ନିଃସଙ୍ଗ ଜୀବନ କାହିଁକି ଦରକାର ହେଲା

ସହଦେବ ସାହୁ

ଏବେ କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କା ଏଡ଼ାଇବା ପାଇଁ ସବୁବେଳେ ମୁହଁ ଓ ନାକ ଘୋଡ଼ାଇବାର ମାସ୍କ ପିନ୍ଧନ୍ତୁ ଓ ହାତକୁ ହ୍ୟାଣ୍ଡ ସାନିଟାଇଜର୍‌ରେ ଧୁଅନ୍ତୁ ବୋଲି ସରକାର କହୁଥିଲା ବେଳେ କାହିଁକି ପ୍ରତ୍ୟେକକୁ ଅନ୍ୟମାନଙ୍କଠାରୁ ଦୂରରେ ରହିବାକୁ କହୁଛନ୍ତି? ଆମେ କୋଭିଡ୍‌-୧୯ ବିଷୟରେ ବେଶି ଜାଣିନାହୁଁ ସତ, କିନ୍ତୁ ଏତିକି ଜାଣିସାରିଲୁଣି ଯେ ଏ ଏକ ସର୍ଦ୍ଦି ଜାତୀୟ ରୋଗ, ସାଧାରଣ ସର୍ଦ୍ଦି ଭଳି ଏହା ନିମୋନିଆ ଆଣିପାରେ। ଏହାର ଭୂତାଣୁଗୁଡିକ ଫୁସ୍‌ଫୁସ୍‌କୁ ଆକ୍ରମଣ କରନ୍ତି, ତରଳ ପଦାର୍ଥ ଭର୍ତ୍ତି କରି ତହିଁରେ ରହନ୍ତିି; ଫୁସ୍‌ଫୁସ୍‌ର ବାୟୁ ଗ୍ରହଣ କରିବା ସାମର୍ଥ୍ୟ ଆସ୍ତେ ଆସ୍ତେ କମିଯାଏ, ରକ୍ତକୁ ଯଥେଷ୍ଟ ଅମ୍ଳଜାନ ମିଳେ ନାହିଁ, ଶେଷରେ ଫୁସ୍‌ଫୁସ୍‌ ବନ୍ଦ ହୋଇଯାଏ ତ ମୃତ୍ୟୁ ଆସେ। ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଭଲ, ସେମାନଙ୍କ ଫୁସ୍‌ଫୁସ୍‌ ନିଜର ସାମର୍ଥ୍ୟ ବଜାୟ ରଖେ। ସେ ସୁସ୍ଥ ରହିଲେ ବି ତା’ ଦେହରେ ବି ୧୪ରୁ ୨୧ ଦିନ ଯାଏ ଏ ଭୂତାଣୁ ସକ୍ରିୟ ରହେ, ତା’ ପରେ ନଷ୍ଟ ହୋଇଯାଏ।
ତେଣୁ ଆପାତତଃ ସୁସ୍ଥ ଜଣାଯାଉଥିବା ବା ଡାକ୍ତରୀ ପରୀକ୍ଷାରୁ ପ୍ରମାଣିତ ହୋଇଥିବା ଲୋକଠାରୁ ବି ଏ ଭୂତାଣୁ ବ୍ୟାପିପାରେ ା ମଣିଷର କଥାବାର୍ତ୍ତାରେ, ଛେପରେ ଓ ଛିଙ୍କରେ ବାହାରୁଥିବା ଜଳକଣିକାର ବଡ ବଡ ଟୋପା ଭିତରେ ଥିବା ଏ ଭୂତାଣୁ ମିଟରକ ଭିତରେ ଭୂଇଁକୁ ଖସିପଡେ, ଖରାତେଜରେ ବା ଶୁଖିଲା ଭୂଇଁରେ ନଷ୍ଟ ହୋଇଯାଇପାରେ, ଛୋଟ ଛୋଟ ଟୋପା ଦୁଇ ଅଢେଇ ମିଟର ଯାଇପାରେ, ପାଖରେ ବୁଲୁଥିବା ଲୋକର ନାକ, ପାଟି ଓ ହାତ ବାଟେ ପଶିପାରେ। ତେଣୁ ସମସ୍ତେ ଯଦି ମାସ୍କ ପିନ୍ଧିବା, ଅଧିକନ୍ତୁ ଏକକାଳୀନ ଅନ୍ତତଃ ୧୪ ଦିନ ପରସ୍ପରଠାରୁ ଦୂର (ସୋସିଆଲ୍‌ ଡିଷ୍ଟାନ୍ସିଙ୍ଗ) ରେ ରହିବା କୋଭିଡ୍‌-୧୯ ଆଶଙ୍କା ଦୂର ହୋଇଯିବ। ସମସ୍ତେ ତ ଉପଦେଶ ଶୁଣୁନାହାନ୍ତି, ତେଣୁ ସରକାର ୧୪ରୁ ୨୧ ଦିନ କାଳ ଜନସାଧାରଣ ଯାତାୟାତ ବନ୍ଦ (ଲକ୍‌ଡାଉନ୍‌) କରିଦେଉଛନ୍ତି। ଏବେ ତ ମାସେ କଲେଣ। ଏ ତ ସମସ୍ତଙ୍କ ପାଇଁ। ଯେଉଁମାନଙ୍କୁ ରୋଗ ହୋଇଛି ବା ସଂକ୍ରମଣ ସନ୍ଦେହ ହେଉଛି ସେମାନଙ୍କ ଚିକିତ୍ସା କରିବାକୁ ହେଉଛି। କେତେକ ଗୁରୁତର ହେଲେ ସେମାନଙ୍କୁ ଇଣ୍ଟେନ୍‌ସିଭ୍‌ କେଆର୍‌ ୟୁନିଟ୍‌ (ଆଇସିୟୁ) ରେ ରଖିବାକୁ ପଡୁଛି। ନିମୋନିଆ ଭଳି ରୋଗ ଜଣାପଡିଲେ, ଫୁସ୍‌ଫୁସ୍‌ ଦକ୍ଷତା ହରାଉଥିବା ଜଣାପଡିଲେ, ତାକୁ ଭେଣ୍ଟିଲେଟରରେ ରଖାଯାଉଛି।
ତଣ୍ଟି ଭିତରେ ବାୟୁନଳୀ (ୱିଣ୍ଡ ପାଇପ୍‌) ବାଟେ ଭେଣ୍ଟିଲେଟରର ନଳୀ ପୂରେଇ ଫୁସ୍‌ଫୁସ୍‌କୁ ବାୟୁ ଯୋଗାଇବାକୁ ହେଉଛି।ଆମ ପାଖରେ ଯଦି ଯଥେଷ୍ଟ ଭେଣ୍ଟିଲେଟର ନ ଥିବ ଆମେ ରୋଗୀକୁ ବଞ୍ଚାଇବା କିପରି? ଆଇସିୟୁରେ ରୋଗୀର ଶଯ୍ୟା ପାଖରେ କମ୍ପୁଟର କଣ୍ଟ୍ରୋଲିତ ଏପରି ଗୋଟିଏ ଯନ୍ତ୍ର ରଖିବାକୁ ପ୍ରାୟ ୫୦,୦୦୦ ଡଲାର (୩୭ ଲକ୍ଷ ଟଙ୍କା) ଲାଗିବ, ତାକୁ ଚଳାଇବାକୁ ଜଣେ ତାଲିମପ୍ରାପ୍ତ ଟେକ୍ନିସିଆନ୍‌ ଓ ଲକ୍ଷଣ ଦେଖି ଚିକିତ୍ସା ପ୍ରଦାନ କରିବାକୁ ଆଉ ଜଣେ ଅଭିଜ୍ଞ ଡାକ୍ତର ଦରକାର। ଏ ସବୁର ବନ୍ଦୋବସ୍ତ କରିପାରୁନାହୁଁ, କାରଣ ଆମ ପାଖରେ ସେତେ ସାଧନ କାହିଁ? ଭେଣ୍ଟିଲେଟର ମହଯୁଦ ରଖିବା ତ ଆମ ଦେଶର ବିପର୍ଯ୍ୟୟ ପରିଚାଳନା ଆଇନ ଭିତରେ ନାହିଁ। ମରଣାନ୍ତକ ରୋଗ (କ୍ରିଟିକାଲ୍‌ ଇଲ୍‌ନେସ୍‌)ର ଚିକିତ୍ସା ପାଇଁ ତ ଯଥେଷ୍ଟ ସଂଖ୍ୟାର ଆଇସିୟୁ ନାହିଁ, ଭେଣ୍ଟିଲେଟର ରହିବ କେଉଁଠି? ତେଣୁ କୋଭିଡ୍‌-୧୯ରେ ମୃତ୍ୟୁହାର ନାଟକୀୟ ଭାବେ ବଢିବାର ସମ୍ଭାବନା ଅଛି। ଚାଇନାର ଉହାନ୍‌ରେ କରୋନା ଭାଇରସ୍‌ ଲକ୍ଷଣରୁ ଦେଖାଯାଇଛି ଯେ ଶତକଡା ୫ଭାଗ ରୋଗୀ ଆଇସିୟୁ ଦରକାର କରୁଛନ୍ତି ତ ୨.୩ ଭାଗ ରୋଗୀ ଭେଣ୍ଟିଲେଟର ଦରକାର କରୁଛନ୍ତି ।
ଆମ ଦେଶରେ ୧୩୫ କୋଟି ଲୋକଙ୍କ ଭିତରୁ ଯଦି କୋଟିଏଙ୍କୁ ସଂକ୍ରମଣ ହୁଏ ତେବେ ପ୍ରାୟ ସାଢେ ଛ ଲକ୍ଷ ଆଇସିୟୁ ଓ ପ୍ରାୟ ତିନି ଲକ୍ଷ ଭେଣ୍ଟିଲେଟର ଦରକାର। ଆମ ଦେଶରେ ଘରୋଇ ଓ ସରକାରୀ ହସ୍ପିଟାଲରେ ସର୍ବମୋଟ ଦଶ ହଜାରଟା ଆଇସିୟୁ ନାହିଁ, ଭେଣ୍ଟିଲେଟର କେତେ କମ୍‌ ହୋଇ ନ ଥିବ! କେତେ ସହଳ ଆମ ସରକାର ଏପ୍ରକାରର ବନ୍ଦୋବସ୍ତ କରିପାରିବେ? ନାସ୍ତି ଉତ୍ତର ଦେବା ଅପେକ୍ଷା ସଂକ୍ରମଣ ହାର କମାଇବାର ଚେଷ୍ଟା କରୁଛନ୍ତି, ଲକ୍‌ଡାଉନ୍‌ ଓ ସୋସିଆଲ୍‌ ଡିଷ୍ଟାନ୍ସିଂକୁ ବୈଧ କରିବା ପାଇଁ ଆମେ ସମସ୍ତେ ଭୁଲିଯାଇଥିବା ୧୮୯୭ର ଏପିଡେମିକ୍‌ ଡିଜିଜେସ୍‌ ଆକ୍ଟର ଆଶ୍ରୟ ନେଇଛନ୍ତି ଏବଂ ଆମକୁ ତାହା ବରଦାସ୍ତ କରିବାକୁ ପଡିବ।
ଯୁକ୍ତରାଷ୍ଟ୍ର ଆମେରିକାର ହସ୍ପିଟାଲମାନଙ୍କରେ ପ୍ରାୟ ୧,୬୦,୦୦୦ ଭେଣ୍ଟିଲେଟର ଅଛି। ବିପଦ ସମୟରେ ବ୍ୟବହାର ଲାଗି ଯୁକ୍ତରାଷ୍ଟ୍ର ସରକାର ତାଙ୍କ ଭଣ୍ଡାର, ନ୍ୟାଶନାଲ୍‌ ଷ୍ଟ୍ରାଟେଜିକ୍‌ ଷ୍ଟକ୍‌ପାଇଲ୍‌ରେ ୧୨,୭୦୦ଟି ରଖିଛନ୍ତି। ଯେଉଁ ହାରରେ କରୋନା ଭାଇରସ୍‌ ମାଡିଚାଲିଛି ଏ ସଂଖ୍ୟା ସମ୍ଭବତଃ ଯଥେଷ୍ଟ ହେଉ ନାହିଁ, ଚାହିଁଲେ ବି ସବୁଗୁଡିକୁ ବ୍ୟବହାର କରିହେଉ ନାହିଁ, କାରଣ ଅନ୍ୟ ଗୁରୁତର ରୋଗରେ ହସ୍ପିଟାଲଗୁଡିକ ସେମାନଙ୍କ ଭେଣ୍ଟିଲେଟର ବ୍ୟବହାର କରୁଥିବେ, ସମ୍ପୃକ୍ତ ରୋଗୀମାନେ ସଂକଟ ଅବସ୍ଥାରେ ଥିବେ ତ ସେମାନଙ୍କଠାରୁ ଯନ୍ତ୍ରଟା କାଢିଆଣିବା ମାନେ ଜୀବନ ଗଲା। ଅନ୍ୟପକ୍ଷରେ ସାଙ୍ଗେ ସାଙ୍ଗେ ବି ଗୁଡିଏ ନୂଆ ଯନ୍ତ୍ର ତିଆରି କରିହେବ ନାହିଁ, ଭିନ୍ନ ଭିନ୍ନ ଆଡେ ଏ ଯନ୍ତ୍ରର ପାର୍ଟ ତିଆରି କରୁଥିବା କମ୍ପାନୀମାନଙ୍କ ମଧ୍ୟରେ ସମନ୍ବୟ ଆଣିବା ସମୟସାପେକ୍ଷ। ରାଜ୍ୟମାନେ ବି କୋଉଠୁ ଆଣିବେ? ଭାରତରେ ତ ଆହୁରି ଦୁଃଖଦ । ବଡ ବଡ ହସ୍ପିଟାଲମାନଙ୍କରେ ଗୋଟିଏ ଦୁଇଟି ଯନ୍ତ୍ର, ପୁଣି ପ୍ରାଇଭେଟ୍‌ ହସ୍ପିଟାଲରେ ତ ପଇସା ଲୋଭରେ ଆସିୟୁରୁ ଶବକୁ ଛାଡୁନାହାନ୍ତି। ଭେଣ୍ଟିଲେଟର ଉତ୍ପାଦନ ବଢିଲେ ଓ ତାହା କିଣିଲେ ବି ତା’ର ବଣ୍ଟନ ସମସ୍ୟା ଅଛି। ସେତିକି ଆଇସିୟୁ ଅଛି ତ! ପୁଣି ପ୍ରତି ଭେଣ୍ଟିଲେଟର ପାଇଁ ଅଭିଜ୍ଞ ଆଇସିୟୁ ଡାକ୍ତର ପଠାଇବାକୁ ପଡିବ ଏବଂ ଭେଣ୍ଟିଲେଟର ଚଳାଇବାରେ ତାଲିମପ୍ରାପ୍ତ ଲୋକ ନିଯୁକ୍ତ କରିବାକୁ ପଡିବ। ଭାରତରେ ୧୩୫ କୋଟିରୁ ଯଦି କୋଟିଏ ପାଖାପାଖି ଲୋକ ଆକ୍ରାନ୍ତ ହୁଅନ୍ତି ତା’ର ୨/୩ ଶତାଂଶ ପ୍ରାୟ ୪୬ ଲକ୍ଷ ରୋଗୀ ସ୍ବତନ୍ତ୍ର ହସ୍ପିଟାଲ ଦରକାର କରିବେ ଏବଂ ୨୩ ଲକ୍ଷ ଆଇସିୟୁ ଦରକାର କରିବେ, ଏ ସବୁ ସାମର୍ଥ୍ୟର ବାହାରେ ବୋଲି ସରକାର ସହଜ ପନ୍ଥା ନେଇଛନ୍ତି – ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା, ଲକ୍‌ଡାଉନ୍‌ ଓ କର୍ଫ୍ୟୁ ଉପରେ ସରକାର ଜୋର୍‌ ଦେଉଛନ୍ତି। ପୁଣି କଣ୍ଟେନ୍‌ମେଣ୍ଟ ବ୍ୟବସ୍ଥା ଜାରି କଲେଣି।
ଆଉ ଗୋଟିଏ ଦିଗ ପ୍ରତି ଆମର ନଜର ନାହିଁ।
ଭେଣ୍ଟିଲେଟରର ପୂରା କାମ କରୁଥିବା ସତ୍ତ୍ୱେ ଫୁସ୍‌ଫୁସ୍‌ ଶୀଘ୍ର ସୁସ୍ଥ ହୋଇ ନ ପାରେ, ଫୁସ୍‌ଫୁସ୍‌ ବାଇପାସ୍‌ ମେଶିନ୍‌ ଯାହା ନାଁ ଇସିଏମ୍‌ଓ (ଏକ୍ସଟ୍ରା କର୍ପୋରିଅଲ ମେମ୍ବ୍ରେନ୍‌ ଅକ୍ସିଜେନେସନ୍‌) କୁ ବ୍ୟବହାର କରାଯାଇଥାଏ, ଫୁସଫୁସକୁ ସୁସ୍ଥ ହେବା ଲାଗି ଆଉ କିଛି ସମୟ ଦେବାପାଇଁ। ଅଧିକାଂଶ ହସ୍ପିଟାଲରେ ତ ଏ ମେଶିନ୍‌ ନ ଥାଏ, ଥିଲେ ବି କୌଣସି ମହାମାରୀରେ ଲଗାଯାଏ ନାହିଁ। ସାଧାରଣ ପରିସ୍ଥିତିରେ ଭେଣ୍ଟିଲେଟର କମ୍‌ ଥିଲେ କାହାକୁ ଦିଆଯିବ ତାହା ଠିକ୍‌ କରିବା ଲାଗି ସମ୍ପୃକ୍ତ ଦଳେ ଡାକ୍ତର ଏକାଠି ହୁଅନ୍ତି, ବିଚାରରେ ବସନ୍ତି, କୋଉ ରୋଗୀଟି ବେଶି ବିପଦରେ ଅଛି ତାହା ବିଚାର ନ କରି କେଉଁ ରୋଗୀଟି ଭଲ ହେଲେ ସମାଜର ବେଶି ଉପକାର ହେବ ତାହା ଆକଳନ କରାଯାଏ। ବୁଢା ଅପେକ୍ଷା ଯୁବକକୁ ସୁଯୋଗ ଦିଆଯାଏ -ଅଙ୍ଗ ରୋପଣ (ଟ୍ରାନ୍ସପ୍ଲାଣ୍ଟ) କ୍ଷେତ୍ରରେ ସ୍ପଷ୍ଟ ନିୟମ ଅଛି। ମହାମାରୀରେ ଏଭଳି ହିସାବ ବା ନୈତିକତାର ତରାଜୁ ବ୍ୟବହାର କରାଯାଏ ନାହିଁ, ଯିଏ ଆଗେ ଧରାହୋଇ ଆସିଲା ସେ ସୁବିଧା । ତାହା ହିଁ ସରକାର କରୁଛନ୍ତି ।
ମହାମାରୀ ଧନୀମାନେ ସେମାନଙ୍କ ଭ୍ରମଣ ସାଙ୍ଗରେ ଆଣୁଛନ୍ତି, ସେମାନଙ୍କ ପାଖରେ କାମ କରୁଥିବା ଗରିବ ଓ ମଧ୍ୟବିତ୍ତଙ୍କ ଭିତରେ ଛାଡୁୁଛନ୍ତି; କିନ୍ତୁ ଚିକିତ୍ସା ପାଇବାରେ ଯିଏ ଆଗେ ପରୀକ୍ଷାରେ ଧରାପଡିଲା ସିଏ ଆଗେ ଚିକିତ୍ସିତ ହେବ, ଗରିବ ଡାକ୍ତରଖାନାକୁ ଆସିବ ଓ ଧନୀ ତା’ ଘରେ ଚିକିତ୍ସିତ ହେବ, ଯେପରି କନିକା କପୁର କ୍ଷେତ୍ରରେ ହେଲା।
ଆମେ ଆଉ ଆମ ସରକାର ଗୋଟିଏ କଥା ଶିଖିଲେ ଯେ ଜନସଂଖ୍ୟା ସହ ଅର୍ଥନୈତିକ ଲାଭର ଲାଳସାର ବୃଦ୍ଧି ଓ ସେଥିଲାଗି ତ୍ୱରିତ୍‌ ଭ୍ରମଣ ପରିବେଶର ଯେତେ କ୍ଷତି କରିବ ତତୋଧିକ ପରିମାଣରେ ଭୂତାଣୁଜନିତ ମହାମାରୀ ଆସିବ, ତେଣୁ ବିପର୍ଯ୍ୟୟ ପରିଚାଳନା ସଂହିତାରେ ବ୍ୟବସ୍ଥା କରିବାକୁ ପଡ଼ିବ- ଜନସଂଖ୍ୟା ଅନୁପାତରେ ଆଇସିୟୁ ନିର୍ମାଣ ଓ ଭେଣ୍ଟିଲେଟରର ଗୋଦାମ।

ଇମେଲ୍‌:sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri