ନିର୍ଦ୍ଧାରଣ ହୋଇପାରୁନି ଅବଢ଼ା ଦର

ପୁରୀ ଅଫିସ,୭।୨: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେଥିଲାଗି ସବୁପ୍ରକାର ବ୍ୟବସ୍ଥା କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏହାକୁ ଗୁରୁତ୍ୱର ସହ ନେଇଛି। ପରିଚାଳନା କମିଟି ବୈଠକ ବସି ଏ ବିଷୟରେ ତର୍ଜମା କରାଯାଇ ନିଷ୍ପତ୍ତି ନିଆଯାଉଛି। ବୈଠକ ଶେଷରେ ଅଧିକାରୀମାନେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦିଆଯାଉଥିବା କହୁଛନ୍ତି। କିନ୍ତୁ ଅବଢା ଦର ନିର୍ଦ୍ଧାରଣ ପ୍ରସଙ୍ଗ ଆଲୋଚନା ହେଉ ନାହିଁ। ସେହିପରି ଭକ୍ତଙ୍କୁ ପୂର୍ବରୁ ବଣ୍ଟାଯାଉଥିବା ମହାପ୍ରସାଦ ଏବେ ବନ୍ଦ ରହିଥିଲେ ମଧ୍ୟ ସେ ବିଷୟରେ କେହି କିଛି କହୁନାହାନ୍ତି। ଏସବୁକୁ ଅଧିକାରୀ ଏବଂ କମିଟି ସଦସ୍ୟ ଏକପ୍ରକାର ଭୁଲିଯାଇଛନ୍ତି ବୋଲି କୁହାଯାଇଛି।
୨୦୧୮ ସେପ୍ଟେମ୍ବର ୧୧ରେ ଆନନ୍ଦବଜାରକୁ ଶୃଙ୍ଖଳିତ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରି ଏକାଧିକ ନିଷ୍ପତ୍ତି ନେଇଥିଲା। ସେଥିରେ ମହାପ୍ରସାଦ ଦର ତାଲିକା (କୁଡ଼ୁଆ ଚିତ୍ର ସହ କାହାର ମୂଲ୍ୟ କେତେ) ଲାଗିବା ପାଇଁ ମଧ୍ୟ ସହମତି ହୋଇଥିଲା। ସେହିବର୍ଷ ଡିସେମ୍ବର ୪ରେ ସ୍ବତନ୍ତ୍ର ଭାବେ ବରାଦି ଭୋଗରେ ରୋଷେଇ ହୋଇଥିଲା ମହାପ୍ରସାଦ। ମନ୍ଦିର ପ୍ରଶାସନ ଆବଶ୍ୟକ ଡାଲି, ଚାଉଳ, ପରିବା, କୁଡୁଆ ପ୍ରଭୃତି ସାମଗ୍ରୀ ଯୋଗାଇ ଦେଇଥିଲା। ମନ୍ଦିର ପ୍ରଶାସନର ଅଧିକାରୀ ଓ ସୁଆର ମହାସୁଆର ନିଯୋଗ କର୍ମକର୍ତ୍ତାଙ୍କ ତତ୍ତ୍ବାବଧାନରେ ରୋଷେଇ ହୋଇଥିଲା। ଏଥିରେ ବ୍ୟବହୃତ ସାମଗ୍ରୀର ମୂଲ୍ୟ, କେତେ କୁଡ଼ୁଆ ଲାଗିଛି, ପାରିଶ୍ରମିକ କ’ଣ ରହିବ ତାହା ବିଚାରକୁ ନିଆଯାଇ ଦର ନିର୍ଦ୍ଧାରଣ ହେବ। ଖୁବ୍‌ଶୀଘ୍ର ମହାପ୍ରସାଦ ଦର ତାଲିକା ଆନନ୍ଦ ବଜାର ସମେତ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଲଗାଯିବ। ଫଳରେ ଭକ୍ତମାନେ ଆଉ ଜୁଲମ୍‌ର ଶିକାର ହେବେ ନାହିଁ । ଅବଢ଼ା ପାଇଁ ସୁଆରଙ୍କ ସହ କେହି ମୂଲଚାଲ କରିବେ ନାହିଁ କି ଦୁର୍ବ୍ୟବହାର ଶିକାର ହେବେ ନାହିଁ ବୋଲି କୁହାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ଅବଢ଼ା ଦର ନିର୍ଦ୍ଧାରଣ ହୋଇପାରିନାହିଁ। ଏ ସମ୍ପର୍କରେ ପଚରାଯିବାରୁ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି ଯେ, ଅବଢ଼ା ଦର ନିର୍ଦ୍ଧାରଣ ପାଇଁ ଏକ ସବ୍‌କମିଟି ଗଠନ କରାଯାଇଥିଲା। ଦର ମଧ୍ୟ ଚୂଡ଼ାନ୍ତ ହୋଇଛି। ସୁପ୍ରିମ୍‌କୋର୍ଟଙ୍କଠାରୁ ନିର୍ଦ୍ଦେଶ ଆସିବା ପରେ ପରିଚାଳନା କମିଟିରେ ଏହାକୁ ଅନୁମୋଦନ କରାଯିବ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରିବ ବୋଲି ରାମଚନ୍ଦ୍ର କହିଛନ୍ତି।
ଅନ୍ୟପକ୍ଷରେ ଶ୍ରୀମନ୍ଦିରକୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଆସୁଛନ୍ତି। ଦାରୁବିଗ୍ରହଙ୍କୁ ଦର୍ଶନ କରିସାରିବା ପରେ ପ୍ରତ୍ୟେକେ ମହାପ୍ରସାଦ କଣିକାଏ ପାଇବାକୁ ଇଚ୍ଛା କରିଥାନ୍ତି। ହେଲେ ସମସ୍ତେ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଖାଇବାକୁ ସମର୍ଥ ହୋଇ ନ ଥାନ୍ତି। ତେଣୁ ମହାପ୍ରସାଦ ପାଇଁ ଆଶା ରଖିଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ମାଗଣାରେ କଣିକାଏ ଅବଢା ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିଥିଲା। ୨୦୧୬ ମସିହା ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିଲା ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ। ଶ୍ରୀମନ୍ଦିର ପ୍ରଶାସନ ଏବଂ ସୁଆର ମହାସୁଆର ନିଯୋଗ ମିଳିତ ସହଯୋଗରେ ବାଇଶିପାହାଚରେ ଦୁଇଟି ବଡ଼ ଆଟିକାରେ ପ୍ରତ୍ୟହ ଏହି ମହାପ୍ରସାଦ ବଣ୍ଟାଯାଉଥିଲା। ହେଲେ ପ୍ରାୟ ଦେଢବର୍ଷ ହେବ ଏହା ବନ୍ଦ ହୋଇଯାଇଛି। କେତେଜଣ ସେବାୟତ ମନମୁଖି ଭାବେ ଏହାକୁ ବନ୍ଦ କରି ଦେଇଛନ୍ତି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟରେ ଏଥିଲାଗି ୧.୫ କୋଟି ଟଙ୍କାର ବଜେଟ ମଧ୍ୟ କରାଯାଇଥିଲା। କିନ୍ତୁ ଏହାର ସୁପରିଚାଳନା କରାଯାଇପାରୁ ନାହିଁ। କେତେଜଣ ସେବକଙ୍କ ଜିଦ୍‌ ଆଗରେ ଏଭଳି ଶ୍ରଦ୍ଧାଳୁ ହିତକର ବ୍ୟବସ୍ଥା ବନ୍ଦ ହୋଇଯାଇଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri