ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ..

ଭୁବନେଶ୍ୱର,୨୯।୫(ବ୍ୟୁରୋ): ପଞ୍ଚମ ପାଳିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବୁଧବାର ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ପଞ୍ଚମ ଥର ଲାଗି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାପରେ ନବୀନ ନୂତନ ମନ୍ତ୍ରୀମଣ୍ଡଳର ୨୦ ମନ୍ତ୍ରୀଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିଛନ୍ତି। ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ୱ….

କ୍ୟାବିନେଟ୍‌ ପାହ୍ୟା:
-ନବୀନ ପଟ୍ଟନାୟକ: ଗୃହ, ସାଧାରଣ ପ୍ରଶାସନ, ସାଧାରଣ ଅଭିଯୋଗ ଏବଂ ବଣ୍ଟନ ହୋଇ ନ ଥିବା ଅନ୍ୟାନ୍ୟ ବିଭାଗ
-ରଣେନ୍ଦ୍ର ପ୍ରତାପ ସ୍ବାଇଁ: ଖାଦ୍ୟ, ଯୋଗାଣ, ସମବାୟ ବିଭାଗ
-ବିକ୍ରମ କେଶରୀ ଆରୁଖ: ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ବିଭାଗ
-ପ୍ରଫୁଲ୍ଲ ମଲ୍ଲିକ: ଖଣି ଓ ଇସ୍ପାତ, ପୂର୍ତ୍ତ ବିଭାଗ, ଗୃହ ବିଭାଗର ରାଷ୍ଟ୍ର ପାହ୍ୟା
-ନିରଞ୍ଜନ ପୂଜାରୀ: ଅର୍ଥ ଓ ଅବକାରୀ ବିଭାଗ
-ପଦ୍ମନାଭ ବେହେରା: ବାଣିଜ୍ୟ ଓ ପରିବହନ ବିଭାଗ, ଯୋଜନା ଓ ସଂଯୋଜନା ବିଭାଗ
-ପ୍ରତାପ ଜେନା: ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ବିଭାଗ
-ଅରୁଣ କୁମାର ସାହୁ: କୃଷି, ମତ୍ସ ଓ ପଶୁ ସମ୍ପଦ ଏବଂ ଉଚ୍ଚଶିକ୍ଷା ବିଭାଗ
-ସୁଦାମ ମାର୍ଣ୍ଡି: ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ
-ସୁଶାନ୍ତ ସିଂହ: ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ
-ନବ କିଶୋର ଦାସ: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
-ଟୁକୁନି ସାହୁ: ମହିଳା ଓ ଶିଶୁ କଲ୍ୟାଣ ବିଭାଗ

ରାଷ୍ଟ୍ରପାହ୍ୟା:
-ଦିବ୍ୟଶଙ୍କର ମିଶ୍ର: ଶକ୍ତି, ଶିଳ୍ପ, ସୁକ୍ଷ୍ମ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ
-ତୁଷାରକାନ୍ତି ବେହେରା: ଆଇଟି, କ୍ରୀଡ଼ା ଓ ଯୁବ ବ୍ୟାପାର
-ପଦ୍ମିନୀ ଦିଆନ: ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନ ଶିଳ୍ପ ବିଭାଗ
-ରଘୁନନ୍ଦନ ଦାଶ: ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ
-ସମୀର ରଞ୍ଜନ ଦାଶ: ସ୍କୁଲ ଓ ଗଣଶିକ୍ଷା ବିଭାଗ
-ଜଗନ୍ନାଥ ସାରକା: ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ
-ଅଶୋକ ଚନ୍ଦ୍ର ପଣ୍ଡା: ବିଜ୍ଞାନ ଓ ପ୍ରଯୁକ୍ତି , ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ
–ଜ୍ୟୋତି ପ୍ରକାଶ ପାଣିଗ୍ରାହୀ: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ
-ପ୍ରେମାନନ୍ଦ ନାୟକ: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