Posted inଖେଳ

ନାଜମୁଲ, ମୋମିନୁଲଙ୍କ ଅର୍ଦ୍ଧଶତକ

ଢାକା,୨୩ା୨(ଏଏଫ୍‌ପି): ଢାକାଠାରେ ଖେଳାଯାଉଥିବା ଜିମ୍ବାଓ୍ବେ ବିପକ୍ଷ ଏକମାତ୍ର କ୍ରିକେଟ ଟେଷ୍ଟ ମ୍ୟାଚରେ ନାଜମୁଲ ହୋସେନ ଏବଂ ମୋମିନୁଲ ହକ୍‌ଙ୍କ ଅର୍ଦ୍ଧଶତକ ସହାୟତାରେ ବାଂଲାଦେଶ ନିଜ ସ୍ଥିତିକୁ ସୁଦୃଢ କରିନେଇଛି। ନାଜମୁଲ ୧୩୯ ବଲ୍‌ରୁ ୭୧ ରନ କରିଥିବାବେଳେ ମୋମିନୁଲ ୭୯ ରନରେ ଅପରାଜିତ ରହିଛନ୍ତି। ବାଂଲାଦେଶ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୩ ଉଇକେଟ ବିନିମୟରେ ୨୪୦ରନ କରିଛି। ଜିମ୍ବାଓ୍ବେର ପ୍ରଥମ ଇନିଂସ ସ୍କୋରଠାରୁ ଦଳ ଆହୁରି ୨୫ ରନ ପଛୁଆ ରହିଛି। ରବିବାର ଓପନିଂ ସେସନରେ ଜିମ୍ବାଓ୍ବେ ଦଳ ପୂର୍ବଦିନର ଅସମାପ୍ତ ସ୍କୋର ୨୨୮/୬ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ୨୬୫ ରନରେ ଅଲଆଉଟ ହୋଇଯାଇଥିଲା। ବାଂଲାଦେଶୀ ପେସ୍‌ ବୋଲର ଅବୁ ଜାୟେଦ ତାଙ୍କ କ୍ୟାରିୟର ଶ୍ରେଷ୍ଠ ବୋଲିଂ କରି ୭୧ ରନ ବିନିମୟରେ ୪ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର
ଜିମ୍ବାଓ୍ବେ ପ୍ରଥମ ଇନିଂସ: ୨୬୫/ଅଲଆଉଟ (କ୍ରେଗ୍‌ ଏର୍ଭିନ-୧୦୭, ପ୍ରିନ୍ସ ମାସ୍‌ଭାରେ-୬୪, ରେଗିସ୍‌ ଚକଓ୍ବା-୩୦; ଆବୁ ଜାୟେଦ-୪/୭୧, ନୟିମ୍‌ ହସନ-୪/୭୦, ତାଇଜୁଲ ଇସ୍‌ଲାମ-୨/୯୦)।
ବାଂଲାଦେଶ ପ୍ରଥମ ଇନିଂସ: ୨୪୦/୩ (ମୋମିନୁଲ ହକ୍‌-୭୯*, ନାଜମୁଲ ହୋସେନ-୭୧, ତମିମ ଇକ୍‌ବାଲ-୪୧; ଭିକ୍ଟର ନ୍ୟାୟୁଚି-୧/୪୧)।


Enter your email to get our daily news in your inbox.

All Right Reserved By Dharitri.Com

ମେରୁ ଯାତ୍ରା ଦେଖିବାକୁ ଯାଉଥିବାବେଳେ ଅଘଟଣ: ଗଛକୁ ପିଟିଲା ବାଇକ, ଘଟଣାସ୍ଥଳରେ…

ବୌଦ୍ଧ,୧୫।୪( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବଡବନ୍ଧଠରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

ପୁଣି ଇରାନ ଆଗରେ ୨ଟି ବଡ଼ ସର୍ତ୍ତ ରଖିଲା ଆମେରିକା, ଜାଣନ୍ତୁ କ’ଣ…

ଓ୍ବାଶିଂଟନ୍‌,୧୫।୪: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସପ୍ତାହରେ ଆମେରିକା…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ଏକା ହୋଇଗଲା ଆମେରିକା, ଟ୍ରମ୍ପଙ୍କ ହାତ ଛାଡିଦେଲେ ଏହି ସବୁ ନିକଟତମ ବନ୍ଧୁ ଦେଶ

ଓ୍ବାଶିଂଟନ୍‌,୧୫।୪: ଇରାନ ସହିତ ଯୁଦ୍ଧରେ ଗଭୀର ଭାବରେ ଜଡିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ଏହି ଆଘାତ ତାଙ୍କ ନିଜ…

ଚାଇନାକୁ ଲାଗିବ ବଡ଼ ଝଟ୍‌କା: ଜୀବନରେଖା ଶେଷ କରିଦେବେ ଟ୍ରମ୍ପ! ଆମେରିକାର ସାଥ୍‌ ଦେବ ଭାରତ

ଓ୍ବାଶିଂଟନ୍‌,୧୫।୪: ମଧ୍ୟପ୍ରାଚ୍ୟରେ ହର୍ମୁଜ ପ୍ରଣାଳୀକୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ନୂତନ ପ୍ରସଙ୍ଗ ଉଭା ହୋଇଛି ଯାହା ବିଶ୍ୱ ଦୃଷ୍ଟି ଆକର୍ଷଣ କରିଛି। ଆମେରିକା ଇରାନ…

ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ…

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri