ନିର୍ମାଣାଧୀନ ରେଲଓ୍ବେ ଟ୍ରାକ୍‌ ଖାତରେ ପଡ଼ି ଛେଳି ଚରାଳି ମୃତ : କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପରଜଙ୍ଗ, ୧୬।୮(ଡି.ଏନ.ଏ.)-ଅନୁଗୋଳ-ଡୁବୁରି ରେଲଓ୍ବେ ଟ୍ରାକ୍‌ ନିର୍ମାଣ ପାଇଁ ଖୋଳାଯାଇଥିବା ଖାତରେ ଖସିପଡ଼ି ଜଣେ ଛେଳିଚରାଳିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପରଜଙ୍ଗ ଥାନା ବାରିହାପୁର ଗ୍ରାମର ଆଦିତ୍ୟ ପରିଡ଼ା (୩୦)। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଞ୍ଚଳବାସୀ ରାସ୍ତାରୋକୋ କରିଥିଲେ। ଏହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନାଯୋଗ୍ୟ, ବାରିହାପୁର ଗ୍ରାମ ଦେଇ ଅନୁଗୋଳ-ଡୁବୁରି ରେଳପଥ ନିର୍ମାଣ କାର୍ଯ୍ୟ ଚାଲିଛି। ବାରିହାପୁର ଗଁା ନିକଟରେ ଅଧିକ ଉଚ୍ଚା ହୋଇଥିବାରୁ ପ୍ରାୟ ୪୦ ଫୁଟ ଗଭୀରର ମାଟି ଖୋଳାଯାଇଛି। ଏବେ ଉକ୍ତ ସ୍ଥାନରେ ୨୦ ଫୁଟ ପାଣି ଜମି ରହିଛି। ଅନ୍ୟପଟେ ବିପଦ ଅଶଙ୍କା ଥିବା ସତ୍ତ୍ୱେ ଉଭୟ ପାର୍ଶ୍ୱରେ କୌଣସି ସୁରକ୍ଷା ବାଡ଼ ଦିଆଯାଇନାହିଁ। ଉକ୍ତ ରାସ୍ତା ଦେଇ ଆଦିତ୍ୟ ଛେଳି ଚରାଇବାକୁ ଯାଉଥିବାବେଳେ ଗୋଡ଼ ଖସିଯିବାରୁ ପାଣିରେ ଖସିପଡ଼ିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ଉଦ୍ୟମ ସତ୍ତ୍ୱେ ତାଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ନ ଥିଲା। ସୂଚନା ପାଇ ପରଜଙ୍ଗ ଅଗ୍ନିଶମ କର୍ମଚାରୀ ପହଁଚି ଆଦିତ୍ୟଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
ତେବେ ବ୍ୟବଛେଦ ପାଇଁ କୌଣସି ଡାକ୍ତର ଉପସ୍ଥିତ ନ ଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ରାସ୍ତା ଅବରୋଧ କରିଥିଲେ। ଡାକ୍ତର ପହଞ୍ଚତ୍ବା ପରେ ରାସ୍ତାରୋକୋ ହଟିଥିଲା। ଯୁବକଙ୍କ ମୃତଦେହ ଗ୍ରାମକୁ ଅଣାଯିବା ପରେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ରେଲଓ୍ବେ କ୍ୟାମ୍ପ ସମ୍ମୁଖରେ ଧାରଣାରେ ବସିଥିଲେ। ତୁରନ୍ତ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ପ୍ରଦାନ ଏବଂ ଖୋଳାଯାଇଥିବା ସ୍ଥାନର ଉଭୟ ପାର୍ଶ୍ୱରେ ସୁରକ୍ଷା ପ୍ରାଚୀର ତିଆରି କରିବାକୁ ଦାବି କରି ନାରାବାଜି କରିଥିଲେ। ତଥାପି ରେଲଓ୍ବେ ବିଭାଗର କୌଣସି କର୍ମଚାରୀ ଆଲୋଚନା କରିବାକୁ ଆସି ନ ଥିଲେ। ଫଳରେ ପରିସ୍ଥିତି ଆହୁରି ଜଟିଳ ହୋଇଯାଇଥିଲା। ଅପରାହ୍ନରେ ଲୋକମାନେ କ୍ୟାମ୍ପ ସମ୍ମୁଖରୁ ଉଠିଯାଇ ୫୩ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ତହସିଲଦାର ଜୟନ୍ତ କୁମାର ଜୟସିଂ, ଥାନା ଅଧିକାରୀ ଆନନ୍ଦ ଡୁଙ୍ଗ୍‌ଡୁଙ୍ଗ୍‌ ପହଞ୍ଚତ୍ ବୁଝାଶୁଝା କରିଥିଲେ। ରେଲଓ୍ବେ ଟ୍ରାକ୍‌ ନିର୍ମାଣରେ ନିୟୋଜିତ ସଂସ୍ଥାର କର୍ମଚାରୀ ପହଞ୍ଚତ୍ ଆଦିତ୍ୟଙ୍କ ସ୍ତ୍ରୀଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଏଥିସହ କମ୍ପାନୀ କାର୍ଯ୍ୟ କରୁଥିବା ଯାଏ ମାସିକ ୮ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri