ନନ୍ଦନକାନନର ଘଡ଼ିଆଳ କୁମ୍ଭୀର ଯିବ ଭିତରକନିକା

ବାରଙ୍ଗ,୧୮ା୫(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଘଡିଆଳ କୁମ୍ଭୀର ଭିତରକନିକାକୁ ଯିବ। ନନ୍ଦନକାନନରେ ଘଡିଆଳ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ଫଳରେ ଏମାନଙ୍କ ବାସସ୍ଥାନ, ଖାଦ୍ୟ ଓ ସୁରକ୍ଷା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଡିଆଳ କୁମ୍ଭୀରଙ୍କ ସୁରକ୍ଷା ଓ ସଂଖ୍ୟା ବୃଦ୍ଧିକୁ ଆଖିଆଗରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଭିତରକନିକାର ଗଣ୍ଡଦେଶରେ ଛାଡିବାର ଯୋଜନା କରିଛନ୍ତି। ଏଥିପାଇଁ ନନ୍ଦନକାନନ ପକ୍ଷରୁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି। ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସଙ୍କ ନିର୍ଦ୍ଦେଶରେ ନନ୍ଦନକାନନର ବାୟୋଲୋଜିଷ୍ଟ ରାଜେଶ ମହାପାତ୍ର ଶୁକ୍ରବାର ଭିତରକନିକା ଯାଇଛନ୍ତି। ସେଠାକାର କର୍ମଚାରୀମାନଙ୍କ ସହାୟତାରେ ଗଣ୍ଡ ସହ ମହାନଦୀର ଅବବାହିକାର ବିଭିନ୍ନ ସ୍ଥାନ ଦେଖିବା ପରେ ଘଡିଆଳ କୁମ୍ଭୀର ଛଡା ଅଭିଯାନ ଆରମ୍ଭ ହେବ ବୋଲି ଜଣାପଡିଛି।
ପ୍ରକାଶ ଯେ, ଦିନଥିଲା ନନ୍ଦନକାନନରେ ଘଡିଆଳ କୁମ୍ଭୀରମାନଙ୍କ ସଂଖ୍ୟା କମିବାରେ ଲାଗିଥିଲା। ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ରାଜନଗରରୁ କୁମ୍ଭୀରବସାରୁ ଅଣ୍ଡା ସଂଗ୍ରହକରି ଗତବର୍ଷ ଜୁଲାଇରେ ନନ୍ଦନକାନନକୁ ଆଣିବା ସହ କୃତ୍ରିମପ୍ରଜନନ କାର୍ଯ୍ୟ ଆରମ୍ଭ କରିଥିଲେ। ଯାହା ଏବେ ସଫଳ ହୋଇ ଘଡିଆଳ କୁମ୍ଭୀର ସଂଖ୍ୟା ବୃଦ୍ଧିପାଇ ୭୪ରେ ପହଞ୍ଚତ୍ଥିବାର ଜନୁ ବିଭାଗ ରେଞ୍ଜ ଅଫିସର ଅଶୋକ ଦାସ କହିଛନ୍ତି। ଏହି କୁମ୍ଭୀରମାନଙ୍କ ରକ୍ଷଣାବେକ୍ଷଣ ସାଙ୍ଗକୁ ପର୍ଯ୍ୟାପ୍ତ ପରିମାଣର ଜାଗାର ଆବଶ୍ୟକତା ରହିଛି। ତେବେ ସେମାନଙ୍କ ସୁରକ୍ଷା ସହ ଭବିଷ୍ୟତର ବଂଶବୃଦ୍ଧିକୁ ନଜରରେ ରଖି ୧୯୮୬ମସିହା ଭଳି ଚଳିତବର୍ଷ ସାତକୋଶିଆ ଗଣ୍ଡ ଓ ମହାନଦୀର ଅବବାହିକାରେ ଘଡିଆଳ କୁମ୍ଭୀର ଛାଡିବାର ଯୋଜନା ନିଷ୍ପତ୍ତି ନିଆଯାଇଛି ବୋଲି ନନ୍ଦନକାନନ ଉପ-ନିର୍ଦ୍ଦେଶକ ଦାସ କହିଛନ୍ତି। ୨୪ ଅକ୍ଟୋବର ୧୯୮୬ରେ ୩୫ଟି ଓ ୭ ଜାନୁୟାରୀ, ୨୭ ଅକ୍ଟୋବର ଏବଂ ୧୪ ଡିସେମ୍ବର ୧୯୮୭ରେ ୩୬ଟି, ୬୫ଟି ଓ ୩ଟି ସାତକୋଶିଆ ଗଣ୍ଡରେ, ୬ ନଭେମ୍ବର ୧୯୮୯ରେ ୬୨ଟି ମହାନଦୀର ଆଠମଲ୍ଲିକଠାରେ, ୩୧ଜୁଲାଇ ୧୯୯୩ରେ ୭୨ଟି ସାତକୋଶିଆ ଗଣ୍ଡରେ, ୨୬ମାର୍ଚ୍ଚ ୧୯୯୫ରେ ୫୦ଟି ଟିକରପଡା, ୧୭ଏପ୍ରିଲ ୧୯୯୫ରେ ୫୦ଟି ସାତକୋଶିଆ ଗଣ୍ଡରେ, ୪ଡିସେମ୍ବର ୧୯୯୮ରେ ୬୫ଟି ଟିକରପଡା, ୫ନଭେମ୍ବର ୨୦୦୧ରେ ୧୦ଟି ସାତକୋଶିଆ ଗଣ୍ଡରେ ସମୁଦାୟ ୪୪୮ଟି ଘଡିଆଳ କୁମ୍ଭୀର ସାତକୋଶିଆ, ଟିକରପଡା ଓ ମହାନଦୀର ଅବବାହିକାରେ ୧୦ଟି ପର୍ଯ୍ୟାୟରେ ଛଡାଯାଇଛି। ଆସନ୍ତା ଜୁଲାଇରୁ ନନ୍ଦନକାନନ ଦ୍ୱିିତୀୟଥର ପାଇଁ ଘଡିଆଳକୁମ୍ଭୀର ଛାଡିବା ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ୪ବର୍ଷର ସମୟସୀମା ରଖାଯାଇଛି। ୨ବର୍ଷିୟା ଏହି ଯୋଜନାର ପ୍ରଥମବର୍ଷରେ ୪ଟି ପର୍ଯ୍ୟାୟରେ ୩୫ଟି ଘଡିଆଳକୁମ୍ଭୀରକୁ ଛଡାଯିବ। ପ୍ରଥମେ ଜୁଲାଇ ମାସରେ ୫ଟି କୁମ୍ଭୀରକୁ ପରୀକ୍ଷାମୂଳକ ଭାବେ ଭିତରକନିକାର ଗଣ୍ଡଦେଶରେ ଛଡାଯିବ। ଏଥିପାଇଁ ନନ୍ଦନକାନନ ଉପନିର୍ଦ୍ଦେଶକ ୨ଟି ଟିମ୍‌ କରିଛନ୍ତି। ଏହି ଦୁଇଟି ଟିମ ଛଡାଯାଇଥିବା କୁମ୍ଭୀରମାନଙ୍କ ଉପରେ ନଜର ରଖିବେ। ଏଥିପାଇଁ ୨୬ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜସ୍ଥାନର ଚମ୍ବଲପୁରରୁ ଏକ ଟିମ ନନ୍ଦନକାନନ ଆସିବାର କଥାବାର୍ତ୍ତା ସରିଛି। ସେମାନେ ଏଠାକୁ ଆସି ପ୍ରାଥମିକ ପର୍ଯ୍ୟାୟର ଛଡାଯିବାକୁ ଥିବା ୫ଟି କୁମ୍ଭୀର ଦେହରେ ଟ୍ରାନ୍ସମିଟର ଲଗାଇବେ। ପ୍ରତି ଟ୍ରାନ୍ସମିଟରର ଦାମ ୨ଲକ୍ଷ ଟଙ୍କା ରହିଥିବାବେଳେ ଏହାଦ୍ୱାରା କମ୍ପ୍ୟୁଟର ପାଖରେ ବସି କୁମ୍ଭୀରର ଗତିବିଧି ପରଖିବେ। ଏହି ଟ୍ରାନ୍ସମିଟର ଶକ୍ତି ୨ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିବ ଓ ଏହାପରେ ଏହା କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ଏହି ସମୟ ଭିତରେ ଛଡାଯାଇଥିବା କୁମ୍ଭୀରଟିର ବୟସ ବୃଦ୍ଧି ସାଙ୍ଗକୁ ନିଜର ବାସସ୍ଥଳୀକୁ ପରଖି ନେଇଥିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ଏହି ପରୀକ୍ଷଣ ପରେ ଆବଶ୍ୟକତାକୁ ଦେଖି ଦରକାର ମୁତାବକ ଅନ୍ୟ କିଛି ପରିବର୍ତ୍ତନ କରାଯାଇପାରିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri