ନାବାଳକ ପୁଅ ସମ୍ମୁଖରେ ମା’ଙ୍କୁ ଅସଦାଚରଣ : ଅଭିଯୁକ୍ତଙ୍କୁ ଛାଡ଼ି ନାବାଳକଙ୍କୁ ୩୦ ଘଣ୍ଟା ଅଟକ ରଖିଲା ପୋଲିସ

ଭୁବନେଶ୍ୱର,୨୨ା୭(ବ୍ୟୁରୋ) : ନାବାଳକଙ୍କ ସମ୍ମୁଖରେ ତାଙ୍କ ମା’ଙ୍କୁ ଅସଦାଚରଣ। ପ୍ରତିରୋଧ କରିବାରୁ ନାବାଳକଙ୍କୁ ଆକ୍ରମଣ। ପରେ ଆକ୍ରଣକାରୀ ଓ ନାବାଳକଙ୍କ ମଧ୍ୟରେ ମାର୍‌ପିଟ୍‌। ହେଲେ ଅସଦାଚରଣ କରିଥିବା ଅଭିଯୁକ୍ତଙ୍କୁ ଛାଡ଼ି ମଞ୍ଚେଶ୍ୱର ଥାନା ପୋଲିସ ନାବାଳକଙ୍କୁ ଥାନାରେ ୩୦ ଘଣ୍ଟା ଅଟକ ରଖିବା ଘଟଣା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ପୋଲିସ ଦୁର୍ବ୍ୟବହାରର ଶିକାର ହୋଇ ତାଙ୍କ ମା’ ଡିସିପି ଅଫିସ୍‌ ସମ୍ମୁଖରେ ଧାରଣା ଦେବା ଓ ଅତିରିକ୍ତ ଡିସିପି ତଦନ୍ତ ନିର୍ଦ୍ଦେଶ ଦେବା ପରେ ଘଟଣା ପଦାକୁ ଆସିଛି।
ସୂଚନା ମୁତାବକ, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କିମ୍ଭିରିଆ ବସ୍ତି ଅଞ୍ଚଳରେ ପରିବାର ସହ ରହୁଥିବା ଜଣେ ମହିଳାଙ୍କୁ ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଉକ୍ତ ବସ୍ତି ଅଞ୍ଚଳର ଜଣେ ଅସାମାଜିକ ବ୍ୟକ୍ତି ଘର ସମ୍ମୁଖରେ ଟଣାଓଟରା କରିଥିଲେ। ପ୍ରତିବାଦ କରିବାରୁ ସେ ତାଙ୍କୁ ମାଡ଼ମାରି ଅସଦାଚରଣ କରିଥିଲେ। ଏହାଦେଖି ୧୬ ବର୍ଷର ନାବାଳକ ପୁଅ ମା’ଙ୍କୁ ରକ୍ଷା କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ମହିଳାଙ୍କ ଚିତ୍କାର ଶୁଣି ପଡୋଶୀ ଲୋକେ ପହଞ୍ଚବାରୁ ଯୁବକ ଜଣକ ଫେରାର ହୋଇଯାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମହିଳା ଓ ତାଙ୍କ ନାବାଳକ ପୁଅଙ୍କୁ ଥାନାକୁ ନେଇଥିଲା। ମହିଳାଙ୍କ ଅଭିଯୋଗ ମୁତାବକ, ଥାନାରେ ପହଞ୍ଚତ୍ବା ପରେ ଥାନାଧିକାରୀ ହଠାତ୍‌ ତାଙ୍କ ପ୍ରତି ରୁକ୍ଷ ବ୍ୟବହାର ଆରମ୍ଭ କରିଥିଲା। ବସ୍ତି ଲୋକ କହି ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ନାବାଳକ ପୁଅକୁ ଥାନାରେ ଅଟକ ରଖିଥିଲା। ମହିଳାଙ୍କ ଅଭିଯୋଗକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ନ ଥିଲା। ଏପରିକି ନାବାଳକ ପୁଅଙ୍କୁ ଅଟକାଇ ପୋଲିସ ମହିଳାଙ୍କୁ ଥାନାରୁ ତଡ଼ି ଦେଇଥିଲା। ମହିଳା ଜଣକ ଏସବୁକଥା ବସ୍ତିରେ ଜଣାଇବା ପରେ ମହିଳାମାନେ ଏକାଠି ହୋଇ ନ୍ୟାୟ ପାଇଁ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଅତିରିକ୍ତ ଡିସିପି ରାଜ କିଶୋର ପାଇକରାୟ ଅଭିଯୋଗ ଶୁଣିବା ପରେ ଥାନା ଅଧିକାରୀଙ୍କ ଉପରେ କ୍ଷୁବ୍ଧ ହେବା ସହ ନାବାଳକଙ୍କୁ ତୁରନ୍ତ ଛାଡ଼ିବାକୁ କହିଥିଲେ। ଏଥିସହ ତୁରନ୍ତ ଏକ ମାମଲା ରୁଜୁ କରି ମହିଳାଙ୍କୁ ଅସଦାଚରଣ ଓ ପୁଅକୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଥାନାରେ ଅଟକ ଥିବା ନାବାଳକକୁ ମଞ୍ଚେଶ୍ୱର ଥାନା ପୋଲିସ ଅପରାହ୍ନ ପ୍ରାୟ ୩ଟାରେ ଛାଡ଼ିଥିଲା। ମା’ଙ୍କ ସହିତ ଘରକୁ ଫେରିବାବେଳେ ସେ ମାନସିକ ଭାରସାମ୍ୟ ହରାଇଥିବା ଦେଖିବାକୁ ମିଳିଥିଲା। ଜଣେ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ସର୍ବାଧିକ ୨୪ଘଣ୍ଟା ଥାନାରେ ଅଟକ ରଖାଯିବାର ନିୟମ ରହିଛି। କିନ୍ତୁ ଜଣେ ନିର୍ଦ୍ଦୋଷ ନାବାଳକଙ୍କୁ ପୋଲିସ ଆଇନକୁ ଉଲ୍ଲଂଘନ କରି କିପରି ୩୦ଘଣ୍ଟା ଅଟକ ରଖିଲା ତାହାକୁ ନେଇ ଏବେ ଅଭିଯୋଗ ଉଠିଛି। ମହିଳାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ସେ ନ୍ୟାୟ ଓ ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ଘଟଣା ସଂକ୍ରାନ୍ତରେ ଥାନାଧିକାରୀଙ୍କ ମତାମତ ମିଳିପାରିନି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri