ନିଜ ପାଇଁ ଟିକେ…

ସ୍ନେହ ପ୍ରେମ ଆଉ ଭଲପାଇବାର ପରଶ ଦେଇ ସମସ୍ତଙ୍କୁ ନିଜର କରିବାକୁ ସବୁବେଳେ ଚେଷ୍ଟା କରିଥାଏ ଗୃହିଣୀ। ପରିବାରକୁ ଏକ ସୂତ୍ରରେ ବାନ୍ଧି ରଖିବାର ପ୍ରୟାସ ଭିତରେ ସେ କିନ୍ତୁ ଭୁଲି ଯାଏ ନିଜକୁ । ହେଲେ ସତ କଥା ହେଲା ସମସ୍ତଙ୍କୁ ଭଲପାଇବାକୁ ହେଲେ ପ୍ରଥମେ ନିଜକୁ ଭଲପାଇବାକୁ ହୁଏ। ଏଥିପାଇଁ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ବି ଜରୁରୀ…

ସବୁବେଳେ ପିଲାଙ୍କ ପାଇଁ କିମ୍ବା ଘର ଲାଗି ବିଭିନ୍ନ ପ୍ରକାରର କାମ କରିଥାନ୍ତି ଗୃହିଣୀ। ସମସ୍ତଙ୍କର ଭଲମନ୍ଦ ଖବର ବୁଝିବା ଭିତରେ ସେମାନେ କିନ୍ତୁ ନିଜ କଥା ପୂରା ଭୁଲି ଯାଇଥାନ୍ତି। ଏମିତି କି ନିଜର ଖିଆପିଆ କିମ୍ବା ସ୍ବାସ୍ଥ୍ୟର ଯତ୍ନ ନେବା ଯେ ଉଚିତ ଏକଥାକୁ ସମ୍ପୂର୍ଣ୍ଣ ଅବହେଳା କରିଥାନ୍ତି। ମାତ୍ର ନିଜେ ସୁସ୍ଥ ରହିଲେ ହିଁ ପରିବାର ସୁସ୍ଥ ରହିବ, ଜୀବନର ଏହି ଗୂଢ଼ ରହସ୍ୟକୁ ଭୁଲିବା ଉଚିତ ନୁହେଁ। ତେଣୁ ସବୁ କାମ ଭିତରେ ବି ନିଜ ପାଇଁ କିଛି ସମୟ ବାହାର କରନ୍ତୁ ଓ ନିଜର ଆବଶ୍ୟକତା ବିଷୟରେ ଚିନ୍ତା କରନ୍ତୁ।
ନା କହିବା ଶିଖନ୍ତୁ:ଆବଶ୍ୟକ ହେଲେ ନିଜର ସୁବିଧା ପାଇଁ କେବେକେବେ ଭଦ୍ରଭାବରେ ନା କହିବା ଶିଖନ୍ତୁ। କାଳେ କେହି ଖରାପ ଭାବିବେ ବୋଲି ଚିନ୍ତା କରି ଆମେ ଅନେକ ସମୟରେ ସବୁକଥାକୁ ମୁଣ୍ଡପାତି ଗ୍ରହଣ କରି ନେଇଥାଉ। କିନ୍ତୁ ଏପରି କରିବା ଦ୍ୱାରା ଅନେକାଂଶରେ ନିଜପ୍ରତି ଅନ୍ୟାୟ ହୋଇଥାଏ।
ମଜା, ମସ୍ତି, ଖୁସି: ଜୀବନରେ କ୍ୟାରିୟର, ଦରମା କିମ୍ବା ଘରକାମ ବ୍ୟତୀତ ମଜା ମସ୍ତି ବି ଜରୁରୀ। ତେଣୁ ନିଜର ଖୁସିକୁ ବି ଗୁରୁତ୍ୱ ଦିଅନ୍ତୁ। ନିଜ ପସନ୍ଦ ଅନୁସାରେ କିଛି କାମ କିମ୍ବା ବୁଲାବୁଲି ଆଦି କରିବାକୁ ଭୁଲନ୍ତୁ ନାହିଁ। ଅବଶ୍ୟ ସବୁବେଳେ ଏ ଦିଗକୁ ଗୁରୁତ୍ୱ ଦେବା ଠିକ୍‌ ନୁହେଁ। କିନ୍ତୁ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ୟୁଜର ଖୁସି ମନାଇବାକୁ ଭୁଲନ୍ତୁ ନାହିଁ।
