ନିଃସଙ୍ଗ ଶୈଶବ ଓ ବାର୍ଦ୍ଧକ୍ୟ

ଅରୁଣ ଦାସ
ମୋର ଜଣେ ସାଙ୍ଗର ବଡ଼ଭାଇ ଦିଲ୍ଲୀରେ ରୁହନ୍ତି। ପେସାରେ ସେ ଜଣେ ଡାକ୍ତର ଓ ତାଙ୍କ ଧର୍ମପତ୍ନୀ ଏକ ବହୁଦେଶୀୟ କମ୍ପାନୀରେ କାର୍ଯ୍ୟ କରନ୍ତି। ନିଜ ବାପା ବୋଉ ଓ ଅନ୍ୟ ପରିବାର ସଦସ୍ୟ କଟକରେ ରହୁଥିବାରୁ ଦିଲ୍ଲୀରେ ଥିବା ଘରେ ସେମାନେ ନିଜ ୨ ବର୍ଷର ଶିଶୁପୁତ୍ରକୁ ଜଣେ ମହିଳା ସେବିକା ପାଖରେ ଛାଡିଦେଇ ଏଇ ଦମ୍ପତି ନିଜ କର୍ମକ୍ଷେତ୍ରକୁ ବାହାରି ଯାଆନ୍ତି ଓ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଫେରନ୍ତି। କିଛିଦିନ ପରେ ଏ ଦୁହେଁ ଅନୁମାନ କଲେ ଯେ ତାଙ୍କ ଶିଶୁପୁତ୍ରଟିର ଓଜନ ହ୍ରାସ ପାଉଛି ଓ ପୂର୍ବାପେକ୍ଷା ସେ ଅଧିକ ଚିଡିଚିଡା ସ୍ବଭାବ ଦେଖାଉଛି। ଯେହେତୁ ନିଜେ ଜଣେ ଡାକ୍ତର ପରୀକ୍ଷା କରି ଜାଣିପାରିଲେ ଯେ ତାଙ୍କ ଶିଶୁପୁତ୍ରର ଖାଦ୍ୟ ଅଭାବଜନିତ ସମସ୍ୟାରୁ ଏପରି ପରିସ୍ଥିତି ଉପୁଜିଛି। ସ୍ବାମୀ-ସ୍ତ୍ରୀ ଦୁହେଁ ଉଚ୍ଚ ବେତନ ପାଉଛନ୍ତି। ଟଙ୍କା ପଇସାର ଅଭାବ ନାହିଁ। ହେଲେ ପିଲାଟି କେମିତି ଖାଦ୍ୟ ଅଭାବ ସଙ୍କଟରେ ପଡ଼ିଲା? ଏ କଥାକୁ ଗଭୀର ଭାବରେ ଚିନ୍ତାକଲାରୁ ଏଇ ଦମ୍ପତି, ମହିଳା ସେବିକାଟି ଉପରେ ସନ୍ଦେହ ପ୍ରକଟ କଲେ। ସେବିକାଟିର ଅଜ୍ଞାତରେ ଏମାନେ ଘରେ ସିସିଟିଭି ଲଗେଇ ନିଜେ ନିଜର କର୍ମକ୍ଷେତ୍ରକୁ ବାହାରିଗଲେ। ଯେତେବେଳେ ସନ୍ଧ୍ୟାରେ ଏମାନେ ଆସି ସିସି ଟିଭି ରେକର୍ଡିଂର ଚିତ୍ର ଦେଖିବସିଲେ ସେତେବେଳେ ଏ ଦୁହେଁ ଯେତିକି ଆଶ୍ଚର୍ଯ୍ୟ ହେଲେ ତା’ଠାରୁ ଆହୁରି ମର୍ମାହତ ହେଲେ ମଧ୍ୟ। କାରଣ ସେବିକା ଜଣକ ଏ.ସି. ଲଗେଇ ଆରାମରେ ଦୀର୍ଘ ସମୟ ଧରି ଶୋଇ ଯାଉଥିବା ବେଳେ ପିଲାଟି ତା’ କୁନି ପାଦରେ ଥିରି ଥିରି ଚାଲି ଏ ଘର ସେ ଘର ଯାଇ ବିଭିନ୍ନ ଆସବାବ ପତ୍ରରେ ହାତ ମାରୁଛି ଓ ମଝିରେ ମଝିରେ ରାହା ଧରି କାନ୍ଦୁଛି। ଶିଶୁମାନେ ସ୍ବଳ୍ପ ସମୟ ବ୍ୟବଧାନରେ ଖାଦ୍ୟ ଖାଇବା ଆବଶ୍ୟକ କରୁଥିବା ବେଳେ ସେବିକା ଜଣକ ତାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଇବାକୁ ନ ଦେବାରୁ ଏମିତି ଏକ ପରିସ୍ଥିତି ସୃଷ୍ଟି ହେଲା। ନିଜ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଏମାନେ ସିନା ସେବିକା ଜଣକୁ କାମରୁ ବିତାଡିତ କରିଦେଲେ କିନ୍ତୁ ଆଉ କୌଣସି ସେବିକାଙ୍କୁ ନିଯୁକ୍ତି ଦେବାକୁ ଏମାନଙ୍କର ମନ ବଳିଲା ନାହିଁ। ଶେଷରେ କୌଣସି ଉପାୟ ନ ପାଇ କଟକରେ ଥିବା ନିଜ ମାତାପିତାଙ୍କୁ ନେଇ ପାଖରେ ରଖିଲେ।
ଏବେ ସମୟ ଏମିତି ବଦଳିଯାଇଛି। ପ୍ରତିଟି ମଣିଷ ନିଜ ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ଯୌଥ ପରିବାରକୁ ଆଉ ଆଦରିବାକୁ ପ୍ରସ୍ତୁତ ନୁହନ୍ତି। ବାର୍ଦ୍ଧକ୍ୟରେ ପୀଡ଼ିତ ମାତାପିତା ଅଧିକାଂଶ ସହରର କୋଣଅନୁକୋଣରେ ନିଃସଙ୍ଗ, ନିର୍ଜନ ଜୀବନ ବିତାଉଥିବା ବେଳେ ପୁଅ, ବୋହୂ ଓ ଝିଅ ସମସ୍ତେ ବାହାରେ। ସେବକ ଓ ସେବିକାମାନଙ୍କ ସହାୟତାକୁ ଆଶ୍ରା କରି ସମୟ କାଟୁଛନ୍ତି ଏମାନେ। ଯେତେବେଳେ ଶିଶୁମାନଙ୍କୁ ନିଜ ମାତାପିତା ଜଣେ ସେବିକା ପାଖରେ ଛାଡିଦେଇ ନିଜ କର୍ମସ୍ଥଳକୁ ଚାଲି ଯାଉଛନ୍ତି, ସେତେବେଳେ ଏଇ ଶିଶୁମାନେ ବଡ଼ ହେଲାପରେ ନିଜ ମାତାପିତାଙ୍କୁ କୌଣସି କେୟାରଟେକର ପାଖରେ ବା ଜରାଶ୍ରମରେ ଛାଡି ବାହାରେ ନ ରହିବେ କାହିଁକି? ଶିଶୁମାନେ ସାଧାରଣତଃ ନିଜ ଜେଜେ, ଆଈଙ୍କ ପାଖରେ ଖୁସିରେ ଖେଳିବାକୁ ଭଲ ପାଉଥିବା ବେଳେ ଯୌଥ ପରିବାରର ଅନ୍ୟ ଛୋଟବଡ଼ ପିଲାଙ୍କ ସହିତ ଖେଳିଲେ ବଢ଼ିଲେ ସେମାନଙ୍କ ମାନସିକ ବିକାଶ ଘଟିଥାଏ। କିନ୍ତୁ ଗୋଟିଏ ଘରେ ଏକୁଟିଆ ମାତାପିତାଙ୍କ ସହ ବଢ଼ିଥିବା ପିଲାର ଏତେ ମାତ୍ରାରେ ଗୁଣଜ୍ଞାନର ବିକାଶ ହୁଏନାହିଁ। ବରଂ ଈର୍ଷା, ସ୍ବାର୍ଥପରତା, ସଙ୍କୀର୍ଣ୍ଣତା ଓ ଲାଜକୁଳା ସ୍ବଭାବ ଏମାନଙ୍କୁ ଗ୍ରାସିଥାଏ। ସେହିପରି ବୟସ୍କମାନେ ପରିଣତ ବୟସରେ ନିଜ ନାତିନାତୁଣୀଙ୍କ ସହ ସମୟ ବିତେଇଲେ ଭାରି ଖୁସି ଅନୁଭବ କରନ୍ତି। ପ୍ରତ୍ୟେକ ମାଆବାପା ନିଜ ପୁଅଝିଅଙ୍କୁ ବାହା ଦେଇ ସାରିଲା ପରେ ସେଇ ମଧୁର ମୁହୂର୍ତ୍ତକୁ ଅପେକ୍ଷା କରିଥାଆନ୍ତି, କେତେବେଳେ ସେମାନେ ନାତି ବା ନାତୁଣୀଟିଏର କୁଆଁ କୁଆଁ ସ୍ବର ଶୁଣିବେ। ମାତ୍ର ସମୟ ସ୍ରୋତରେ ପରିବାରଗୁଡ଼ିକ ଆଜି ବିକ୍ଷିପ୍ତ। ନିଜର ସାମାଜିକ, ଆର୍ଥିକ ମାନଦଣ୍ଡର ବିକାଶ ପାଇଁ ସମସ୍ତେ ଆଜି ଧାଇଁବାରେ ଲାଗିଛନ୍ତି। ଯିଏ ଗୋଟିଏ ହାଣ୍ଡିଶାଳକୁ ଆଦରି ପଡ଼ିରହିଲା, ସେ ପଛରେ ପଡ଼ିଲା। ଯିଏ ଏକାଠି ଥିବା ପରିବାର ବୃତ୍ତରୁ ବାହାରି ଦୂରକୁ ଚାଲିଗଲା ସେ ବଡ଼ମଣିଷ ହେଲା। ସମସ୍ତଙ୍କୁ ତଥା ବିଭିନ୍ନ ଅବସ୍ଥାର ପରିବାର ସଦସ୍ୟଙ୍କୁ ଏକାଠି ରଖି ଚଳିବା କଷ୍ଟସାଧ୍ୟ। ସମସ୍ତଙ୍କର କର୍ମଶୈଳୀ ଭିନ୍ନ। ତେଣୁ ପରିସ୍ଥିତି ଓ ବିଭିନ୍ନ ପାରିପାର୍ଶ୍ୱିକ ସମସ୍ୟା ମଣିଷକୁ ଭିନ୍ନ ଭିନ୍ନ ଜାଗାରେ ବାସ କରିବାକୁ ବାଧ୍ୟ କରୁଛି। ଏସବୁ କଥା ହୁଏ ତ ସ୍ବୀକାର କରାଯାଇପାରେ। କିନ୍ତୁ ଅର୍ଥ ଅନ୍ବେଷଣ ଓ ନିଜେ ସ୍ବାଧୀନ ଭାବରେ ଜିଇବା ଯେତିକି ଜରୁରୀ ତାହାଠାରୁ ପରିବାର ସଦସ୍ୟମାନଙ୍କୁ ଉପଯୁକ୍ତ ସମୟ ଦେବା ସହ ସେମାନଙ୍କ ଭଲମନ୍ଦ ବୁଝିବାର ଦାୟିତ୍ୱ ବେଶି ଜରୁରୀ। ଏକାଠି ରହିବାର ପାରିବାରିକ ଆବେଗ ହିଁ ଆମ ଭାରତୀୟ ସଂସ୍କୃତିର ମୂଲ୍ୟବୋଧ। କିନ୍ତୁ ଆମେ ସମୟ ସ୍ରୋତରେ ସ୍ନେହ, ପ୍ରେମ ଓ ଭଲ ପାଇବାର ବନ୍ଧନ ତୁଟେଇ ବସ୍ତୁବାଦୀ ବିଦେଶୀ ସଂସ୍କୃତିର ମାୟାରେ ପଡିଛେ। ଏହା ଧୀରେ ଧୀରେ ଆମକୁ ଯନ୍ତ୍ରଣାମୟ ଓ ତିକ୍ତତାର ଜୀବନ ଜିଇବାକୁ ବାଟ କଢ଼ାଉଛି। ତେଣୁ ଖୁବ୍‌ ଶୀଘ୍ର ଏପରି ସ୍ବାର୍ଥାନ୍ବେଷୀ ଜୀବନଶୈଳୀରୁ ବାହାରି ଆମକୁ ସେଇ ସ୍ନେହ, ପ୍ରେମଭରା ଆବେଗମୟ ଯୌଥ ପରିବାର ସଂସ୍କୃତିକୁ ଫେରିବାକୁ ହେବ।
ମୋ-୭୮୭୩୭୧୯୦୫୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri