Posted inଫୁରସତ

ନବଜାତକଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ ଡାକ୍ତର, କହିଲେ ୩୦ ହଜାର ପିଲାରେ ଏମିତି ହୋଇଥାନ୍ତି ଜଣେ

କର୍ଣ୍ଣାଟକର ବେଙ୍ଗାଲୁରୁ ହସ୍ପିଟାଲରେ ଏକ କନ୍ୟାସନ୍ତାନ ଜନ୍ମ ନେଇଛି। ଏହି ନବଜାତକଙ୍କୁ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇ କହିଲେ ୩୦ ହଜାର ପିଲାଙ୍କ ମଧ୍ୟରୁ ଜଣକର ଏପରି ହୋଇଥାଏ। ତେବେ ଅସଲ କଥା ହେଲା ହସ୍ପିଟାଲରେ ଜନ୍ମ ନେଇଥିବା ଏହି ନବଜାତକର ଦାନ୍ତ ଥିବା ଦେଖିବାକୁ ପାଇଥିଲେ ଡାକ୍ତର। ଏହା ପରେ ପରିବାର ଲୋକଙ୍କୁ ଦାନ୍ତ ଉପାଡ଼ି ଦେବା ପାଇଁ ପରାମର୍ଶ ଦେଇଥିଲେ। ଏପରି ଦାନ୍ତ ରହିଲେ ପିଲା ବଡ଼ ହେଲେ ସମସ୍ୟା ସୃଷ୍ଟି ହେବ। ଏହା କୌଣସି ସାଧାରଣ ଘଟଣା ନହେଁ, ପରିବାର ଲୋକେ ମଧ୍ୟ ଏଥିରେ ରାଜି ହୋଇଯାଇଥିଲେ। ପରେ ପିଲାର ୨ଟି ଦାନ୍ତକୁ ଡାକ୍ତର ଉପାଡ଼ିଦେଲେ। ଡାକ୍ତରଙ୍କ ସୂଚନା ଅନୁଯାୟୀ, ଶିଶୁପୁତ୍ର ଅପେକ୍ଷା ଶିଶୁକନ୍ୟାମାନଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳିଥାଏ। ଜନ୍ମରୁ ଦାନ୍ତ ଥିଲେ ପିଲାଙ୍କୁ ଫିଡିଂ କରାଇବାରେ କଷ୍ଟ ହୋଇଥାଏ। ଏହି କାରଣରୁ ପିଲାଙ୍କୁ ଅଲସର ପରି ରୋଗ ମଧ୍ୟ ହୋଇଥାଏ।
କାହିଁକି ଜନ୍ମରୁ ହୋଇଥାଏ ଦାନ୍ତ : ଡାକ୍ତର କୁହନ୍ତି, ଯେତେବେଳେ ପିଲାମାନଙ୍କଠାରେ ହରମୋନ୍‌ ସନ୍ତୁଳନ ବିଗିଡ଼ି ଯାଇଥାଏ ସେତେବେଳେ ଜନ୍ମରୁ ଦାନ୍ତ ଉଠିଥାଏ। ଏହି ଦାନ୍ତ ହଳଦିଆ ରଙ୍ଗ ଦେଖାଯିବା ସହ ଛୋଟ ଏବଂ ଅର୍ଦ୍ଧ ବିକଶିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri