Categories: ଖେଳ

ନାଇଟ୍‌ ଉପାଧି ଗ୍ରହଣ କଲେ ସାର୍‌ ଆଣ୍ଡ୍ର୍ୟୁ ଷ୍ଟ୍ରସ୍‌

ଲଣ୍ଡନ, ୧୬।୧- ଇଂଲଣ୍ଡ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଆଣ୍ଡ୍ର୍ୟୁ ଷ୍ଟ୍ରସ୍‌ ବ୍ରିଟେନ୍‌ର ସର୍ବୋଚ୍ଚ ସମ୍ମାନ ‘ନାଇଟ୍‌ ଉପାଧି’ ଗ୍ରହଣ କରିଛନ୍ତି। ଫଳରେ ଏବେ ତାଙ୍କ ନାମ ପୂର୍ବରୁ ‘ସାର୍‌’ ଲାଗିଛି। ଲଣ୍ଡନସ୍ଥିତ ବକିଙ୍ଗ୍‌ହାମ୍‌ ପ୍ୟାଲେସ୍‌ରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ପ୍ରିନ୍ସ ଓ୍ବିଲିୟମ୍ସ ତାଙ୍କୁ ଏହି ଉପାଧି ପ୍ରଦାନ କରିଥିଲେ। ଗତ ମେ’ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଥେରେସା ନାଇଟ୍‌ ଉପାଧି ପାଇଁ ଷ୍ଟ୍ରସ୍‌ଙ୍କୁ ମନୋନୀତ କରିଥିଲେ। ୪୨ ବର୍ଷୀୟ ଷ୍ଟ୍ରସ୍‌ ୨୦୦୪ରୁ ୨୦୧୨ ପର୍ଯ୍ୟନ୍ତ ଇଂଲଣ୍ଡ ପକ୍ଷରୁ ୧୦୦ ଟେଷ୍ଟ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରି ୭ ହଜାରରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରିଛନ୍ତି। ଦୁଇଥର ଆଶେସ୍‌ ବିଜୟୀ ଇଂଲଣ୍ଡ ଦଳର ସେ ନେତୃତ୍ୱ ନେଇଥିଲେ। ସେହିଭଳି ସେ ୧୨୭ ଦିନିକିଆରୁ ୪୨୦୫ ରନ୍‌ ଏବଂ ୪ ଟି୨୦ ମ୍ୟାଚ୍‌ରୁ ୭୩ ରନ୍‌ କରିଛନ୍ତି।

Share