ନରହନ୍ତା ଦନ୍ତା ଚନ୍ଦକାମୁହାହାଁ

ଭୁବନେଶ୍ୱର,୨୫ା୨(ବ୍ୟୁରୋ):ପିପିଲି, ନିମାପଡ଼ା, କଣାସ ଓ ଡେଲାଙ୍ଗ ବ୍ଲକ ଅଞ୍ଚଳରେ ତିନି ଦିନ ଧରି ଉପଦ୍ରବ କରିଥିବା ଦନ୍ତାହାତୀ ସୋମବାର ସନ୍ଧ୍ୟାରେ ଚନ୍ଦକା ଜଙ୍ଗଲମୁହାଁ ହୋଇଛି। ତା’ର ଆକ୍ରମଣରେ ରବିବାର ପିପିଲି ଓ ବଳଙ୍ଗା ଥାନା ଅଞ୍ଚଳର ୪ଜଣଙ୍କ ଜୀବନ ଯାଇଥିବାବେଳେ ୫ଜଣ ଗୁରୁତର ଆହତ ହୋଇଥିଲେ। ସୋମବାର ସକାଳେ ଉକ୍ତ ହାତୀ ଭୁବନେଶ୍ୱର ଉପକଣ୍ଠରେ ଜଣେ ମହିଳାଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ମହିଳା ଜଣକ ହେଲେ ମୁଣ୍ଡା ସାହିର ଫୁଲେଶ୍ୱରୀ ବସ୍ତିରେ ରହୁଥିବା ଗାଙ୍ଗି ମୁଣ୍ଡା(୫୫)। ସକାଳ ପ୍ରାୟ ସାଢ଼େ ୫ଟାରେ ସେ ଫୁଲ ତୋଳୁଥିବାବେଳେ ଉଗ୍ର ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ତାଙ୍କ କାନ୍ଧ ହାଡ଼ ଭାଙ୍ଗିଯିବା ସହିତ କାଖରେ କ୍ଷତ ଚିହ୍ନ ରହିଛି। ତାଙ୍କୁ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି କରାଯାଇଛି। ମୋଟ ୬ ଗୁରୁତରଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଦନ୍ତା ରବିବାରଠାରୁ ଅଣାୟତ୍ତ ହୋଇ ଆକ୍ରମଣ କରି ଚାଲିଥିବାବେଳେ ବନବିଭାଗ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମରେ ସୋମବାର ସନ୍ଧ୍ୟା ୬ଟା ବେଳକୁ ଚନ୍ଦକା ଜଙ୍ଗଲମୁହାଁ ହୋଇଛି। ତେବେ ଦନ୍ତା ପୁଣି ଫେରି ଆକ୍ରମଣ କରିପାରେ ବୋଲି ଲୋକେ ଆଶଙ୍କା କରି ଆତଙ୍କିତ ହୋଇପଡ଼ିଛନ୍ତି। ଫଳରେ ସୋମବାର ଦିନତମାମ ପୁରୀ ଜିଲାର ଉପରୋକ୍ତ ବ୍ଲକ ସମେତ ଜଟଣୀ, ଖୋର୍ଦ୍ଧା ବ୍ଲକ ଏବଂ ରାଜଧାନୀ ଉପକଣ୍ଠର ବହୁ ଗ୍ରାମ ଏକପ୍ରକାର ଜନଶୂନ୍ୟ ହୋଇପଡ଼ିଥିଲା। ଲୋକେ ତାଟିକବାଟ କିଳି ଘରେ ରହିବାକୁ ସୁରକ୍ଷିତ ମଣିଥିଲେ। ବନବିଭାଗ ପକ୍ଷରୁ ମଧ୍ୟ ସତର୍କ ରହିବାକୁ ଡାକବାଜି ଯନ୍ତ୍ର ଜରିଆରେ କୁହାଯାଇଥିଲା।
ସୂଚନାଥାଉ କି, ରବିବାର ସକାଳ ପ୍ରାୟ ୬ଟାରୁ ପୂର୍ବାହ୍ନ ୧୧ଟା ମଧ୍ୟରେ ଦନ୍ତାହାତୀଟି ଗୋଟିଏ ପରେ ଗୋଟିଏ ଗଁାରେ ପଶି ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। କାହାକୁ ଗୋଡ଼ରେ ଦଳିଥିଲା ତ କାହାକୁ ଶୁଣ୍ଢରେ ଟେକି ଛେଚିଥିଲା। ଆଉ କେତେଜଣ ଜୀବନ ବିକଳରେ ଦୌଡ଼ିବାବେଳେ ତଳେ ପଡ଼ି ଆହତ ହୋଇଥିଲେ। ପୁରୀ ଜିଲାର ବଳଙ୍ଗା ଥାନା ଅଧୀନ ଗୋପୀନାଥପୁର ଗ୍ରାମର ଯୁଗଳ କିଶୋର ଭଟ୍ଟ(୬୨)ଙ୍କ ମୃତ୍ୟୁ ଘଟିଥିବାବେଳେ ବାବନ ପୃଷ୍ଟି (୬୦), ହାଡ଼ିବନ୍ଧୁ ସାହୁ (୪୦) ଗୁରୁତର ଆହତ ହୋଇଛନ୍ତି। ସେହିପରି ବଳଙ୍ଗା ଥାନା ଅଧୀନ ତେରହଳ ଗ୍ରାମର ଛବି ଦେଈ(୪୭) ଗୁରୁତର ଆହତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବାବେଳେ ଚନ୍ଦ୍ରାଦେଈପୁର ଗ୍ରାମର ମକର ପଲେଇ (୭୨)ଙ୍କ ମୃତ୍ୟୁ ଘଟିଛି ଏବଂ ବଳିଆ ବେହେରା (୪୫) ଗୁରୁତର ଆହତ ହୋଇଛନ୍ତି। ପିପିଲି ଥାନା ଅନ୍ତର୍ଗତ ରାଜତେଇ ଗ୍ରାମରେ ଚୈତନ୍ୟ ସାହୁ(୫୦) ଓ ଅଜୟ କୁମାର ନାୟକ(୪୫)ଙ୍କ ମୃତ୍ୟୁ ଘଟିଥିବାବେଳେ ସେକ୍‌ ସମୀର(୨୫) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ରବିବାର ରାତିରେ ପିପିଲି ବଜାରର ଦେବୀଗଳି ନିକଟରେ ଦନ୍ତାହାତୀ ଦଳି ଦେଇଥିଲା। ଏହାପରେ ହାତୀଟି ଭାରତୀପୁର, ଓରକଳ ଅଞ୍ଚଳ ଦେଇ ସୋମବାର ଭୋର ସମୟରେ ଭୁବନେଶ୍ୱର କଳିଙ୍ଗବିହାରରେ ଥିବା ଏମ୍‌ସିଏଲ୍‌ ଗାର୍ଡେନ୍‌ ଭିତରେ ପଶିଥିଲା। ସେହି ସମୟରେ ଫୁଲ ତୋଳିବାକୁ ଗାର୍ଡେନକୁ ଆସିଥିବା ଗାଙ୍ଗିଙ୍କୁ ହାତୀ ଆକ୍ରମଣ କରିଥିଲା। ହାତୀର ଗତିବିଧି ନିରୀକ୍ଷଣ କରି ଆସୁଥିବା ବନବିଭାଗ ଅଧିକାରୀ ଓ କର୍ମଚାରୀମାନେ ଗାର୍ଡେନକୁ ଘେରିଯାଇ ତାକୁ ଚନ୍ଦକା ଜଙ୍ଗଲ ଅଭିମୁଖେ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ନଗର ବନଖଣ୍ଡ ଅଧିକାରୀ ଅଶୋକ ମିଶ୍ର, ଚନ୍ଦକା ବନଖଣ୍ଡ ଅଧିକାରୀ କେଦାର ସ୍ବାଇଁ, ଭୁବନେଶ୍ୱର ବନାଞ୍ଚଳ ଅଧିକାରୀ ଆଦିତ୍ୟ ମିଶ୍ର, ଭୁବନେଶ୍ୱର ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଅସିତ୍‌ ମିଶ୍ର, ଚନ୍ଦକା ବନାଞ୍ଚଳ ଅଧିକାରୀ ମାନସ ମହାନ୍ତି, କଟକ ବନାଞ୍ଚଳ ଅଧିକାରୀ ଦୁର୍ଗାଚରଣ ପଣ୍ଡାଙ୍କ ସମେତ ପ୍ରାୟ ୭୦ଜଣ ବନ ବିଭାଗ କର୍ମଚାରୀ ଓ ଖଣ୍ଡଗିରି ପୋଲିସ ଏଥିରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri