Categories: ଖେଳ

ନିଜ ମାଟିରେ ପଦାର୍ପଣ ଦିନିକିଆରେ ହାରିଲା ନେପାଳ

କାଠମାଣ୍ଡୁ, ୬।୨- ନେପାଳ କ୍ରିକେଟ୍‌ ଦଳ ଏହାର ଘରୋଇ ମାଟିରେ ପ୍ରଥମଥର ଏକ ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍‌ ଖେଳିଛି। ଓମାନ ବିପକ୍ଷ ଏହି ମ୍ୟାଚ୍‌ ସହ ନେପାଳରେ ଏକଦିବସୀୟ କ୍ରିକେଟ୍‌ ମ୍ୟାଚ୍‌ ପଦାର୍ପଣ କରିଥିଲା। ତେବେ ଏହି ମ୍ୟାଚ୍‌ରେ ନେପାଳକୁ ପରାଜରବରଣ କରିବାକୁ ପଡ଼ିଛି। ତ୍ରିରାଷ୍ଟ୍ରୀୟ ସିରିଜର ଏହି ମ୍ୟାଚ୍‌ କିର୍ତ୍ତିପୁର କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ଦେଖିବା ଲାଗି ହଜାର ହଜାର ନେପାଳ କ୍ରିକେଟ୍‌ପ୍ରେମୀ ଷ୍ଟାଡିୟମକୁ ଆସିଥିଲେ, ଯାହାକି ହିମାଳୟ ଦେଶ ପାଇଁ ଏକ ସ୍ବତନ୍ତ୍ର ଦିବସ ରହିଥିଲା। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଓମାନ ମହମ୍ମଦ ନଦିମ (୬୯)ଙ୍କ ଅର୍ଦ୍ଧଶତକ ବଳରେ ୫୦ ଓଭରରେ ୯ ଉଇକେଟ୍‌ ହରାଇ ୧୯୭ ରନ କରିଥିଲା। ଘରୋଇ ଦଳ ପକ୍ଷରୁ କେ.ସି. କରନ ସର୍ବାଧିକ ୪ ଉଇକେଟ୍‌ ନେଇଥିଲେ। ଜବାବରେ ନେପାଳ ଶରଦ ଭେଶ୍ୱକର (୫୫) ଓ ଦୀପେନ୍ଦ୍ର ସିଂ (୩୬)ଙ୍କ ଉପଯୋଗୀ ବ୍ୟାଟିଂ ସତ୍ତ୍ୱେ ୪୬.୫ ଓଭରରେ ୧୭୯ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ବିଜୟୀ ଦଳ ପକ୍ଷରୁ ଜିସାନ ମାକ୍‌ସୁଦ ସର୍ବାଧିକ ୩ ଉଇକେଟ୍‌ ଅକ୍ତିଆର କରିଥିଲେ।

Share