ନାବାଳକ ପୁଅ ସମ୍ମୁଖରେ ମା’ଙ୍କୁ ଅସଦାଚରଣ : ଅଭିଯୁକ୍ତଙ୍କୁ ଛାଡ଼ି ନାବାଳକଙ୍କୁ ୩୦ ଘଣ୍ଟା ଅଟକ ରଖିଲା ପୋଲିସ

ଭୁବନେଶ୍ୱର,୨୨ା୭(ବ୍ୟୁରୋ) : ନାବାଳକଙ୍କ ସମ୍ମୁଖରେ ତାଙ୍କ ମା’ଙ୍କୁ ଅସଦାଚରଣ। ପ୍ରତିରୋଧ କରିବାରୁ ନାବାଳକଙ୍କୁ ଆକ୍ରମଣ। ପରେ ଆକ୍ରଣକାରୀ ଓ ନାବାଳକଙ୍କ ମଧ୍ୟରେ ମାର୍‌ପିଟ୍‌। ହେଲେ ଅସଦାଚରଣ କରିଥିବା ଅଭିଯୁକ୍ତଙ୍କୁ ଛାଡ଼ି ମଞ୍ଚେଶ୍ୱର ଥାନା ପୋଲିସ ନାବାଳକଙ୍କୁ ଥାନାରେ ୩୦ ଘଣ୍ଟା ଅଟକ ରଖିବା ଘଟଣା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ପୋଲିସ ଦୁର୍ବ୍ୟବହାରର ଶିକାର ହୋଇ ତାଙ୍କ ମା’ ଡିସିପି ଅଫିସ୍‌ ସମ୍ମୁଖରେ ଧାରଣା ଦେବା ଓ ଅତିରିକ୍ତ ଡିସିପି ତଦନ୍ତ ନିର୍ଦ୍ଦେଶ ଦେବା ପରେ ଘଟଣା ପଦାକୁ ଆସିଛି।
ସୂଚନା ମୁତାବକ, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କିମ୍ଭିରିଆ ବସ୍ତି ଅଞ୍ଚଳରେ ପରିବାର ସହ ରହୁଥିବା ଜଣେ ମହିଳାଙ୍କୁ ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଉକ୍ତ ବସ୍ତି ଅଞ୍ଚଳର ଜଣେ ଅସାମାଜିକ ବ୍ୟକ୍ତି ଘର ସମ୍ମୁଖରେ ଟଣାଓଟରା କରିଥିଲେ। ପ୍ରତିବାଦ କରିବାରୁ ସେ ତାଙ୍କୁ ମାଡ଼ମାରି ଅସଦାଚରଣ କରିଥିଲେ। ଏହାଦେଖି ୧୬ ବର୍ଷର ନାବାଳକ ପୁଅ ମା’ଙ୍କୁ ରକ୍ଷା କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ମହିଳାଙ୍କ ଚିତ୍କାର ଶୁଣି ପଡୋଶୀ ଲୋକେ ପହଞ୍ଚବାରୁ ଯୁବକ ଜଣକ ଫେରାର ହୋଇଯାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମହିଳା ଓ ତାଙ୍କ ନାବାଳକ ପୁଅଙ୍କୁ ଥାନାକୁ ନେଇଥିଲା। ମହିଳାଙ୍କ ଅଭିଯୋଗ ମୁତାବକ, ଥାନାରେ ପହଞ୍ଚତ୍ବା ପରେ ଥାନାଧିକାରୀ ହଠାତ୍‌ ତାଙ୍କ ପ୍ରତି ରୁକ୍ଷ ବ୍ୟବହାର ଆରମ୍ଭ କରିଥିଲା। ବସ୍ତି ଲୋକ କହି ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ନାବାଳକ ପୁଅକୁ ଥାନାରେ ଅଟକ ରଖିଥିଲା। ମହିଳାଙ୍କ ଅଭିଯୋଗକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ନ ଥିଲା। ଏପରିକି ନାବାଳକ ପୁଅଙ୍କୁ ଅଟକାଇ ପୋଲିସ ମହିଳାଙ୍କୁ ଥାନାରୁ ତଡ଼ି ଦେଇଥିଲା। ମହିଳା ଜଣକ ଏସବୁକଥା ବସ୍ତିରେ ଜଣାଇବା ପରେ ମହିଳାମାନେ ଏକାଠି ହୋଇ ନ୍ୟାୟ ପାଇଁ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଅତିରିକ୍ତ ଡିସିପି ରାଜ କିଶୋର ପାଇକରାୟ ଅଭିଯୋଗ ଶୁଣିବା ପରେ ଥାନା ଅଧିକାରୀଙ୍କ ଉପରେ କ୍ଷୁବ୍ଧ ହେବା ସହ ନାବାଳକଙ୍କୁ ତୁରନ୍ତ ଛାଡ଼ିବାକୁ କହିଥିଲେ। ଏଥିସହ ତୁରନ୍ତ ଏକ ମାମଲା ରୁଜୁ କରି ମହିଳାଙ୍କୁ ଅସଦାଚରଣ ଓ ପୁଅକୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଥାନାରେ ଅଟକ ଥିବା ନାବାଳକକୁ ମଞ୍ଚେଶ୍ୱର ଥାନା ପୋଲିସ ଅପରାହ୍ନ ପ୍ରାୟ ୩ଟାରେ ଛାଡ଼ିଥିଲା। ମା’ଙ୍କ ସହିତ ଘରକୁ ଫେରିବାବେଳେ ସେ ମାନସିକ ଭାରସାମ୍ୟ ହରାଇଥିବା ଦେଖିବାକୁ ମିଳିଥିଲା। ଜଣେ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ସର୍ବାଧିକ ୨୪ଘଣ୍ଟା ଥାନାରେ ଅଟକ ରଖାଯିବାର ନିୟମ ରହିଛି। କିନ୍ତୁ ଜଣେ ନିର୍ଦ୍ଦୋଷ ନାବାଳକଙ୍କୁ ପୋଲିସ ଆଇନକୁ ଉଲ୍ଲଂଘନ କରି କିପରି ୩୦ଘଣ୍ଟା ଅଟକ ରଖିଲା ତାହାକୁ ନେଇ ଏବେ ଅଭିଯୋଗ ଉଠିଛି। ମହିଳାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ସେ ନ୍ୟାୟ ଓ ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ଘଟଣା ସଂକ୍ରାନ୍ତରେ ଥାନାଧିକାରୀଙ୍କ ମତାମତ ମିଳିପାରିନି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri