ନରହନ୍ତା ହାତୀକୁ ନେଇ ହଟହଟା

ଚଣ୍ଡିଖୋଲ/ ଚୌଦ୍ୱାର, ୨୯।୧ (ଡି.ଏନ୍‌.ଏ.) :ଯାଜପୁର ଜିଲାର କୋରେଇ, ସୁକିନ୍ଦା ଓ ଦାନଗଦୀ ଅଞ୍ଚଳରେ ପ୍ରାୟ ୨ସପ୍ତାହ ଧରି ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ହାତୀକୁ ନେଇ ବନ ବିଭାଗର ଚିନ୍ତା ବଢ଼ିବାରେ ଲାଗିଛି। ଉକ୍ତ ହାତୀକୁ ସୋମବାର ସନ୍ଧ୍ୟାରେ ଦାନଗଦୀ ବ୍ଲକ ଅନ୍ତର୍ଗତ କଣ୍ଟିପୁର ନିକଟରେ ଟ୍ରାଙ୍କୁଲାଇଜ କରାଯିବା ପରେ ବନ ବିଭାଗ ତଥା ଲୋକଙ୍କୁ ଆଶ୍ୱସ୍ତି ମିଳିଥିଲା। ଏପରି କି ହାତୀକୁ ମଙ୍ଗଳବାର କୁସୁନପୁର ଜଙ୍ଗଲରେ ଛାଡ଼ିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ହାତୀକୁ କୁସୁନପୁର ଜଙ୍ଗଲକୁ ସ୍ଥାନାନ୍ତର କରାଯିବାବେଳେ ବନବିଭାଗ କର୍ମଚାରୀଙ୍କୁ ଲୋକଙ୍କ ତୀବ୍ର ବିରୋଧର ଶିକାର ହେବାକୁ ପଡ଼ିଛି। ଏପରି କି ଲୋକମାନେ ରାସ୍ତାରୋକୋ ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଥିଲେ। ବାଧ୍ୟ ହୋଇ ଶେଷରେ ହାତୀକୁ ଚଣ୍ଡିଖୋଲ ନିକଟସ୍ଥ ମହାବିନାୟକ ଚାରା ଉତ୍ପାଦନ କେନ୍ଦ୍ର ପରିସରକୁ ଅଣାଯାଇଥିଲା। ହାତୀଟିକୁ ଶିକୁଳିରେ ବନ୍ଧା ଯାଇ ହାଇଓ୍ବା ଉପରେ ରଖାଯାଇଛି। ଅପରପକ୍ଷରେ ହାତୀକୁ ଆବଶ୍ୟକ ଚିକିତ୍ସା ପରେ ତାକୁ ବୁଧବାର ନନ୍ଦନକାନନରେ ଛଡ଼ାଯିବ ବୋଲି ଚଣ୍ଡିଖୋଲ ଫରେଷ୍ଟର ଶଶୀକାନ୍ତ ବେହେରା ସୂଚନା ଦେଇଛନ୍ତି।
ଗତ କିଛିଦିନ ଧରି ଯାଜପୁର ଜିଲାରେ ହାତୀର ଉତ୍ପାତକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ୧୦ଦିନ ମଧ୍ୟରେ ହାତୀର ଆକ୍ରମଣରେ ୪ଜଣଙ୍କ ଜୀବନ ଯିବା ପରେ ବନ ବିଭାଗ ଓ ଜିଲା ପ୍ରଶାସନର ମୁଣ୍ଡ ବିନ୍ଧା ସୃଷ୍ଟି ହୋଇଥିଲା। ଏପରି କି ଜିଲାପାଳ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୋଟିଏ ଦିନ କୋରେଇର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଥିଲେ। ପରେ ହାତୀକୁ କାବୁ କରିବାକୁ ବନ ବିଭାଗ ଉପରେ ଚାପ ବଢ଼ିବାରେ ଲାଗିଥିଲା। କଟକ ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ରଙ୍କ ନେତୃତ୍ୱରେ ସହକାରୀ ବନ ସଂରକ୍ଷକ ଶରତ ଚନ୍ଦ୍ର ସାହୁ, ସୌଭାଗ୍ୟ କୁମାର ସାହୁ, ମନୋରଞ୍ଜନ ସ୍ବାଇଁ, ଡାଳିଯୋଡ଼ା ରେଞ୍ଜ ଅଫିସର ଅଭିରାମ ଜେନାଙ୍କ ସମେତ ପ୍ରାୟ ୫୦ରୁ ଅଧିକ ଫରେଷ୍ଟ ଗାର୍ଡ ସୋମବାର ସନ୍ଧ୍ୟାରେ ହାତୀକୁ ଟ୍ରାଙ୍କୁଲାଇଜର ଦେଇ କାବୁ କରିଥିଲେ। ମଙ୍ଗଳବାର ହାତୀକୁ ଏକ ହାଇଓ୍ବା ଯୋଗେ କଟକ ବନଖଣ୍ଡ ଡାଳିଯୋଡା ରେଞ୍ଜ ବଣକରଞ୍ଜି ଗ୍ରାମ ନିକଟରେ ଥିବା କୁସୁନପୁର ଜଙ୍ଗଲକୁ ଛାଡିବା ପାଇଁ ନିଆଯାଉଥିଲା। କିନ୍ତୁ ଏହାକୁ ସେଠାରେ ବିରୋଧ କରାଯାଇଥିଲା। ଲୋକମାନଙ୍କ ତୀବ୍ର ଅସନ୍ତୋଷ ଯୋଗୁ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ହାତୀକୁ ନିଆଯାଉଥିବା ହାଇଓ୍ବାକୁ ଗରୁଡ଼ଗାଁ ପଞ୍ଚାୟତ ଏବଂ ସନ୍ତା ପଞ୍ଚାୟତର ଲୋକମାନେ ହଳଦୀବସନ୍ତ ଛକରେ ଅଟକାଇ ଦେଇଥିଲେ। ନରହନ୍ତା ଏହି ଦନ୍ତାକୁ ଅଞ୍ଚଳରେ ଛଡ଼ାଗଲେ ହାତୀଟି ବହୁ କ୍ଷୟକ୍ଷତି କରିବାର ଆଶଙ୍କା ଦେଖାଦେବ। ଏପରି କି ଅଞ୍ଚଳବାସୀଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି ହେବ। ଏଣୁ ହାତୀ କୁସୁନପୁର ଜଙ୍ଗଲରେ ନ ଛାଡ଼ିବାକୁ ଗ୍ରାମବାସୀ ଅଡ଼ି ବସିଥିଲେ। ଫଳରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ବନ ବିଭାଗ କର୍ମଚାରୀମାନେ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଲୋକମାନେ କିଛି ବୁଝି ନ ଥିଲେ। ଶେଷରେ ଗାଡ଼ିଟିକୁ ପୁଣି ୧୬ ନମ୍ବର ଜାତୀୟ ରାଜପଥ ଦେଇ ଚଣ୍ଡିଖୋଲ ଅଭିମୁଖେ ନିଆଯାଇଥିଲା। ଏ ସମ୍ପର୍କରେ ବୈରୀ-ଡାଳିଜୋଡ଼ା ରେଞ୍ଜର ମନୋରଞ୍ଜନ ସ୍ବାଇଁଙ୍କୁ ପଚାରିବାରେ ହାତୀକୁ ଚିକିତ୍ସା କରିବା ମହାବିନାୟକ ଚାରା ଉଦ୍ୟାନ ପରିସରକୁ ଅଣାଯାଇଛି। ଚିକିତ୍ସା ପରେ ସ୍ଥାନାନ୍ତର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?