ନାଟ୍ୟକାର ଅଜୟ ସ’

ଅଜୟ କୁମାର ସ’। ନାଟକକୁ ଭଲ ପାଉଥିବା ତଥା ନାଟକକୁ ନେଇ ସ୍ବପ୍ନ ଦେଖୁଥିବା ଜଣେ ମଣିଷ। କେବଳ ନାଟକକୁ ଭଲ ପାଉଥିବା କିମ୍ବା ନାଟକକୁ ନେଇ ସ୍ବପ୍ନ ଦେଖିବା ଭିତରେ ତାଙ୍କର ପରିଚୟ ସୀମିତ ନୁହଁ। ସେ ଏକାଧାରରେ ଜଣେ ନାଟ୍ୟକାର ତଥା ନିର୍ଦ୍ଦେଶକ ମଧ୍ୟ। ହାଇସ୍କୁଲ୍‌ର ଗୋଟିଏ ଘଟଣା ହିଁ ତାଙ୍କୁ ନାଟକ ପ୍ରେମରେ ପକେଇ ଦେଇଥିଲା। ୧୯୯୧ ମସିହା କଥା। ସୋର କେଶରୀପୁର ସ୍ଥିତ ଶତ୍ରୁଘ୍ନନାଥ ଉଚ୍ଚବିଦ୍ୟାପୀଠରେ ପଢୁଥାନ୍ତି ଅଜୟ। ଗପ ମଧ୍ୟ ଲେଖୁଥାନ୍ତି। ତାଙ୍କର ଜଣେ ସାର୍‌ କହିଲେ ଗୋଟିଏ ଏକାଙ୍କିକା ଲେଖିବାକୁ। ଅଜୟ ଏକାଙ୍କିକା ଲେଖିଲେ ଆଉ ସେଇଟି ସ୍କୁଲରେ ମଞ୍ଚସ୍ଥ ହୋଇ ଖୁବ୍‌ ପ୍ରଶଂସା ସାଉଣ୍ଟିଲା। ଏହାପରେ ନାଟକ ପ୍ରେମରେ ପଡ଼ିଗଲେ ଅଜୟ। ସେତେବେଳେ ଶ୍ରୀଶ୍ରୀ ଉତ୍ତରାୟଣୀ ଅପେରା ସାତଶଙ୍ଖର ନାମ ଭାରି ଡାକଥାଏ। ତାହାର ପ୍ରୋପ୍ରାଇଟର ଆଡଭୋକେଟ୍‌ ସୁରେନ୍ଦ୍ର ମହାନ୍ତି ଉଭୟ ନାଟ୍ୟକାର ତଥା ନିର୍ଦ୍ଦେଶକ ଭାବରେ ସୁନାମ ଅର୍ଜନ କରିଥାନ୍ତି। ଅଜୟ ତାଙ୍କରି ପାଖରେ ଆସିଷ୍ଟାଣ୍ଟ ଭାବରେ କାମକଲେ। ତାଙ୍କର କାମ ଥିଲା ସୁରେନ୍ଦ୍ରବାବୁ ଯେଉଁ ନାଟକ ଲେଖିବେ ତାହାକୁ ଭଲ ଅକ୍ଷରରେ ସେ ଆଉ ଏକ କାଗଜ ଉପରେ ଉତାରିବେ। ସେଇଟି ମଞ୍ଚସ୍ଥ ହେବ। ଏଭଳି କରିବା ଦ୍ୱାରା ସେ ବି ନାଟକ ଲେଖିବା ତଥା ନିର୍ଦ୍ଦେଶନା ଦେବାର କାଇଦା କୌଶଳ ହାସଲ କରୁଥାନ୍ତି। ପରେପରେ ତାଙ୍କର ଭେଟ ହେଲା ନାଟ୍ୟକାର ତଥା ନିର୍ଦ୍ଦେଶକ ସନ୍ତୋଷ ନାରାୟଣ ଦାସଙ୍କ ସହିତ। ସନ୍ତୋଷଙ୍କର ମଧ୍ୟ ସେ ଆସିଷ୍ଟାଣ୍ଟ ଭାବରେ କାମକଲେ। ଏହିଭଳି ଦଶ ପନ୍ଦରବର୍ଷ ବିତିଗଲା। ସନ୍ତୋଷ ନାରାୟଣ ଦାସଙ୍କ ସହିତ କାମ କରିବା ବେଳେ ତାଙ୍କର ବହୁ ଯାତ୍ରାପାର୍ଟିର ପ୍ରଯୋଜକଙ୍କ ସହିତ ଚିହ୍ନା ପରିଚିତ ହୋଇଥାଏ। ସେମାନଙ୍କ ମଧ୍ୟରୁ ଜଣେ ପ୍ରଯୋଜକ ଏକ ନୂଆପାର୍ଟି କଲେ ଓ ଅଜୟବାବୁଙ୍କୁ ନାଟକ ଲେଖି ନିର୍ଦ୍ଦେଶନା ଦେବା ପାଇଁ ଅନୁରୋଧ କଲେ। ଅଜୟ ବାବୁଙ୍କ ପାଇଁ ଏହା ଥିଲା ଏକ ସୁବର୍ଣ୍ଣ ସୁଯୋଗ। ‘ଲିଭିନି ଅଳତା ଶୁଖିନି ଲୁହ’ ଥିଲା ତାଙ୍କର ପ୍ରଥମ ନାଟକ। ଏହାକୁ ସେ ଲେଖିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ସେତିକିନୁହେଁ, ସେ ଏହି ସମୟକାଳ ମଧ୍ୟରେ ଉତ୍ତର ବାଲେଶ୍ୱରର ବିଭିନ୍ନ ଯାତ୍ରାପାର୍ଟିରେ କାମ କରୁଥାନ୍ତି। ସେ ପାର୍ଟିଗୁଡ଼ିକ ମଧ୍ୟରେ ଅପେରା ଦାରୁବ୍ରହ୍ମ, ଅପେରା ତାରାତାରିଣୀ, କଳିଙ୍ଗ ଦରବାର, ଶ୍ୟାମସୁନ୍ଦର ଗଣନାଟ୍ୟ, ଯାତ୍ରା ଓଁକାର ଆଦି ଅନ୍ୟତମ। ସେ ଲେଖିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ବାହାଘର ଦିନ ବିଧବା ହେବି, ଝିଅମାନେ ମରିବା ଆସ, ପରୀ ରାଇଜରୁ ଆସିଛି ବୋହୂ, ସାଥୀ ଆସିଥିଲା ସପନ ହୋଇ, କିଏ ଜାଣିଥିଲା ଏମିତି ହେବ, ଲୁହ ଆଇନାରେ ମୁହଁ ଦେଖୁଛି। ଚଳିତବର୍ଷ ଯୁବ ନିର୍ଦ୍ଦେଶକ ତାପସ ସ୍ବାଇଁଙ୍କ ସହିତ ସେ ଧଉଳି ଗଣନାଟ୍ୟ ପାଇଁ ଏକ ନାଟକ କରୁଛନ୍ତି; ଯାହାର ଟାଇଟଲ ରହିଛି ‘କର୍ଣ୍ଣ ଖୋଜୁଛି ତା’ ନିଜ ଠିକଣା। ନାଟକଟିକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ଅଜୟ। ବାପା ସ୍ବର୍ଗତ ନିରଞ୍ଜନ ସ’ ଏବଂ ମା’ ସୁମିତ୍ରା ସ’ଙ୍କ ପ୍ରେରଣା ତାଙ୍କୁ ଏତେ ବାଟକୁ ଆଣିପାରିଛି। ସ୍ତ୍ରୀ ସ୍ବର୍ଣ୍ଣଲତା ଓ ଦୁଇପୁଅ ମନୀଶ ଏବଂ ଗଗନଦୀପଙ୍କ ସହଯୋଗ ତାଙ୍କର ଯାତ୍ରାପଥକୁ ସବୁବେଳେ ସୁଗମ କରୁଛି ବୋଲି କହନ୍ତି ଏହି ପ୍ରତିଭାବାନ୍‌ ଯୁବ ନାଟ୍ୟକାର।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ବିରାଟ-ଅନୁଷ୍କା, କଣ କହିଲେ ଦେଖନ୍ତୁ Video

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଛନ୍ତି । ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ଜୀ...

୨ ସନ୍ତାନ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଏହି ଅଭିନେତା

ଅଭିନେତା ଅର୍ଜୁନ ରାମପାଲ ଶେଷରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଫିଲ୍ମ ‘ଧୁରନ୍ଧର’ର ସଫଳତା ପରେ ସେ ଏକ...

Dhurandhar: ଫିଲ୍ମ ନିର୍ମାଣ ପାଇଁ ଲାଗିଥିଲା କେତେ ବର୍ଷ? ଜାଣନ୍ତୁ କେତେ ଟଙ୍କା ହୋଇଥିଲା ଖର୍ଚ୍ଚ

ମୁମ୍ବାଇ: ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଧୁରନ୍ଧର’ ବର୍ତ୍ତମାନ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ଏବଂ ଦର୍ଶକଙ୍କ ମଧ୍ୟରେ ଖୁବ ଚର୍ଚ୍ଚା ସୃଷ୍ଟି କରୁଛି।...

‘ଜେଲର୍‌ ୨’ରେ ବିଦ୍ୟା ବାଲନ

ମୁମ୍ବାଇ: ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ବକ୍‌ବଷ୍ଟର୍‌ ଫିଲ୍ମ ‘ଜେଲର୍‌’ର ସିକ୍ୱେଲ ‘ଜେଲର୍‌ ୨’କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏହି ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟରେ ବଲିଉଡ...

ସବ୍ୟ-ଅର୍ଚ୍ଚିତାଙ୍କ ଘରକୁ ଆସିବେ କୁନି ଅତିଥି, ସୋସିଆଲ ମିିଡିଆରେ ସେୟାର କଲେ ଭିଡ଼ିଓ

ଭୁବନେଶ୍ବର,୧୪।୧୨: ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏକ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କ ଘରକୁ କୁନି...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭିନ୍ନ ଷ୍ଟାଇଲରେ ପୁଅ ସହ ମେସିଙ୍କୁ ଭେଟିଲେ ଶାହାରୁଖ, ଭିଡିଓ ଭାଇରାଲ

କୋଲକାତା,୧୩।୧୨: ଭାରତୀୟ ପ୍ରଶଂସକମାନେ ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ଯେତେବେଳେ ବଲିଉଡର ‘ବାଦଶାହା’ ଶାହରୁଖ ଖାନ ଏବଂ ଫୁଟବଲର ‘ବାଦଶାହା’ ଲିଓନେଲ ମେସିଙ୍କ ସାକ୍ଷାତ...

ଭୋ ଭୋ ହୋଇ କାନ୍ଦିଲେ ହେମା ମାଳିନୀ: ୨ ଝିଅଙ୍କ ଆଗରେ ଘଟିଲା…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଏବେ ବି ଏହି ଆଘାତରୁ ମୁକୁଳିପାରୁନାହିଁ। କିଛି ଦିନ ପୂର୍ବେ ସନ୍ନି ଦେଓଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri