ନିବେଶକଙ୍କୁ ୩ ଲକ୍ଷ କୋଟି ଟଙ୍କା କ୍ଷତି

ମୁମ୍ବାଇ,୭-୧:ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୭୮୮ ପଏଣ୍ଟ ହ୍ରାସ ଘଟିଛି। ଏହା ୬ ମାସ ମଧ୍ୟରେ ସବୁଠାରୁ ବଡ ହ୍ରାସ ବୋଲି ଜଣାପଡିଛି। ଇରାନ ଉପରେ ଆମେରିକା ଏୟାର ଷ୍ଟ୍ରାଇକ କରିବା ପରେ ଇରାନ ସେନାର ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ ଘଟିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିଛି। ଏଭଳି ସ୍ଥିତିରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଛି। ଆମେରିକା ଇରାନର ୫୦ ସ୍ଥାନ ଉପରେ ଆକ୍ରମଣ କରିବ ବୋଲି ଚେତାବନୀ ମଧ୍ୟ ଦେଇଛି। ଯାହାର ପ୍ରଭାବ ସାରା ବିଶ୍ୱର ଶେୟାର ବଜାର ଉପରେ ଗତ କିଛି ଦିନ ହେବ ଦେଖାଯାଇଛି। ହେଲେ ଏହାର ପ୍ରଭାବରେ ସୋମବାର ଭାରତୀୟ ଶେୟାର ବଜାର ୬ ମାସର ସବୁଠାରୁ ଖରାପ ପ୍ରଦର୍ଶନ କରିଛି। ଏହାଯୋଗୁ ନିବେଶକ ୩ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ଅଶୋଧିତ ତୈଳ ଦର ବଢିବା ଯୋଗୁ ନିବେଶକମାନେ ନିରାପଦ ଆସେଟ୍‌ ଉପରେ ନିବେଶ ନେଇ ଅଗ୍ରସର ହେବାରୁ ବଜାର ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି।
ଜୁଲାଇ ପରଠାରୁ ସେନ୍‌ସେକ୍ସର ପରଫରମାନ୍ସ ସୋମବାର ସବୁଠାରୁ ଖରାପ ରହିଛି। ୩୦ ଶେୟାର ବିଶିଷ୍ଟ ସେନସେକ୍ସ ୭୮୭.୯୮ ପଏଣ୍ଟ ବା ୧.୯୦% ୪୦,୬୭୬.୬୩ ପଏଣ୍ଟରେ କାରବାର ବନ୍ଦ ହୋଇଛି। ଦିନ ମଧ୍ୟରେ ସେନସେକ୍ସ ୪୦,୬୧୩.୯୬ ପଏଣ୍ଟ ସ୍ତରକୁ ଖସିଥିଲା। ଏହାବାଦ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୨୩୩.୬୦ ପଏଣ୍ଟ ବା ୧.୯୧% ଖସିବା ଯୋଗୁ ଏହା ୧୧,୯୯୩.୦୫ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ବିଏସ୍‌ଇ ସେନସେକ୍ସର ବିଭିନ୍ନ କ୍ଷେତ୍ରର ଶେୟାର କାରବାର କ୍ଷତିଗ୍ରସ୍ତ ରହିଛି। ଧାତୁ, ଫାଇନାନ୍ସ, ରିୟଲ ଇଷ୍ଟେଟ, ବ୍ୟାଙ୍କିଙ୍ଗ, ଶକ୍ତି, ଅଟୋମୋବାଇଲ, ତୈଳ ଏବଂ ବାଷ୍ପ, କ୍ୟାପିଟାଲଗୁଡସ୍‌ ଏବଂ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସୂଚୀ ୨.୯୬% ହ୍ରାସ ହୋଇଛି। ସେନସେକ୍ସର ମିଡକ୍ୟାପ ଏବଂ ସ୍ମଲ କ୍ୟାପ୍‌ ୨.୩୧ ପର୍ଯ୍ୟନ୍ତ ହ୍ରାସ ଘଟିଛି। ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ଡଲାର ତୁଳନାରେ ଟଙ୍କା ମୂଲ୍ୟ କମିବା ଯୋଗୁ ଏହାର ପ୍ରଭାବ ପୁଞ୍ଜି ବଜାର ଉପରେ ପଡିଛି। ଟଙ୍କା ମୂଲ୍ୟ ଡଲାର ତୁଳନାରେ ୧୩ ପଇସା କମିବା ସହ ୭୧.୯୩ ସ୍ତରରେ ରହିଛି। ସେହିଭଳି ବ୍ରେଣ୍ଟ ଅଶୋଧିତ ତୈଳ ଦର ସୋମବାର ବ୍ୟାରେଲ ପିଛା ୧.୩୭% ବୃଦ୍ଧି ଘଟି ୭୦ଡଲାର ସ୍ତରରେ ରହିଛି। ସେହିଭଳି ସୁନା ଦର ସର୍ବକାଳୀନ ରେକର୍ଡ ୪୧,୭୩୦ ସ୍ତର ଛଇଁଥିବା ନଜରକୁ ଆସିଛି।
ଆମେରିକା-ଇରାନ ମଧ୍ୟରେ ତିକ୍ତତା ବଢିବ ବୋଲି ନିବେଶକମାନେ ଆଶଙ୍କା କରିଥିବା ଜିଓଜିତ ଫାଇନାନସିଆଲ ସର୍ଭିସେସର ରିସର୍ଚ୍ଚ ମୁଖ୍ୟ ବିନୋଦ ନାୟାର କହିଛନ୍ତି। ଏଥିଲାଗି ନିବେଶକ ପୁଞ୍ଜି ବଜାର ନିବେଶକୁ ବାଦ ଦେଇଥିବାରୁ ବଜାରରେ ଏଭଳି ସ୍ଥିତି ଦେଖାଯାଇଛି। ସାଂଘାଇ, ହଂକଂ, ଟୋକିଓ, ଏବଂ ସିଓଲର ଶେୟାର ବଜାର ମଧ୍ୟ ନିମ୍ନରେ ରହିଛି। ଅଭିବୃଦ୍ଧିଶୀଳ ବଜାରଗୁଡିକ କଥା ବିଚାର କରିଲେ ଆମେରିକା ଇରାନ ତିକ୍ତତା ଯୋଗୁ ଭାରତୀୟ ବଜାର ଉପରେ ଅଶୋଧିତ ତେଲ ଦର ପ୍ରଭାବ ବେଶି ପଡିଛି। ଭାରତ ଏହାର ଇନ୍ଧନ ଆବଶ୍ୟକତା ପୂରଣ ଲାଗି ବିଦେଶୀ ବଜାର ଉପରେ ନିର୍ଭର କରୁଛି। ଅନ୍ତର୍ଜାତୀୟ ବଜାରରେ କୌଣସି ଅସୁବିଧା ଆସିଲେ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ସବୁବେଳେ ପଡି ଆସିଛି। ନିବେଶକ ଶେୟାର ପରିବର୍ତ୍ତେ ଏବେ ସୁନା ଉପରେ ଧ୍ୟାନ କେନ୍ଦ୍ରିତ କରିବାରୁ ସୁନା ଦର ହଠାତ ବଢିଥିବା ସାଙ୍କଟମ୍‌ ଓ୍ବେଲଥର ଇକ୍ୱିଟି ଇନଭେଷ୍ଟମେଣ୍ଟ ପ୍ରଡକ୍ଟ ପୋର୍ଟଫୋଲିଓ ମ୍ୟାନେଜର ହେମାଙ୍ଗ କାପାସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri