ନବୀନ@୭୪: ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୁଧବାର ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କୁ ଟୁଇଟ୍‌ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଟୁଇଟ୍‌ କରି ସେ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ଦୀର୍ଘ ଓ ନିରାମୟ ଜୀବନର କାମନା କରୁଛି। ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଜୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା । ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି ।

ପ୍ରକାଶଯୋଗ୍ୟ, ନବୀନ ୨୦୦୦ ମସିହାରୁ ନିରବିଚ୍ଛିନ୍ନ ଭାବେ ଓଡ଼ିଶାର ଶାସନଭାର ସମ୍ଭାଳିଆସୁଛନ୍ତି। ଓଡ଼ିଶାର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକଠାରୁ ଆରମ୍ଭ କରି କ୍ରୀଡା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ନବୀନଙ୍କ ଜନମଙ୍ଗଳ ଚିନ୍ତାଧାରା ଓ ତା’ର ପ୍ରୟୋଗ ସବୁବର୍ଗଙ୍କୁ ଆକୃଷ୍ଟ କରିଚାଲିଛି। ଫଳରେ ପଞ୍ଚମ ଥର ପାଇଁ ନବୀନ ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହି ସରକାରୀ ଅଫିସରମାନଙ୍କୁ ସିଧାସଳଖ ଜନସାଧାରଣଙ୍କ ନିମନ୍ତେ କାର୍ଯ୍ୟ କରିବାର ନୂଆ ପ୍ରଣାଳୀ ଆରମ୍ଭ କରିଛନ୍ତି। ଏସବୁକୁ ଦେଖିଲେ ବିଜେଡିରେ ସେ ଅପ୍ରତିନ୍ଦ୍ୱନ୍ଦୀ ବୋଲି କୁହାଯାଉଛି।