ନିଷ୍ଠାପର ପ୍ରୟାସ ଲୋଡ଼ା

ସବ୍ୟସାଚୀ ଅମିତାଭ
୭ ବର୍ଷ ପରେ ନିର୍ଭୟା ଦୋଷୀଙ୍କୁ ଫାଶୀ ହୋଇଛି। ଦେଶର ମହିଳାଙ୍କ ସୁରକ୍ଷା ପାଇଁ ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଉଛି। ଆଇନ ବଦଳିଛି, ଦଣ୍ଡ କଠୋର ହୋଇଛି, ତେବେ ବି ଦେଶର ଅନେକ ରାଜ୍ୟରେ ନିର୍ଭୟା ପରି ଘଟଣା କମିବାର ନାଁ ନେଉନି। ମହିଳାଙ୍କ ପ୍ରତି ସମ୍ମାନ, ନ୍ୟାୟ, ସେମାନଙ୍କ ସଶକ୍ତୀକରଣ କଥା ସମସ୍ତେ କହୁଛନ୍ତି। ହେଲେ ବାସ୍ତବରେ ଆଜିର ସମୟରେ ମହିଳାମାନେ କେତେ ସଶକ୍ତ ହୋଇଛନ୍ତି ତାହା ବର୍ତ୍ତମାନ ସମୟର ବଡ ପ୍ରଶ୍ନ, ଏବାବଦରେ ଖୋଲା ଚର୍ଚ୍ଚା ହେବା ମଧ୍ୟ ଜରୁରୀ। ଆମେ ନିଜକୁ ଏକ ଶିକ୍ଷିତ ସମାଜର ଅଂଶବିଶେଷ ବୋଲି କହୁଛୁ। ହେଲେ ଭୁଲିଯାଇଛୁ, ଏହି ସମାଜର ଅଧା ଜନସଂଖ୍ୟା ଅର୍ଥାତ୍‌ ମହିଳାଙ୍କୁ ସମ୍ମାନ ଓ ମାନ୍ୟତା ଦେବାକୁ। ସମାନତା କଥା ଛାଡନ୍ତୁ, ମହିଳାମାନଙ୍କ ମଧ୍ୟରୁ ଏକ ବଡ ଅଂଶ ଆଜି ବି ବଞ୍ଚୁଛନ୍ତି ଡର, ଭୟ ଓ ହିଂସାର ପରିବେଶ ଭିତରେ, ଯାହା ପ୍ରମାଣିତ କରୁଛି ପୁରୁଷପ୍ରଧାନ ସମାଜକୁ ଓ ଲିଙ୍ଗଗତ ପ୍ରଭେଦକୁ। ମିଳିତ ଜାତିସଂଘ ପକ୍ଷରୁ ଜାରି ହୋଇଥିବା ଘୋଷଣାନାମାକୁ ଯଦି ଦେଖିବା, ମହିଳା ବିରୋଧୀ ହିଂସା ଘଟଣାର ପ୍ରକାରଭେଦ ପାଇବା। ଯେମିତି, ବଳାତ୍କାର ବା ଶାରୀରିକ ନିର୍ଯାତନା, ବାଲ୍ୟ ବିବାହ, ପତ୍ନୀଙ୍କୁ ମାରପିଟ୍‌, ବେଶ୍ୟାବୃତ୍ତି, ଯୌତୁକଜନିତ ନିର୍ଯାତନା, ଯୁବତୀ ଚାଲାଣ, ଅନର କିଲିଂ, ପର୍ନୋଗ୍ରାଫି, ଅପହରଣ ଇତ୍ୟାଦି।
ଯଦି ଆମେ ନ୍ୟାଶ୍‌ନାଲ କ୍ରାଇମ୍‌ ରେକର୍ଡସ ବ୍ୟୁରୋର ରିପୋର୍ଟ ଉପରେ ନଜର ପକାଇବା ଦେଖିବା, ମହିଳାଙ୍କ ହିଂସା ଘଟଣା ବେଶ୍‌ ବଢିଛି। ୨୦୧୮ର ତଥ୍ୟ ଅନୁସାରେ ଦୈନିକ ଏକ ହଜାରରୁ ଅଧିକ ମହିଳା ହିଂସାଜନିତ ଘଟଣା ଘଟୁଛି। କ୍ରାଇମ୍‌ ଏଗେଁଷ୍ଟ ୱିମେନ୍‌ କାଟାଗୋରୀରେ ୨୦୧୮ରେ ୩ ଲକ୍ଷ ୭୮ ହଜାର ୨୭୭ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୭ରେ ଏହି ସଂଖ୍ୟା ଥିଲା ୩, ୬୯, ୮୪୯। ସେହିପରି ୨୦୧୬ରେ ଏହି ସଂଖ୍ୟା ଥିଲା ୩, ୩୮,୯୫୪। ଏହି ହିଂସା ଘଟଣାଗୁଡିକ ଭିତରେ ବଳାତ୍କାର, ଅପହରଣ, ଯୌତୁକଜନିତ ମୃତ୍ୟୁ, ପରିବାର ଭିତରେ ସ୍ବାମୀ ଓ ସଂପର୍କୀୟଙ୍କ ଦ୍ୱାରା ନିର୍ଯାତନା ଇତ୍ୟାଦି। ନାବାଳିକା, ସାବାଳିକା ତଥା ବୃଦ୍ଧ ମହିଳାମାନେ ବରାବର ବଳାତ୍କାର ଓ ହତ୍ୟାକାଣ୍ଡର ଶିକାର ହେଉଛନ୍ତି। ୨୦୦୧ରୁ ୨୦୧୮ ଭିତରେ ରୁଜୁ ହୋଇଥିବା ହିଂସାଜନିତ ଘଟଣାରେ ଦଣ୍ଡବିଧାନ ମାତ୍ରା ରହିଛି ୨୧ ପ୍ରତିଶତ। ମହିଳାଙ୍କ ଉପରେ ହିଂସାଜନିତ ଘଟଣାର ଚିତ୍ର ରାଜ୍ୟୱାରି ଭିନ୍ନ ଭିନ୍ନ ରହିଛି। ତଥ୍ୟ କହୁଛି, ଆମ ଦେଶର ପ୍ରତି ୭୮ ଘଣ୍ଟାରେ ଗୋଟିଏ ଯୌତୁକଜନିତ ହତ୍ୟା ଘଟୁଥିବା ବେଳେ ପ୍ରତି ୫୯ ମିନିଟରେ ଗୋଟିଏ ଶାରୀରିକ ନିର୍ଯାତନା ଓ ପ୍ରତି ୧୫ ମିନିଟରେ ଗୋଟିଏ ବଳାତ୍କାର ହେଉଛି। ସେହିପରି ପ୍ରତି ମିନିଟରେ ତିନି ଜଣ ମହିଳା ଘରୋଇ ହିଂସାର ସାମନା କରୁଛନ୍ତି।
ଆମ ରାଜ୍ୟ ଓଡିଶାରେ ବି ମହିଳାମାନଙ୍କ ବିରୋଧରେ ହିଂସାଜନିତ ଘଟଣା କିଛି କମ୍‌ ନୁହେଁ। ନ୍ୟାଶ୍‌ନାଲ କ୍ରାଇମ୍‌ ରେକର୍ଡସ ବ୍ୟୁରୋର ରିପୋର୍ଟ ଅନୁସାରେ ପୂରା ଦେଶରେ ମହିଳା ହିଂସା କ୍ଷେତ୍ରରେ ଓଡିଶାର ସ୍ଥାନ ୭ମ। ଅତୀତ ଦିନମାନଙ୍କରେ ସାଧାରଣ ଭାବେ ମହିଳାମାନେ ଘରୋଇ ହିଂସା, କର୍ମ କ୍ଷେତ୍ରରେ ଶାରୀରିକ ନିର୍ଯାତନା, ଯୌତୁକଜନିତ ନିର୍ଯାତନାର ଶିକାର ହେଉଥିଲେ। ସେହିପରି ଅଳ୍ପ ବୟସରେ ବିବାହ ବି ଏକ ପ୍ରକାର ନିର୍ଯାତନା ଭାବେ ଗଣାହେଉଛି। ଏବେ ସମୟ ବଦଳିବା ସହ ଏହି ନିର୍ଯାତନାରେ ଆଉ କିଛି ନୂଆ ଫର୍ଦ୍ଦ ଯୋଡି ହୋଇଯାଇଛି। ଯେମିତି, ମହିଳାଙ୍କ ଉପରେ ଏସିଡ୍‌ ପିଙ୍ଗା, ଅନର କିଲିଂ।
ତେବେ ମୁଖ୍ୟ ପ୍ରସଙ୍ଗଟି ହେଉଛି, କ’ଣ ପାଇଁ ମହିଳାଙ୍କ ବିରୋଧରେ ହିଂସା ବୃଦ୍ଧି ପାଉଛି। ଏହାର ନିରାକରଣ କ’ଣ? ମୋଟାମୋଟି ଦେଖିବାକୁ ଗଲେ ପରିବାରର ଆର୍ଥିକ ସ୍ଥିତି, ଜାତି, ବର୍ଣ୍ଣ, ମହିଳା ଓ ପୁରୁଷଙ୍କ ମଧ୍ୟରେ ହାରାହାରି ଅନୁପାତ, ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ, ସାକ୍ଷରତା, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକସଂଖ୍ୟା ଭିତରେ ଥିବା ଅନୁପାତ, ସ୍ଥାନୀୟ ପ୍ରଶାସନର ଦକ୍ଷତା ଓ ଗଣମାଧ୍ୟମର ଭୂମିକା। ଏହିସବୁ ଦିଗଗୁଡିକ କେଉଁଠି ନା କେଉଁଠି ମହିଳା ହିଂସାଜନିତ ଘଟଣାର କାରଣ ଓ ନିରାକରଣରେ ଜଡିତ। ଘରୋଇ ହିଂସା ନିରାକରଣ ପାଇଁ ଜନସଚେତନତା ଲୋଡା। ସେହିପରି କର୍ମକ୍ଷେତ୍ରରେ ମହିଳାଙ୍କ ନିର୍ଯାତନା ରୋକିବା ପାଇଁ ସମସ୍ତଙ୍କୁ ମୁହଁ ଖୋଲିବାକୁ ପଡିବ। ବିରୋଧ କରିବାକୁ ପଡିବ।
ମହିଳାଙ୍କ ସୁରକ୍ଷା ଦାୟିତ୍ୱ ସମସ୍ତଙ୍କର। ମହିଳା ହିଂସାଜନିତ ଘଟଣାରେ ଦଣ୍ଡ ଓ ଆଇନ ବ୍ୟବସ୍ଥାକୁ କଡାକଡି କରାଯିବା, ସାମୂହିକସ୍ତରରେ ମହିଳାଙ୍କ ବିକାଶ ପାଇଁ ଯୋଜନା, ମହିଳା ଓ ଝିଅମାନେ ସହଜରେ ଆଇନ ସେବା ପାଇବାର ବ୍ୟବସ୍ଥା, ଘରୋଇ କଳିର ସମାଧାନ ପାଇଁ କାଉନ୍‌ସେଲିଂ ବ୍ୟବସ୍ଥା, ମହିଳାଙ୍କ ଆର୍ଥିକସ୍ଥିତିରେ ବିକାଶକୁ ପ୍ରାଧାନ୍ୟ, ଗଣମାଧ୍ୟମ ଜରିଆରେ ଜନସଚେତନତା ଆଦି ଜରିଆରେ ମହିଳାଙ୍କ ବିରୋଧରେ ହିଂସା ଘଟଣାକୁ ହ୍ରାସ କରିହେବ। ଖାଲି କଥାରେ ବା ଭାଷଣରେ ନୁହଁ ବରଂ ମହିଳାଙ୍କୁ ସୁରକ୍ଷିତ ଓ ସଶକ୍ତ କରିବା ପାଇଁ ସମସ୍ତେ ନିଷ୍ଠାପର ପ୍ରୟାସ କରିବା ଦରକାର।
ଭୁବନେଶ୍ୱର, ମୋ- ୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri