ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ: ପ୍ରତିବାଦରେ ସହର ପରିକ୍ରମା

ବାଲେଶ୍ୱର ଅଫିସ, ୫।୧-କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନାଗରିକ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି), ନୂତନ ପଦ୍ଧତିରେ ଜନଗଣନା (ଏନ୍‌ଆରପି)କୁ ବିରୋଧ କରି ବାଲେଶ୍ୱର ପ୍ରୋଗ୍ରେସିଭ୍‌ ସିଟିଜେନ୍‌ ଫୋରମ୍‌ ପକ୍ଷରୁ ଶନିବାର ସୁନହଟସ୍ଥିତ ଦରଘା ମଇଦାନରୁ ଶତାଧିକ ଲୋକ ଏକ ନୀରବ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ ଫାଟକ ସମ୍ମୁଖରେ ପହଞ୍ଚତ୍ଥିଲେ। ଫୋରମ୍‌ ସଭାପତି ତଥା ଆଇନଜୀବୀ ସେକ୍‌ ଅବଦୁଲ୍‌ ରଫିକ୍‌ଙ୍କ ସଭାପତିତ୍ୱରେ ସେଠାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା।
ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅପରିଣାମଦର୍ଶୀ କଳା ଆଇନକୁ ଦୃଢ଼ ବିରୋଧ କରିଥିଲେ। ଏହି ଆଇନ କାର୍ଯ୍ୟକାରୀ ହେଲେ ଦେଶରେ ଶହ ଶହ ବର୍ଷ ଧରି ବସବାସ କରିଆସୁଥିବା ପରିବାର ସଦସ୍ୟ ସେମାନଙ୍କର ନାଗରିକତା ହରାଇବେ। କେବଳ ମୁସଲମାନ ନୁହନ୍ତି, ସବୁଧର୍ମର ଲୋକ ଏହି ଆଇନ ଦ୍ୱାରା ପ୍ରଭାବିତ ହେବେ। ନାଗରିକକୁ ପ୍ରମାଣପତ୍ରର ଆଧାର ସଂଗ୍ରହ ପାଇଁ ଦେଶବାସୀ ଯେପରି ନୋଟ୍‌ବନ୍ଦୀ ବେଳେ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ସେହିଭଳି ଏହି ସମସ୍ୟାର ସମାଧାନ ପାଇଁ ବର୍ଷ ବର୍ଷ ଧରି ଏକ ଅରାଜକତା ଦେଶରେ ସୃଷ୍ଟି ହେବ ବୋଲି ବକ୍ତାମାନେ ସୂଚନା ଦେଇଥିଲେ। ସମ୍ବିଧାନରେ ସମସ୍ତ ନାଗରିକଙ୍କୁ ସମାନତାର ଅଧିକାର ଦିଆଯାଇଛି। କିନ୍ତୁ ବର୍ତ୍ତମାନର ସରକାର ଧର୍ମ ନାମରେ ଦେଶକୁ ପୁନଶ୍ଚ ଭାଗ ଭାଗ ପାଇଁ ସଂଘ ପରିବାରର ପରାମର୍ଶରେ ପରିଚାଳିତ ମୋଦି ଓ ଶାହାଙ୍କ ଉଦ୍ୟମ ସଫଳ ହେବନାହିଁ ବୋଲି କଂଗ୍ରେସ, ସିପିଆଇ, ସିପିଏମ୍‌ ଦଳ ସମେତ ବିଭିନ୍ନ ଧର୍ମନିରପେକ୍ଷ ରାଜନୈତିକ ଦଳ, ସାମାଜିକ ଓ ଗଣ ସଙ୍ଗଠନ ତରଫରୁ ପୂର୍ବତନ ବିଧାୟକ ଅରୁଣ ଦେ, ସଞ୍ଜୀବ ଗିରି, ପ୍ରଦୀପ୍ତ ପଣ୍ଡା, ଜୟନ୍ତ ଦାସ, ଭାଗବତ ସାହୁ, ଗଗନ ସେଠୀ, ଗୌରାଙ୍ଗ ପାଣିଗ୍ରାହୀ, ଅର୍ଚ୍ଚନା ନନ୍ଦୀ, ପଦ୍ମଲୋଚନ ଲେଙ୍କା, ଭାଗବତ ପ୍ରତିହାରୀ ଓ ପ୍ରଜ୍ଞା ପାରମିତା ମହାନ୍ତି ପ୍ରମୁଖ ମତବ୍ୟକ୍ତ କରିଥିଲେ। ଏହି ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଧାରାରେ ସମଗ୍ର ଦେଶରେ ଚଳାଇ ରଖିବାକୁ ବକ୍ତାମାନେ ଆହ୍ବାନ ଦେଇଥିଲେ। ଆସନ୍ତା ୮ ତାରିଖ କେନ୍ଦ୍ର ସରକାରଙ୍କ ବିରେଧରେ ‘ଭାରତ ବନ୍ଦ’କୁ ଜିଲାରେ ସଫଳ କରିବା ପାଇଁ ନେତାମାନେ ନିବେଦନ କରିଥିଲେ। ଏକ ପ୍ରତିନିଧିଦଳ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ୩ଦଫା ଦାବିପତ୍ର ପ୍ରଦାନ କରି ଏହି ଆଇନର ପୁନର୍ବିଚାର ପାଇଁ ନିବେଦନ କରିଥିଲେ। ହାଜି ସେକ୍‌ ଉସମାନ, ସଇରୁଲ୍‌ ହକ୍‌, ମନୱର ଅଲ୍ଲୀ ଖାନ୍‌, ସେକ୍‌ ହମିଦ୍‌, ଇନ୍ତେକାବ ଅଲ୍ଲୀ ଖାନ୍‌, ମିର୍‌ ଅବଦୁଲ ମଜିଦ୍‌, ଅଜଗର ଅଲ୍ଲୀ, ସେକ୍‌ ସଫିକ୍‌, ସେକ୍‌ ହାଇଦର, ମୋହିନୀମୋହନ ପରିଡ଼ା ଓ ପ୍ରେମରଞ୍ଜନ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri