Posted inରାଜ୍ୟ

ନିର୍ଭୟ ବଳାତ୍କାରୀ, ନିଷ୍କ୍ରିୟ ପୋଲିସ

ଅନୁଗୋଳ ଅଫିସ, ୨୨।୭: ଶିଳ୍ପ ସମୃଦ୍ଧ ଅନୁଗୋଳ ଏବେ ଅପରାଧୀଙ୍କ ଚରାଭୂଇଁ ପାଲଟିଛି। ଶିଶୁ ବଳାତ୍କାର ପରି ସଙ୍ଗିନ ଘଟଣା ବୃଦ୍ଧି ଏବେ ପୋଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ଜାନୁୟାରୀ ୨୦ରେ ଅନୁଗୋଳ ଉପକଣ୍ଠ କାଙ୍ଗୁଲାରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ଲୋକଙ୍କ ମନରୁ ଲିଭି ନ ଥିବାବେଳେ ଏବେ ସ୍ଥାନୀୟ ବସ୍‌ଷ୍ଟାଣ୍ଡ ନିକଟ ଆହାର କେନ୍ଦ୍ର ପଛପାଖରେ ୮ ବର୍ଷୀୟା ନାବାଳିକା ଯୌନ ପିପାସୁଙ୍କ ଶିକାର ହୋଇଛନ୍ତି। ମାତ୍ର ୫ ଶହ ମିଟର ଦୂରରେ ଅନୁଗୋଳ ଥାନା ଥିଲେ ମଧ୍ୟ ଅପରାଧୀ ନିର୍ଭୟରେ ନାବାଳିକାଙ୍କୁ ଉଠାଇ ନେଇ ବଳାତ୍କାର କରିବା ଘଟଣାର ଗମ୍ଭୀରତାକୁ ପ୍ରକାଶ କରୁଛି। ପ୍ରତି ଛକରେ ପୋଲିସ କର୍ମଚାରୀଙ୍କୁ ନିୟୋଜିିତ କରାଯିବା ସହ ପାଟ୍ରୋଲିଂ ଭ୍ୟାନ ମଧ୍ୟ ସହରରେ ପଇଁତରା ମାରୁଛି। ହେଲେ ଅପରାଧ କମିବା ପରିବର୍ତ୍ତେ ଦିନକୁ ଦିନ ବଢୁଥିବାରୁ ଖାକିର ନିଷ୍କ୍ରିୟତା ପଦାରେ ପଡିଛି।

ବଳାତ୍କାର ପରେ ବି ଜାରି ଥିଲା ନିର୍ଯାତନା
ନାବାଳିକାଙ୍କୁ ଉଠାଇ ଆଣି ବଳାତ୍କାର କରିବା ପରେ ବି ଥମି ନ ଥିଲା ବଳାତ୍କାରୀଙ୍କ ନିର୍ଯାତନା। ଅଭିଯୁକ୍ତ ଅତି ନିର୍ଦ୍ଦୟ ଭାବେ ପୀଡିତାଙ୍କ ଶରୀରର ବିଭିନ୍ନ ସ୍ଥାନକୁ କ୍ଷତାକ୍ତ କରିଥିବା ଜଣାପଡିଛି। ଏଥିଯୋଗୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିଲା। ଅନୁଗୋଳ ମେଡିକାଲ ଡାକ୍ତରଙ୍କ ପାଇଁ ସ୍ଥିତି ଅସମ୍ଭାଳ ହେବାରୁ ପୀଡିତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।

ମା’ ଛେଉଣ୍ଡ ନାବାଳିକା
ବଳାତ୍କାରର ଶିକାର ହୋଇଥିବା ନାବାଳିକା ଜଣକ ମା’ ଛେଉଣ୍ଡ ବୋଲି ତାଙ୍କ ଜେଜେ ମା’ କହିଛନ୍ତି। ବାପା ସବୁବେଳେ କାମରେ ବ୍ୟସ୍ତ ରହୁଥିବାରୁ ଜେଜେ ମା’ଙ୍କ ସାଙ୍ଗରେ ଆସିବାକୁ ସେ ଜିଦ୍‌ ଧରିଥିଲେ। ତେଣୁ ଜେଜେ ମା’ ତାଙ୍କୁ ସାଥୀରେ ନେଇ ଆସିଥିଲେ। ହେଲେ ନାତୁଣୀ ସହ ଏପରି ଘଟଣା ଘଟିଯିବ ବୋଲି ସେ କେବେ ଭାବି ନ ଥିବା ଜେଜେ ମା’ କୋହଭରା କଣ୍ଠରେ କହିଛନ୍ତି। ତୁରନ୍ତ ଦୋଷୀକୁ ଦଣ୍ଡ ଦେବାକୁ ସେ ନେହୁରା ହୋଇଛନ୍ତି।