ନିଜ ପାଇଁ ସମୟ: ସୁସ୍ଥ ରହିବା ପାଇଁ ନିଜ ନିମନ୍ତେ କିଛି ସମୟ ବାହାର କରି ଯୋଗ ଓ ମେଡିଟେସନ୍‌ ନିଶ୍ଚୟ କରନ୍ତୁ। ଜୀବନର ସବୁଠୁ ଭଲ ଏବଂ ଅତି ଆପଣାର ସାଥୀ ହେଉଛି ଆପଣଙ୍କ ଶରୀର ଓ ମନ। ତେଣୁ ଏହି ଦୁଇଟିର ଯତ୍ନ ନେବାକୁ ଯୋଗ ଏବଂ ମେଡିଟେସନ୍‌ ହିଁ ସର୍ବୋତ୍ତମ ଉପାୟ। ଥକ୍କାପଣ କିମ୍ବା ଡିପ୍ରେସନରୁ ଏହା ରକ୍ଷା କରିଥାଏ। ଆଉ ଶରୀର ତଥା ମନ ସୁସ୍ଥ ରହିଲେ ହିଁ ଆପଣ ଉର୍ଜାସମ୍ପନ୍ନ ହୋଇ ଅଧିକ କାମ କରିପାରିବେ।
ତୁଳନା କରନ୍ତୁ ନାହିଁ: କାହା ସହିତ ନିଜକୁ ତୁଳନା କରି ଦୁଃଖୀ ହୁଅନ୍ତୁ ନାହିଁ। ନିଜ ପାଖରେ ଯାହା ଅଛି ସେଥିରେ ସନ୍ତୁଷ୍ଟ ହେବାକୁ ଚେଷ୍ଟା କରନ୍ତୁ। ନିଜର ସବୁ ସଫଳତାକୁ ମନେପକାନ୍ତୁ, ଯାହାଫଳରେ ଆପଣ ଖୁସିରେ ରହିପାରିବେ। ତା’ ଛଡ଼ା ବାସ୍ତବତାକୁ ସ୍ବୀକାର କରନ୍ତୁ ଏବଂ ନିଜ ପରିସ୍ଥିତି ଓ ଯୋଗ୍ୟତାଠାରୁ ବହୁତ ଅଧିକ ପାଇବାର ଇଚ୍ଛା ରଖନ୍ତୁ ନାହିଁ।
ନିଜକୁ କ୍ଷମା ଦିଅନ୍ତୁ: କୌଣସି କାରଣରୁ ଆପଣ ଯଦି ଭୁଲ୍‌ କରି ଦେଇଛନ୍ତି ତେବେ ସେକଥା ଭାବି ସାରା ଜୀବନ ପଶ୍ଚାତ୍ତାପ କରିବା ଠିକ୍‌ ନୁହେଁ। ସେହି ଭୁଲ୍‌ ପାଇଁ ଦୁଃଖରେ ଭାଙ୍ଗିପଡ଼ିଲେ ଜୀବନରେ ଆଗକୁ ବଢ଼ିପାରିବେ ନାହିଁ। ତେଣୁ ସେହି ଭୁଲ୍‌ରୁ ଶିକ୍ଷାଲାଭ କରି ନିଜ ଭୁଲ୍‌କୁ ସୁଧାରି ନିଅନ୍ତୁ। ଆଉ ନିଜର ଭୁଲ୍‌ ପାଇଁ ପ୍ରଥମେ ନିଜକୁ କ୍ଷମା ଦେଇ ଆଗକୁ ପୁଣି ଥରେ କାମ କରିବା ପାଇଁ ଚେଷ୍ଟା କରନ୍ତୁ।
ସମସ୍ତଙ୍କ ସ୍ନେହ ଆଦର: ସମସ୍ତଙ୍କୁ ସନ୍ତୁଷ୍ଟ କରିବା ସମ୍ଭବ ନୁହେଁ। ତେଣୁ ସମସ୍ତେ ଯେ ଆପଣଙ୍କୁ ଭଲପାଇବେ ଏପରି ଆଶା କରନ୍ତୁ ନାହିଁ। ଆପଣଙ୍କର ଯଥାସମ୍ଭବ ପ୍ରୟାସ ପରେ ବି ଯଦି କେହି ଆପଣଙ୍କୁ ଗ୍ରହଣ କରି ପାରୁ ନାହାନ୍ତି ତେବେ ମନ ଦୁଃଖ କରନ୍ତୁ ନାହିଁ। ଯଦି ସବୁ ସ୍ଥାନରେ ସମସ୍ତଙ୍କୁ ଖୁସି କରିବାକୁ ଚାହୁଁଥିବେ ତାହା ଏକ ଅସମ୍ଭବ କାମ ବୋଲି ଜାଣି ରଖନ୍ତୁ। ତେଣୁ ସମସ୍ତଙ୍କୁ ଖୁସିରେ ରଖିବା ଚିନ୍ତାରେ ଆପଣ ନିଜର ସବୁ ଖୁସିକୁ ଜଳାଞ୍ଜଳି ଦିଅନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri