ନନ୍ଦନକାନନକୁ ଦୀପାବଳି ଭେଟି:ଉପହାରରେ ମିଳିଲା ୮ ହଳଦିଆ ଆନ୍ନାକୋଣ୍ଡା, ନାଇଲ କୁମ୍ଭୀର

ବାରଙ୍ଗ,୨୩-୧୦(ଡି.ଏନ.ଏ.):ନନ୍ଦନକାନନକୁ ମିଳିଛି ଦୀପାବଳି ଭେଟି। ଏହି ଅବସରରେ ନୂଆ ଅତିଥି ଭାବେ ୮ ହଳଦିଆ ଆନ୍ନାକୋଣ୍ଡା ଓ ୩ ନାଇଲ କୁମ୍ଭୀର ମଙ୍ଗଳବାର ସନ୍ଧ୍ୟାରେ ନନ୍ଦନକାନନରେ ପହଞ୍ଚତ୍ଛି। ଏହି ୧୧ଟି ଅତିଥିଙ୍କୁ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟ ଉପହାରରେ ନନ୍ଦନକାନନକୁ ଦେଇଛି। ନନ୍ଦନକାନନ କେବଳ ଆଣିବା ଖର୍ଚ୍ଚକୁ ବହନ କରିଥିବା ଜଣାପଡ଼ିଛି। ପର୍ଯ୍ୟଟକ ପରିଚାଳନା ଦାୟିତ୍ୱରେ ଥିବା ଏସିଏଫ ଅମୂଲ୍ୟ କୁମାର ପରିଡାଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଦଳ ଗତ ବୁଧବାର ସକାଳେ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟ ଅଭିିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏହି ଦଳ ସେଠାରୁ ୩ଟି ମାଈ ନାଇଲ କୁମ୍ଭୀର, ୧.୨ମିଟର ଲମ୍ବର ୪ଅଣ୍ଡିରା ଓ ୪ଟି ମାଈ ହଳଦିଆ ଆନ୍ନାକୋଣ୍ଡାକୁ ସାଙ୍ଗରେ ନେଇ ନନ୍ଦନକାନନ ଫେରିଛନ୍ତି। ଏହି ୧୧ଜଣ ଅତିଥିଙ୍କୁ ସରୀସୃପ ଉଦ୍ୟାନରେ ରଖାଯିବା ପାଇଁ ନନ୍ଦନକାନନ ପକ୍ଷରୁ ପୂର୍ବପ୍ରସ୍ତୁତି ହୋଇଥିଲା। ଏମାନେ ଆସିବା ପରେ ସରୀସୃପ ଉଦ୍ୟାନର ଏନକ୍ଲୋଜର ନଂ. ୪୫କେ’ର କ୍ୱାରେଣ୍ଟଟାଇନରେ ହଳଦିଆ ଆନ୍ନାକୋଣ୍ଡା ଓ ଏନକ୍ଲୋଜର ନଂ ୪୬ଏ’ର କ୍ୱାରେଣ୍ଟଟାଇନରେ ନାଇଲ କୁମ୍ଭୀରକୁ ରଖାଯାଇଛି। ଏମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପାଇଁ କିଛିଦିନ ପାଇଁ କ୍ୱାରେଣ୍ଟଟାଇନରେ ରହିବା ପରେ ଏନ୍‌କ୍ଲୋଜରରେ ପର୍ଯ୍ୟଟକଙ୍କ ଦେଖିବା ପାଇଁ ଛଡାଯିବ। ଏହି ୧୧ ଅତିଥି ଆସିବାପରେ ନନ୍ଦନକାନନରେ ପ୍ରଜାତି ସଂଖ୍ୟା ବୃଦ୍ଧିପାଇ ୧୫୮ରେ ପହଞ୍ଚତ୍ଛି ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି। ମିଶରରେ ଦେଖାଯାଉଥିବା କୁମ୍ଭୀର ପ୍ରଜାତିରେ ବଡ ନାଇଲ କୁମ୍ଭୀର ଓ ହଳଦିଆ ଆନ୍ନାକୋଣ୍ଡା ଆସିବାପରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ହେବାର କର୍ତ୍ତୃପକ୍ଷ ଆଶା ରଖିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri