ନରହନ୍ତା ହାତୀକୁ ନେଇ ହଟହଟା

ଚଣ୍ଡିଖୋଲ/ ଚୌଦ୍ୱାର, ୨୯।୧ (ଡି.ଏନ୍‌.ଏ.) :ଯାଜପୁର ଜିଲାର କୋରେଇ, ସୁକିନ୍ଦା ଓ ଦାନଗଦୀ ଅଞ୍ଚଳରେ ପ୍ରାୟ ୨ସପ୍ତାହ ଧରି ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ହାତୀକୁ ନେଇ ବନ ବିଭାଗର ଚିନ୍ତା ବଢ଼ିବାରେ ଲାଗିଛି। ଉକ୍ତ ହାତୀକୁ ସୋମବାର ସନ୍ଧ୍ୟାରେ ଦାନଗଦୀ ବ୍ଲକ ଅନ୍ତର୍ଗତ କଣ୍ଟିପୁର ନିକଟରେ ଟ୍ରାଙ୍କୁଲାଇଜ କରାଯିବା ପରେ ବନ ବିଭାଗ ତଥା ଲୋକଙ୍କୁ ଆଶ୍ୱସ୍ତି ମିଳିଥିଲା। ଏପରି କି ହାତୀକୁ ମଙ୍ଗଳବାର କୁସୁନପୁର ଜଙ୍ଗଲରେ ଛାଡ଼ିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ହାତୀକୁ କୁସୁନପୁର ଜଙ୍ଗଲକୁ ସ୍ଥାନାନ୍ତର କରାଯିବାବେଳେ ବନବିଭାଗ କର୍ମଚାରୀଙ୍କୁ ଲୋକଙ୍କ ତୀବ୍ର ବିରୋଧର ଶିକାର ହେବାକୁ ପଡ଼ିଛି। ଏପରି କି ଲୋକମାନେ ରାସ୍ତାରୋକୋ ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଥିଲେ। ବାଧ୍ୟ ହୋଇ ଶେଷରେ ହାତୀକୁ ଚଣ୍ଡିଖୋଲ ନିକଟସ୍ଥ ମହାବିନାୟକ ଚାରା ଉତ୍ପାଦନ କେନ୍ଦ୍ର ପରିସରକୁ ଅଣାଯାଇଥିଲା। ହାତୀଟିକୁ ଶିକୁଳିରେ ବନ୍ଧା ଯାଇ ହାଇଓ୍ବା ଉପରେ ରଖାଯାଇଛି। ଅପରପକ୍ଷରେ ହାତୀକୁ ଆବଶ୍ୟକ ଚିକିତ୍ସା ପରେ ତାକୁ ବୁଧବାର ନନ୍ଦନକାନନରେ ଛଡ଼ାଯିବ ବୋଲି ଚଣ୍ଡିଖୋଲ ଫରେଷ୍ଟର ଶଶୀକାନ୍ତ ବେହେରା ସୂଚନା ଦେଇଛନ୍ତି।
ଗତ କିଛିଦିନ ଧରି ଯାଜପୁର ଜିଲାରେ ହାତୀର ଉତ୍ପାତକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ୧୦ଦିନ ମଧ୍ୟରେ ହାତୀର ଆକ୍ରମଣରେ ୪ଜଣଙ୍କ ଜୀବନ ଯିବା ପରେ ବନ ବିଭାଗ ଓ ଜିଲା ପ୍ରଶାସନର ମୁଣ୍ଡ ବିନ୍ଧା ସୃଷ୍ଟି ହୋଇଥିଲା। ଏପରି କି ଜିଲାପାଳ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୋଟିଏ ଦିନ କୋରେଇର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଥିଲେ। ପରେ ହାତୀକୁ କାବୁ କରିବାକୁ ବନ ବିଭାଗ ଉପରେ ଚାପ ବଢ଼ିବାରେ ଲାଗିଥିଲା। କଟକ ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ରଙ୍କ ନେତୃତ୍ୱରେ ସହକାରୀ ବନ ସଂରକ୍ଷକ ଶରତ ଚନ୍ଦ୍ର ସାହୁ, ସୌଭାଗ୍ୟ କୁମାର ସାହୁ, ମନୋରଞ୍ଜନ ସ୍ବାଇଁ, ଡାଳିଯୋଡ଼ା ରେଞ୍ଜ ଅଫିସର ଅଭିରାମ ଜେନାଙ୍କ ସମେତ ପ୍ରାୟ ୫୦ରୁ ଅଧିକ ଫରେଷ୍ଟ ଗାର୍ଡ ସୋମବାର ସନ୍ଧ୍ୟାରେ ହାତୀକୁ ଟ୍ରାଙ୍କୁଲାଇଜର ଦେଇ କାବୁ କରିଥିଲେ। ମଙ୍ଗଳବାର ହାତୀକୁ ଏକ ହାଇଓ୍ବା ଯୋଗେ କଟକ ବନଖଣ୍ଡ ଡାଳିଯୋଡା ରେଞ୍ଜ ବଣକରଞ୍ଜି ଗ୍ରାମ ନିକଟରେ ଥିବା କୁସୁନପୁର ଜଙ୍ଗଲକୁ ଛାଡିବା ପାଇଁ ନିଆଯାଉଥିଲା। କିନ୍ତୁ ଏହାକୁ ସେଠାରେ ବିରୋଧ କରାଯାଇଥିଲା। ଲୋକମାନଙ୍କ ତୀବ୍ର ଅସନ୍ତୋଷ ଯୋଗୁ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ହାତୀକୁ ନିଆଯାଉଥିବା ହାଇଓ୍ବାକୁ ଗରୁଡ଼ଗାଁ ପଞ୍ଚାୟତ ଏବଂ ସନ୍ତା ପଞ୍ଚାୟତର ଲୋକମାନେ ହଳଦୀବସନ୍ତ ଛକରେ ଅଟକାଇ ଦେଇଥିଲେ। ନରହନ୍ତା ଏହି ଦନ୍ତାକୁ ଅଞ୍ଚଳରେ ଛଡ଼ାଗଲେ ହାତୀଟି ବହୁ କ୍ଷୟକ୍ଷତି କରିବାର ଆଶଙ୍କା ଦେଖାଦେବ। ଏପରି କି ଅଞ୍ଚଳବାସୀଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି ହେବ। ଏଣୁ ହାତୀ କୁସୁନପୁର ଜଙ୍ଗଲରେ ନ ଛାଡ଼ିବାକୁ ଗ୍ରାମବାସୀ ଅଡ଼ି ବସିଥିଲେ। ଫଳରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ବନ ବିଭାଗ କର୍ମଚାରୀମାନେ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଲୋକମାନେ କିଛି ବୁଝି ନ ଥିଲେ। ଶେଷରେ ଗାଡ଼ିଟିକୁ ପୁଣି ୧୬ ନମ୍ବର ଜାତୀୟ ରାଜପଥ ଦେଇ ଚଣ୍ଡିଖୋଲ ଅଭିମୁଖେ ନିଆଯାଇଥିଲା। ଏ ସମ୍ପର୍କରେ ବୈରୀ-ଡାଳିଜୋଡ଼ା ରେଞ୍ଜର ମନୋରଞ୍ଜନ ସ୍ବାଇଁଙ୍କୁ ପଚାରିବାରେ ହାତୀକୁ ଚିକିତ୍ସା କରିବା ମହାବିନାୟକ ଚାରା ଉଦ୍ୟାନ ପରିସରକୁ ଅଣାଯାଇଛି। ଚିକିତ୍ସା ପରେ ସ୍ଥାନାନ୍ତର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri