ଏହି ଅଭିନେତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri