ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ ହେଲେ ବିଜେଡିର ୪ ପ୍ରାର୍ଥୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଚଳିତ ରାଜ୍ୟ ସଭା ପାଇଁ ବିଜେଡିର ୪ ପ୍ରାର୍ଥୀ ବୁଧବାର ରାଜ୍ୟ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଉ କେହି ପ୍ରାର୍ଥତ୍ପତ୍ର ଦାଖଲ କରି ନ ଥିବାରୁ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର, ମମତା ମହାନ୍ତ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ରିଟର୍ନିଂ ଅଫିସର ଘୋଷଣା କରିଛନ୍ତି। ଏଥିସହ ନିର୍ବାଚିତ ୪ଜଣଙ୍କୁ ରିଟର୍ନିଂ ଅଫିସର ସାର୍ଟିଫିକେଟ୍‌ ପ୍ରଦାନ କରିଥିବା ସୂଚନା ମିଳିଛି।