ନବନିର୍ମାଣ କୃଷକ ସଙ୍ଗଠନର ବୈଠକ: ରାଷ୍ଟ୍ରୀୟ ସମାବେଶରେ ଯୋଗଦେବାକୁ ଆହ୍ବାନ

ନୟାଗଡ଼ ଅଫିସ,୩।୧୧-ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ନୂଆଗାଁ ବ୍ଲକରେ ବ୍ଳକସ୍ତରୀୟ ବୈଠକ ମହିପୁର ରାମଚଣ୍ଡୀଙ୍କ ପୀଠଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୬ ତାରିଖରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀ ସଫଳ କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକ ସଂଯୋଜକ ଧୀରେନ ଦାଶଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ନୂଆଗାଁ ବ୍ଲକର ସମସ୍ତ ପଞ୍ଚାୟତ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଜିଲା ସହ ସଂଯୋଜିକା ମମତା ନାଥ ତାଙ୍କ ବକ୍ତବ୍ୟରେ ସରକାର ସବୁବେଳେ ଚାଷୀଙ୍କୁ ଅଣଦେଖା କରୁଥିବା ପ୍ରକାଶ କରିଥିଲେ। ପ୍ରତ୍ୟେକ କମ୍ପାନୀ ତା’ର ଜିନିଷର ମୂଲ୍ୟ ନିର୍ଦ୍ଧାରଣ କରୁଥିବା ବେଳେ ଚାଷୀ ତା’ର ଉପତ୍ାଦିତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସପି)ରେ କାହିଁକି ବିକ୍ରି କରିପାରୁନାହିଁ, ଏହା ଚାଷୀମାନଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନ୍ୟାୟ କରୁଛନ୍ତି ବୋଲି କହିଥିଲେ। ସଂଯୋଜକ ଦାଶ ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ରାଜନୈତିକ ଦଳ ଚାଷୀଙ୍କୁ ଲୁଟି ଚାଲିଛନ୍ତି ଆଉ ଭଣ୍ଡାଉଛନ୍ତି ବୋଲି କହିଥିଲେ। ରାଜ୍ୟରେ ଟଙ୍କାର ଅଭାବ ନ ଥିବା ବେଳେ ରାଜନେତାମାନେ ଚାଷୀଙ୍କ ଉନ୍ନତି ପାଇଁ ଇଚ୍ଛାଶକ୍ତିର ଅଭାବ ପରିଲକ୍ଷିତ ହେଉଥିବା ପ୍ରକାଶ କରିଥିଲେ। ଚାଷୀମାନେ ଦେଶକୁ ଦାନା ଯୋଗାଉଥିବା ବେଳେ ସରକାର ସେମାନଙ୍କୁ ଲୁଟି ଚାଲୁଛନ୍ତି। ତେଣୁ ଏହାର ପ୍ରତିବାଦରେ ୬ ତାରିଖରେ ହେବାକୁ ଥବା ସମାବେଶରେ ପ୍ରତ୍ୟେକ ଗ୍ରାମର ଶହ ଶହ ଚାଷୀ ଯୋଗ ଦେବା ପାଇଁ ସେ ଆହ୍ବାନ ଦେଇଥିଲେ। ଜିଲା ସହ ସଂଯୋଜକ ରଞ୍ଜିତ ଦଳବେହେରା ନିଜ ବକ୍ତବ୍ୟରେ ଚାଷୀମାନଙ୍କ ହକ୍‌ ପାଇଁ ଆନ୍ନା ହଜାରେ ଓ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର , ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଯୋଗ ଦେଇଥିବାରୁ ହଜାର ହଜାର ଚାଷୀ ଯୋଗ ଦେଇ ସେମାନଙ୍କ ହକ୍‌ ପୂରଣ କରିବା ପାଇଁ ଆନ୍ଦୋଳନ କରିବା ଦରକାର ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଆର୍ତ୍ତତ୍ରାଣ ମହାପାତ୍ର, ଭଗବାନ ସେନାପତି, ରବୀନ୍ଦ୍ର କୁମାର ବରାଡ଼, ପ୍ରଦୀପ କୁମାର ନାୟକ, ଅକ୍ରୂର ସାସମଲ, ଗଙ୍ଗାଧର ମୁଦୁଲି, ଶୂନ୍ୟବାସୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ରାଜ୍ୟରେ ଡାକ୍ତର ମରୁଡ଼ି : ୫୨୪୮ ପଦବୀ ପୂରଣ ପାଇଁ…

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ଡାକ୍ତର ମରୁଡ଼ି ପଡ଼ିଛି। ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ...

ସାରା ରାଜ୍ୟକୁ ଥରାଉଛି ଶୀତ, ଜି.ଉଦୟଗିରି ସବୁଠୁ ଥଣ୍ଡା, ତାପମାତ୍ରା ରହିଛି…

ଭୁବନେଶ୍ୱର,୮ା୧୨: ରାଜ୍ୟରେ କିଛିଦିନ ହେବ ଶୀତ ଲହରି ଜାରି ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍‌...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri