ନଦୀ ଜଳ ବିବାଦ ବିଚାର ପାଇଁ ବିଲ୍‌ ଲୋକ ସଭାରେ ଗୃହୀତ ଗୋଟିଏ ଟ୍ରିବ୍ୟୁନାଲରେ ସମାଧାନ

ନୂଆଦିଲ୍ଲୀ,୧ା୮ (ପି.ଟି./ଆଇଏଏନ୍‌ଏସ୍‌) ଆନ୍ତଃ ରାଜ୍ୟ ନଦୀଜଳ ବିବାଦର ବିଚାରକୁ ସରଳ ଓ ସୁସଙ୍ଗତ କରିବା ପାଇଁ ଉଦ୍ଦିଷ୍ଟ ଇଣ୍ଟର ଷ୍ଟେଟ୍‌ ରିଭର ଓ୍ବାଟର ଡିସ୍‌ପ୍ୟୁଟ୍‌ (ଆମେଣ୍ଡମେଣ୍ଟ) ବିଲ୍‌, ୨୦୧୯ ବିଲ୍‌ ବୁଧବାର ଲୋକ ସଭାରେ ଗୃହୀତ ହୋଇଛି। ଏହି ବିଧେୟକରେ ବିଭିନ୍ନ ଶାଖାକୁ ନେଇ ଏକକ ଟ୍ରିବ୍ୟୁନାଲ ଗଠନ ପାଇଁ ପ୍ରସ୍ତାବ ରହିଛି। ଗୃହରେ ବିତର୍କ ବେଳେ କଂଗ୍ରେସ ଓ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଲ୍‌କୁ ବିରୋଧ କରି ପ୍ରସ୍ତାବିତ ଆଇନରେ ରାଜ୍ୟଗୁଡ଼ିକ ମଧ୍ୟରେ ବିଚାରବିମର୍ଶର ବ୍ୟବସ୍ଥା ନାହିଁ ଏବଂ ଏହା ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ ବୋଲି ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ବିଜେଡି ପୂର୍ବରୁ ଏହି ବିଲ୍‌କୁ ବିରୋଧ କରିଥିଲେ ହେଁ ଏବେ ଆଭିମୁଖ୍ୟ ବଦଳାଇ ଏହାକୁ ସମର୍ଥନ କରିଛି।
ଆନ୍ତଃ ନଦୀ ଜଳ ବିବାଦ ଆଇନ, ୧୯୫୬ରେ ସଂଶୋଧନ ଆଣିବା ପାଇଁ ଉଦ୍ଦିଷ୍ଟ ବିଲ୍‌ ନିମ୍ନ ସଦନରେ ଧ୍ୱନିମତରେ ପାସ୍‌ ହୋଇଛି। ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ୍‌ ସଂଶୋଧନ ବିଲ୍‌କୁ ଆଗତ କରି ସବୁ ରାଜନୈତିକ ଦଳର ସମର୍ଥନ ଲୋଡ଼ିଥିଲେ। ସେ କହିଥିଲେ, ଏପରି ଉଦାହରଣ ରହିଛି ଯେଉଁଠି ଟ୍ରିବ୍ୟୁନାଲ ୩୩ ବର୍ଷ ଧରି ଗୋଟିଏ ନଦୀ ଜଳ ବିବାଦର ସମାଧାନ କରିପାରି ନାହିଁ। ଡିସ୍‌ପ୍ୟୁଟ୍‌ ରିଜୋଲ୍ୟୁଶନ୍‌ କମିଟି (ଡିଆର୍‌ସି) ଜରିଆରେ ସମସ୍ତ ଜଳ ବିବାଦର ସମାଧାନ ଗୋଟିଏ ବ୍ୟବସ୍ଥାରେ କରାଇବା ହେଉଛି ଏହି ଚିଠା ଆଇନର ଉଦ୍ଦେଶ୍ୟ। ଜଳ ବିବାଦ ମାମଲା ଟ୍ରିବ୍ୟୁନାଲ୍‌କୁ ପଠାଇବା ପୂର୍ବରୁ କେନ୍ଦ୍ର ସରକାର ସମ୍ପୃକ୍ତ କ୍ଷେତ୍ରଗୁଡ଼ିକର ବିଶେଷଜ୍ଞମାନଙ୍କୁ ନେଇ ଡିଆର୍‌ସି ଗଠନ କରିବେ। ବକ୍ତବ୍ୟ ଶେଷରେ ସେ କହିଥିଲେ, ଚାହିଦା ପୂରଣ ପାଇଁ ମାତ୍ର ୪% ଜଳ ପୁଣି ପୂରଣ ହୋଇପାରିବ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଜଳବାୟୁ ପରିବର୍ତ୍ତନ ଯୋଗୁ ସଙ୍କଟ ବଢ଼ିଚାଲିଥିବାବେଳେ ଜଳ ପରିଚାଳନା ନେଇ ଚିନ୍ତାକରିବା ସମୟର ଆହ୍ବାନ। ଆମେ ଉଭୟ ଚାହିଦା ଓ ଯୋଗାଣ ଉପରେ ବିଚାର କରିବା ଜରୁରୀ। ଅନ୍ୟଥା ଏପରି ଏକ ସମୟ ଆସିବ, ଯେତେବେଳେ ଆମକୁ ଏହି ପ୍ରସଙ୍ଗ ଉପରେ ବାଧ୍ୟହୋଇ କାମ କରିବାକୁ ପଡ଼ିବ। ରାଜ୍ୟଗୁଡ଼ିକରେ ଜଳର ଚାହିଦା ବୃଦ୍ଧି ଓ ଆନ୍ତଃ ରାଜ୍ୟ ନଦୀଜଳ ବିବାଦ ବଢ଼ିବାରେ ଲାଗିଥିବାରୁ ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଆଇନ, ୧୯୫୬ରେ ସଂଶୋଧନ ଆଣିବା ପାଇଁ ଏହି ବିଲ୍‌ ଆଗତ କରାଯାଇଛି ବୋଲି ମନ୍ତ୍ରୀ ଶେଖାଓ୍ବତ୍‌ କହିଥିଲେ। ଉଭୟ ଶାସକ ଓ ବିରୋଧୀ ପକ୍ଷର ୨୦ରୁ ଊର୍ଦ୍ଧ୍ୱ ସଦସ୍ୟ ଏନେଇ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିବା ସହ ବିଲ୍‌ରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ। ଭାଜପାର ବରୁଣ ଗାନ୍ଧୀ ବିତର୍କରେ ଭାଗନେଇ କହିଥିଲେ, ଜଳକୁ କ୍ଷେତ୍ରୀୟ ଦୃଷ୍ଟିକୋଣରୁ ଦେଖିଲେ ଦେଶ କ୍ଷତିଗ୍ରସ୍ତ ହେବ।

ଗୋଟିଏ ଟ୍ରିବ୍ୟୁନାଲ୍‌ରେ ….
ତେଣୁ ଏହାକୁ ଜାତୀୟ ପୃଷ୍ଠଭୂମିରେ ବିଚାର କରାଯାଉ। ଆନ୍ତ ନଦୀଜଳ ବିବାଦର ଆଇନଗତ ସମାଧାନ ବଦଳରେ ରାଜନୈତିକ ସମାଧାନର ଆବଶ୍ୟକତା ରହିଛି। କାବେରୀ ତ୍ରିକୋଣ ଭୂମିରେ କୃଷିର ସବୁଠୁ କମ୍‌ ଅଭିବୃଦ୍ଧି ହୋଇଛି। ୫୦%ରୁ ଊର୍ଦ୍ଧ୍ୱ ନାମମାତ୍ର ଚାଷୀ କୃଷିକାର୍ଯ୍ୟ ଛାଡ଼ିଦେଇଛନ୍ତି। ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବ କହିଥିଲେ, ଜୁଲାଇରେ ବିଲ୍‌ ଆଗତ ବେଳେ ରାଜ୍ୟଗୁଡ଼ିକର ପରାମର୍ଶ ନିଆଯାଇ ନ ଥିବାରୁ ତାଙ୍କ ଦଳ ଏହାକୁ ବିରୋଧ କରିଥିଲା। କିନ୍ତୁ ବିଚାରରେ ଉନ୍ନତି ଆସିବ ବୋଲି ଏଥିରେ ପ୍ରତିଶ୍ରୁତି ଦିଆଯାଇଛି। ଏବେ ସେ ବିଲ୍‌କୁ ସମର୍ଥନ କରୁଛନ୍ତି। ବିଲ୍‌ ଆଗତ ବେଳେ ସେ ଉଠାଇଥିବା କେତେକ ଦିଗ ପ୍ରତି ସରକାର ଯନତ୍ବାନ ହୋଇଛନ୍ତି। ତେବେ କେତେକ ପ୍ରଶ୍ନ ଅନୁତ୍ତରିତ ରହିଛି। ଟ୍ରିବ୍ୟୁନାଲ୍ସ ଆଓ୍ବାର୍ଡକୁ କାର୍ଯ୍ୟକାରୀ କରିବା ବେଳେ ଆସୁଥିବା ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ଏଥିରେ କି ପ୍ରକାର ବ୍ୟବସ୍ଥା ରହିଛି ବୋଲି ଭର୍ତ୍ତୃହରି ପ୍ରଶ୍ନ କରିଥିଲେ। କାବେରୀ ଜଳ ଟ୍ରିବ୍ୟୁନାଲ ଆଓ୍ବାର୍ଡ ୨୦୦୭ରେ ପ୍ରଦାନ କରାଯାଇଥିବାବେଳେ ଏଯାଏ କାର୍ଯ୍ୟକାରୀ କରାଯାଇ ନ ଥିବା ସେ କହିଥିଲେ।
ଅନ୍ୟପକ୍ଷରେ ସିପିଆଇଏମ୍‌ର ମଜିଦ୍‌ ଆରିଫ୍‌ ବିଲ୍‌କୁ ବିରୋଧ କରି ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଗନ୍ଧ ବାରିଥିଲେ। ଏହାସହ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନେଇ ପ୍ରସ୍ତାବିତ ଚିଠା ଆଇନରେ କିଛି ନାହିଁ ବୋଲି କହିଥିଲେ। ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ସବୁଠୁ ବେଶି ଜଳ ବିବାଦ ରହିଥିବା କଂଗ୍ରେସର ଏଚ୍‌. ବସନ୍ତକୁମାର ପ୍ରକାଶ କରିଥିଲେ। ଟିଆର୍‌ଏସ୍‌ ସଦସ୍ୟ ନାମା ନାଗେଶ୍ୱର ରାଓ ଏକ ଜାତୀୟ ଜଳ ନୀତି ପ୍ରଣୟନ ଦାବି କରି କହିଥିଲେ, ସେ ଏହି ବିଲ୍‌କୁ ସମର୍ଥନ କରୁଛନ୍ତି। କିନ୍ତୁ ଜଳ ବିବାଦ ସମାଧାନ କରିବାରେ ଏହା ସମ୍ପୂର୍ଣ୍ଣ ଭାବେ ସକ୍ଷମ ନୁହେଁ। ସାରା ଦେଶରେ ଚାଷକାର୍ଯ୍ୟରେ ସେଚନ ପାଇଁ ୪୦,୦୦୦ ଟିଏମ୍‌ସି ଏବଂ ପିଇବା ଓ ଶିଳ୍ପ ପାଇଁ ୧୦,୦୦୦ ଟିଏମ୍‌ସି ଜଳ ଆବଶ୍ୟକ ଥିବାବେଳେ ୭୦,୦୦୦ ଟିଏମ୍‌ସି (୨,୦୦୦ ମିଲିୟନ୍‌ କୁବିକ୍‌) ଜଳ ସମୁଦ୍ରକୁ ଯାଉଛି। ତେଣୁ ଏକ ଉତ୍ତମ ଜଳନୀତି ପ୍ରଣୟନ କରାଯାଉ। ଓ୍ବାଇଏସ୍‌ଆର କଂଗ୍ରେସ ସଦସ୍ୟ ମିଧୁନ ରେଡ୍ଡୀ ବିଲ୍‌କୁ ସମର୍ଥନ କରି ନଦୀ ଜଳ ବିବାଦର ସମାଧାନ ୬ ମାସ ମଧ୍ୟରେ କରାଯାଉ ବୋଲି ଦାବି କରିଥିଲେ। ଜେଡିୟୁର ମହାବଲୀ ସିଂ ଜଳାଶୟଗୁଡ଼ିକ ନିର୍ମାଣ କରି ସେଗୁଡ଼ିକର ରକ୍ଷାବେକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ। ଏହାସହ ସେ ଟ୍ରିବ୍ୟୁନାଲଗୁଡ଼ିକ ରାଜ୍ୟଗୁଡ଼ିକର କଥା ନ ଶୁଣିଲେ କ’ଣ କରାଯିବ ସେନେଇ ବିଲ୍‌ରେ କିଛି ଉଲ୍ଲେଖ କରାଯାଇନାହିଁ ବୋଲି କହିଥିଲେ।
ପ୍ରକାଶ ଯେ, ପ୍ରସ୍ତାବ ଅନୁସାରେ ଅନେକ ଟ୍ରିବ୍ୟୁନାଲ ବଦଳରେ (ସମସ୍ତ ଶାଖାକୁ ନେଇ) ଗୋଟିଏ ଟ୍ରିବ୍ୟୁନାଲ ଗଠନ କରାଯିବ। ଏଥିରେ ଜଣେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ରହିବେ। ସଦସ୍ୟଙ୍କ ସଂଖ୍ୟା ୬ରେ ସୀମିତ ରହିବ। ସେମାନଙ୍କ ମଧ୍ୟରୁ ୩ ବିଚାରବିଭାଗୀୟ ଓ ୩ ବିଶେଷଜ୍ଞ ରହିବେ। ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ କାର୍ଯ୍ୟକାଳ ୫ ବର୍ଷ କିମ୍ବା ସେମାନଙ୍କୁ ୭୦ ବର୍ଷ ହେବା ପର୍ଯ୍ୟନ୍ତ (ଯେଉଁଟା ପ୍ରଥମେ ହେବ) ରହିବ। ଟ୍ରିବ୍ୟୁନାଲକୁ ବୈଷୟିକ ସହାୟତା ପ୍ରଦାନ ପାଇଁ ଆସେସର ନିଯୁକ୍ତ ହେବେ। କେନ୍ଦ୍ରୀୟ ଜଳ ଇଞ୍ଜିନିୟରିଂ ସେବାରେ କାର୍ଯ୍ୟରତ ମୁଖ୍ୟଯନ୍ତ୍ରୀ ପାହ୍ୟାର ବିଶେଷଜ୍ଞଙ୍କ ମଧ୍ୟରୁ ଜଣେ ଅଧିକାରୀଙ୍କୁ ଆସେସର ନିଯୁକ୍ତ କରାଯିବ। ଏଥିରେ ନଦୀଜଳ ବିବାଦର ବିଚାର ପାଇଁ ସର୍ବାଧିକ ସାଢ଼େ ଚାରିମାସ ସମୟ ଧାର୍ଯ୍ୟ କରାଯାଇଛି। ଟ୍ରିବ୍ୟୁନାଲ ଖଣ୍ଡପୀଠଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ଓ ତାକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକ ମାନିବା ପାଇଁ ବାଧ୍ୟ ହେବେ। ଏହା ବ୍ୟତୀତ କୋର୍ଟ ବାହାରେ ବିବାଦର ସମାଧାନ ବ୍ୟବସ୍ଥା ମଧ୍ୟ ପ୍ରସ୍ତାବିତ ଆଇନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri