Posted inଖେଳ

ନାମ୍ବିଆକୁ ଟି୨୦ ବିଶ୍ୱକପ୍‌ ଯୋଗ୍ୟତା

ଦୁବାଇ, ୩୦।୧୦(ଏଏଫ୍‌ପି)- ଅଷ୍ଟ୍ରେଲିଆରେ ଆଗାମୀ ବର୍ଷ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ନାମ୍ବିଆ ଭାଗନେବ। ଦୁବାଇଠାରେ ଚାଲିଥିବା ଯୋଗ୍ୟତା ପର୍ଯ୍ୟାୟର ସେମିଫାଇନାଲରେ ଦୁଇ ଦଳ ଜାଗା ପକ୍କା କରି ବିଶ୍ୱକପ୍‌ ଖେଳିବା ନିଶ୍ଚିତ କରିଛନ୍ତି। ଅଲ୍‌ରାଉଣ୍ଡର ଜେ.ଜେ. ସ୍ମିଥ୍‌ଙ୍କ ୫୯ ରନ୍‌ର ଇନିଂସ୍‌ ବଳରେ ନାମ୍ବିଆ ୫୪ ରନ୍‌ର ବ୍ୟବଧାନରେ ଓମାନକୁ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ନାମ୍ବିଆ ଧାର୍ଯ୍ୟ ୨୦ ଓଭରରେ ୭ ଉଇକେଟ ହରାଇ ୧୬୧ ରନ୍‌ କରିଥିଲା। ସ୍ମିଥ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସରେ ୫ ବିଶାଳ ଛକା ସାମିଲ ଥିଲା। ତାଙ୍କ ବ୍ୟତୀତ କ୍ରେଗ୍‌ ଓ୍ବିଲିୟମ୍ସ ୪୫ ରନ୍‌ କରିଥିଲେ। ୨୦୧୬ ଟି୨୦ ବିଶ୍ୱକପ୍‌ରେ ଖେଳିଥିବା ଓମାନ ୧୯.୧ ଓଭରରେ ୧୦୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପାଇଁ ଖାଓ୍ବର ଅଲି ୪୧, ଆକିବ ଲିୟାସ ୧୮ ଓ ଆମିର କାଲିମ ୧୩ ରନ୍‌ କରିଥିଲେ। ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍କୋର ଛୁଇଁପାରି ନ ଥିଲେ। ବିଜୟୀ ଦଳ ଲାଗି ବର୍ନାର୍ଡ ସ୍କଲଟଜ ଓ ଅଧିନାୟକ ଗେର୍‌ହାର୍ଡ ଇରାସମୁସ ୩ଟି ଲେଖାଏ ଉଇକେଟ ନେଇଥିଲେ। ୨୦୦୩ ଆଇସିସି ୫୦ ଓଭରିଆ ବିଶ୍ୱକପ୍‌ରେ ଅଂଶଗ୍ରହଣ କରି ସମସ୍ତ ୬ ମ୍ୟାଚ୍‌ ହାରିଥିବା ନାମ୍ବିଆ ସେମିଫାଇନାଲରେ ପାପୁଆ ନ୍ୟୁଗିନିକୁ ଭେଟିବ। ଅନ୍ୟପକ୍ଷରେ ଓମାନ ଏବେ ମଧ୍ୟ ଯୋଗ୍ୟତା ଅର୍ଜନ କରିପାରେ। କିନ୍ତୁ ଦଳକୁ ପ୍ଲେ ଅଫ୍‌ରେ ହଂକଂକୁ ହରାଇବାକୁ ପଡ଼ିବ। ମଙ୍ଗଳବାର ଖେଳାଯାଇଥିବା ଆଉ ଏକ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ୮ ଉଇକେଟରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)କୁ ପରାସ୍ତ କରି ଅଷ୍ଟ୍ରେଲିଆ ଟିକେଟ୍‌ ପାଇଛି। ପ୍ରଥମେ ବ୍ୟାଟିଂ କରି ୟୁଏଇ ମାତ୍ର ୮୦ ରନ୍‌ କରିବାକୁ ସକ୍ଷମ ହୋଇଥିବାବେଳେ ନେଦରଲାଣ୍ଡ୍ସ ୧୫.୧ ଓଭରରେ ୨ ଉଇକେଟ କ୍ଷତିରେ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା। ଉଲ୍ଲେଖଥାଉ କି, ପୂର୍ବରୁ ପାପୁଆ ନ୍ୟୁ ଗିନି ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

Video: ଏମିତି କ’ଣ କହିଲେ ମାଲେସିଆ ପ୍ରଧାନମନ୍ତ୍ରୀ ଯେ ହସି ପକାଇଲେ ମୋଦି, ଦେଖନ୍ତୁ ମଜାଦାର ଭିଡ଼ିଓ

ନୂଆଦିଲ୍ଲୀ,୧୨।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଛନ୍ତି। ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ…

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

ମିଳୁନି ପାନୀୟ ଜଳ, ଶୋଷ ମେଣ୍ଟାଉଛି ପରିତ୍ୟକ୍ତ କୁଣ୍ଡ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ସୁଙ୍କି ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ଓଡ଼ିଶାର ଅନ୍ୟତମ ଗ୍ରାମ ବାନ୍ଧା। ଉକ୍ତ…

ରାସ୍ତା ସାଜିଛି ବାଧକ, ଭାରରେ ବୁହା ହେଲେ ମହିଳା ରୋଗୀ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ରାସ୍ତା, ଆଉ କୌଣସି ସମସ୍ୟାର ସମ୍ମୁଖିନ ହେବେନି ଗ୍ରାମବାସୀ । ଏହି ନାରା ଦେଇ ଚାଲିଛନ୍ତି ସରକାରୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?