ଅଚଳ ଆହାରକେନ୍ଦ୍ର ସିସିଟିଭି
ବସଷ୍ଟାଣ୍ଡ ପାଖରେ ଥିବା ଆହାର କେନ୍ଦ୍ରରେ ସିସିଟିଭି ଲାଗିଥିଲେ ହେଁ ଏହା କିଛି ଦିନ ହେଲାଣି ଅଚଳ ହୋଇପଡିଛି। ଏ ବିଷୟରେ ଅପରାଧୀ ପୂର୍ବରୁ ଅବଗତ ଥିବାରୁ ସେହି ସ୍ଥାନକୁ ନିରାପଦ ଭାବି ଏହି ଅପରାଧ ଘଟାଇଥିବା କୁହାଯାଉଛି। ସିସିଟିଭି କାମ କରିଥିଲେ ପୋଲିସ ସହଜରେ ବଳାତ୍କାରୀଙ୍କୁ ଚିହ୍ନଟ କରିପାରିଥାଆନ୍ତା ବୋଲି କେତେଜଣ ସହରବାସୀ ପ୍ରକାଶ କରିଛନ୍ତିି।

ଖୋଜା ଚାଲିଛି ଚନ୍ଦା ମୁଣ୍ଡ, ଦାଢି ଥିବା ବ୍ୟକ୍ତି
ବଳାତ୍କାର କରିଥିବା ବ୍ୟକ୍ତି ଜଣକ ଚନ୍ଦା ଓ ମୁହଁରେ ଦାଢି ଥିବା ନାବାଳିକା ଜଣକ ପୋଲିସକୁ କହିବାକୁ ସାହସ କରିଥିଲେ। ଏପରିକି ଅପରାଧୀଙ୍କୁ ପୀଡିତା ଚିହ୍ନିଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି। ଅଭିଯୁକ୍ତ ଚିହ୍ନା ହୋଇଥିବାରୁ ନାବାଳିକାଙ୍କୁ ସେ ହତ୍ୟା ଉଦ୍ୟମ କରିଥିବା ପୋଲିସ ସନ୍ଦେହ କରୁଛି। ତେଣୁ ସେହି ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରି ସନ୍ଦେହ ହେଉଥିବା ଚନ୍ଦା ଓ ଦାଢି ଥିବା ବ୍ୟକ୍ତିଙ୍କୁ ଧରି ପଚରାଉଚରା କରିଥିବା ଦେଖିବାକୁ ମିଳିଥିଲା।

ଅସୁରକ୍ଷିତ ବସ୍ତିବାସିନ୍ଦା
କାମ ଅନୁସନ୍ଧାନରେ ବିଭିନ୍ନ ରାଜ୍ୟରୁ ଅନୁଗୋଳ ଆସି ଏଠାରେ ଅସ୍ଥାୟୀ ଭାବେ ବସ୍ତି କରି ଅସୁରକ୍ଷିତ ଭାବେ ରହୁଛନ୍ତି ଶ୍ରମିକ ଓ ସେମାନଙ୍କ ପରିବାର। ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନ କରି ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବାରୁ ଏଭଳି ଏକ ଘଟଣା ଘଟିଗଲା ବୋଲି ସହରବାସୀ ଅଭିଯୋଗ ଆଣିଛନ୍ତି। ଅନୁଗୋଳ ସହରରେ ଥିବା ବାଳସୁଧାର ଗୃହ ନିକଟରେ ଥିବା ପିଟିସିର ଖୋଲା ପଡ଼ିଆରେ ନାଗପୁରରୁ ବହୁ ଶ୍ରମିକ ଅସ୍ଥାୟୀ ଭାବେ ରହିଛନ୍ତି। ପୂର୍ବରୁ ମଧ୍ୟ କେତେଜଣ ଅସାମାଜିକ ବ୍ୟକ୍ତି ବସ୍ତି ଭିତରେ ପଶିଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି।

ଦୋଷୀକୁ କଠୋର ଦଣ୍ଡ ଦାବି
ବଳାତ୍କାରୀଙ୍କୁ କଠୋର ଦଣ୍ଡ ବିଧାନ ପାଇଁ ଦାବି କରିଛି ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ୟୁଥ୍‌ ଅର୍ଗାନାଇଜେଶନ୍‌(ଏଆଇଡିୱାଇଓ) ଅନୁଗୋଳ ଜିଲା କମିଟି। ପୀଡିତା ଓ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ କମିଟି ପକ୍ଷରୁ ଏସ୍‌ଡିପିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସହରରେ ପାଟ୍ରୋଲିଂ କଡାକଡି କରାଯିବାକୁ ଡିୱାଇଓ ସଦସ୍ୟ ମାନସ ପାଳ, ବିଷ୍ଣୁ ସାହୁ, କୈଳାସ ସାହୁ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri