Categories: ଖେଳ

ନାଡାଲଙ୍କୁ ଟାଇଟଲ

ରୋମ୍‌, ୨୦ା୫- ରାଫାଲ ନାଡାଲ ଇଟାଲିଆନ ଓପନ ଟେନିସ୍‌ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ବିଶ୍ୱର ୨ ନମ୍ବର ମାନ୍ୟତାପ୍ରାପ୍ତ ନାଡାଲ ଏକ ନମ୍ବର ଖେଳାଳି ନୋଭାକ ଜୋକୋଭିଚ୍‌ଙ୍କୁ ୬-୦, ୪-୬, ୬-୧ ସେଟ୍‌ରେ ହରାଇ ଦେଇଛନ୍ତି। ଚଳିତ ସିଜନରେ ଏହା ତାଙ୍କର ପ୍ରଥମ ଏବଂ ଏହି ଇଭେଣ୍ଟରେ ମୋଟ ଉପରେ ତାଙ୍କର ୯ମ ଟାଇଟଲ। ୨୦୧୪ ଫ୍ରେଞ୍ଚ ଓପନ ପରେ ଜୋକୋଭିଚ୍‌ଙ୍କ ବିପକ୍ଷରେ ନାଡାଲଙ୍କର ଏହା ହେଉଛି ପ୍ରଥମ କ୍ଲେକୋର୍ଟ ଫାଇନାଲ ବିଜୟ। ଦୁଇ ଖେଳାଳି ଏପର୍ଯ୍ୟନ୍ତ ପରସ୍ପରକୁ ୫୨ ଥର ଭେଟିଥିବାବେଳେ ବିଜୟ ପରାଜୟରେ ଜୋକୋଭିଚ୍‌ ବର୍ତ୍ତମାନ ୨୮-୨୬ରେ ଆଗୁଆ ରହିଛନ୍ତି। ରୋମ୍‌ରେ ଦୁଇ ଖେଳାଳି ପରସ୍ପରକୁ ୮ ଥର ଭେଟିଥିବା ବେଳେ ଉଭୟେ ୫ଥର ଫାଇନାଲରେ ସାମ୍‌ନା ସାମ୍ନି ହୋଇଛନ୍ତି। ରୋମ୍‌ରେ ଜୋକୋଭିଚ୍‌ଙ୍କ ବିପକ୍ଷରେ ନାଡାଲ ୫-୩ରେ ଆଗୁଆ ରହିଥିବାବେଳେ ତନ୍ମଧ୍ୟରୁ ଫାଇନାଲରେ ୩-୨ରେ ଆଗୁଆ ରହିଛନ୍ତି।

Share