ନଦୀର ଅଧାପାଣି ସମୁଦ୍ରକୁ ବୋହିଯାଉଛି: ହାତ ଟେକି ଦେଇଛନ୍ତି ସରକାର, ଜଳ ସଂରକ୍ଷଣକୁ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର,୨୫।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ନଦୀରୁ ଜଳ ସିଧାସଳଖ ସମୁଦ୍ରକୁ ବୋହିଯାଉଛି। ଏହାକୁ ରାଜ୍ୟ ସରକାର ସଂରକ୍ଷଣ କରିପାରୁନାହାନ୍ତି। ମହାନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରି ପାଣି ଅଟକାଇବାକୁ ନେଇ ରାଜ୍ୟରେ ଶାସକ ଦଳ ତୁମ୍ବିତୋଫାନ କରୁଛି। ମାତ୍ର ରାଜ୍ୟର ବିଭିନ୍ନ ନଦୀରୁ ଅଧାରୁ ଅଧିକ ଜଳ ସମୁଦ୍ରକୁ ଚାଲିଯାଉଥିଲେ ମଧ୍ୟ ରଖା ଯାଇପାରୁନାହିଁ। ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର ପ୍ରଶ୍ନୋତ୍ତର ବେଳେ ଏହି ସୂଚନା ଦେଇଛନ୍ତି। ଭାଜପା ସଭ୍ୟ ମୋହନ ଚରଣ ମାଝି ଓଡ଼ିଶାରେ ଉପଲବ୍ଧ ହେଉଥିବା ଭୂପୃଷ୍ଠ, ଭୂତଳ ଜଳ ପରିମାଣ କେତେ, ସେଥିରୁ କେତେ ପରିମାଣର ଜଳ ସମୁଦ୍ରକୁ ବୋହିଯାଉଛି, କେତେ ପ୍ରତିଶତ ଜଳ ବାଷ୍ପୀଭୂତ ହେଉଛି, ଉଭୟ ଭୂପୃଷ୍ଠ ଓ ଭୂତଳ ଜଳ ସଂରକ୍ଷିତ ପାଇଁ ଗତ ୧୦ ବର୍ଷ ଭିତରେ କି କି ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏଥିଯୋଗୁ କେତେ ପରିମାଣର ଜଳ ସଂରକ୍ଷିତ ହୋଇପାରିଛି ବୋଲି ପଚାରିଥିଲେ। ଜଳସମ୍ପଦ ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଅବବାହିକାର ଭୂପୃଷ୍ଠ ଜଳର ପରିମାଣ ରାଜ୍ୟ ଜଳ ଯୋଜନା ୨୦୦୪ ଅନୁଯାୟୀ ଆକଳନ କରାଯାଇଛି। ରାଜ୍ୟର ୧୧ଟି ନଦୀର ସମୁଦାୟ ଭୂପୃଷ୍ଠ ଜଳ ୯୫ ହଜାର ୫୪୦ ନିୟୁତ ଘନମିଟର ଜଳ ଧାରଣ କ୍ଷମତା ରହିଛି। ସେଥିରୁ ଜଳସେଚନ ପାଇଁ ୨୧ ହଜାର ୭୯୩. ୧୯ ନିୟୁତ ଘନମିଟର ଜଳ ବ୍ୟବହାର କରାଯାଉଥିବା ବେଳେ ସର୍ବସାଧାରଣ ୨୮୩.୯୫ ଏବଂ ଶିଳ୍ପଗୁଡ଼ିକ ୨ ହଜାର ୨୭୯.୮୫ ନିୟୁତ ଘନମିଟର ଜଳ ବ୍ୟବହାର କରୁଛନ୍ତି। ତେବେ ସମୁଦ୍ରକୁ ୫୦ ହଜାର ୬୪୫.୯୧ନିୟୁତ ଘନମିଟର ପାଣି ଚାଲିଯାଉଛି। ମହାନଦୀରୁ ୨୫ ହଜାର ୯୪୦, ବ୍ରାହ୍ମଣୀରୁ ୭ ହଜାର ୮୧୯, ବୈତରଣୀ ୨୨୧୫, ଋଷିକୁଲ୍ୟା ୭୩୬, ବଂଶଧାରା ୨ ହଜାର ୪୬୮ ଓ ଜମ୍ଭିରା ୧ ହଜାର ୬୬୮, କୋଲାବ୍‌ ୪ ହଜାର ୬୯୯, ଇନ୍ଦ୍ରାବତୀ ୨ ହଜାର ୩୮, ନାଗାବଳୀ ୧ ହଜାର ୬୧୪ ଏବଂ ସୁବର୍ଣ୍ଣରେଖା ନଦୀରୁ ୧ ହଜାର ୪୫୧.୫୯ ନିୟୁତ ଘନମିଟର ପାଣି ସମୁଦ୍ରକୁ ଚାଲିଯାଉଛି। ରାଜ୍ୟରେ ଭୂତଳ ଜଳ ୧୫ ହଜାର ୭୭୦ ନିୟୁତ ଘନମିଟର ଗଚ୍ଛିତ ରହିଛି। ଜଳବାୟୁ ପରିବର୍ତ୍ତନ ଭଳି ପ୍ରାକୃତିକ ସମସ୍ୟା ତଥା ମାତ୍ରାଧିକ ଭୂତଳ ଜଳର ବ୍ୟବହାର ଯୋଗୁ ୧୯୯୭ରୁ ୨୦୧୮ ମଧ୍ୟରେ ଭୂତଳ ଜଳ ହ୍ରାସ ପାଉଛି। ଭୂପୃଷ୍ଠ ଓ ଭୂତଳ ଜଳର ସଂରକ୍ଷଣ ପାଇଁ ରାଜ୍ୟ ସରକାର ୧୪ ହଜାର ୫୮୮ଟି ଆଡ଼ିବନ୍ଧ ନିର୍ମାଣ କରିଛନ୍ତି। ରାଜ୍ୟରେ ୭ଟି ମଧ୍ୟମ, ୧୬ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରାଯାଇ ଜଳ ଗଚ୍ଛିତ ରଖାଯାଉଛି। ଏଥିସହିତ ୨୦୧୫ରୁ ଛାତ ଉପରେ ଜଳ ଅମଳ ପ୍ରକଳ୍ପ କରାଯାଇ ବର୍ଷାଜଳକୁ ଭୂଗର୍ଭକୁ ଛଡ଼ାଯାଉଛି। ବର୍ତ୍ତମାନ ସୁଦ୍ଧା ୧୧ଟି ସହରାଞ୍ଚଳରେ ୯ ହଜାର ୪୩୮ଟି ବେସରକାରୀ ଓ ୩୫୨ଟି ସରକାରୀ କୋଠାରେ ପ୍ରକଳ୍ପ କରାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୬୦୪ ନିୟୁତ ଘନମିଟର ଜଳ ସଂରକ୍ଷଣ କରାଯାଇ ପାରିଛି ବୋଲି ମନ୍ତ୍ରୀ କହିଛନ୍ତି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କହିଲେ ଯେ, ଛତିଶଗଡ଼ ଆଡ଼ିବନ୍ଧ କରି ପାଣି ଅଟକାଉଛି। ରାଜ୍ୟ ସରକାର ମହାନଦୀ, ବ୍ରାହ୍ମଣୀ ଏବଂ ଅନ୍ୟାନ୍ୟ ନଦୀରେ କେବେ ଡ୍ୟାମ୍‌ କରି ପାଣି ରଖିବେ। ଦୟାନଦୀରେ ଆଡ଼ିବନ୍ଧ କରି ଭୁବନେଶ୍ୱର ଆଖପାଖ ଅଞ୍ଚଳର ଚାଷୀଙ୍କୁ କେବେ ପାଣି ଯୋଗାଇବେ ବୋଲି ପଚାରିଥିଲେ। ବିଜେଡି ସଭ୍ୟ ଲତିକା ପ୍ରଧାନ, ବିଷ୍ଣୁବ୍ରତ ରାଉତରାୟ, କଂଗ୍ରେସ ସଭ୍ୟ ନରସିଂହ ମିଶ୍ର, ଭାଜପା ସଭ୍ୟ ଜୟନାରାୟଣ ମିଶ୍ର ପ୍ରମୁଖ ଜଳ ସଂରକ୍ଷଣକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। ସେମାନେ କହିଥିଲେ ଯେ, ପରିବର୍ତ୍ତିତ ଜଳବାୟକୁ ଦେଖି ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କେତେ ପ୍ରକଳ୍ପ ହାତକୁ ନେଇଛନ୍ତି, ଲୋୟର ସୁକ୍‌ତେଲ, ଲୋୟର ଇନ୍ଦ୍ର ପ୍ରକଳ୍ପ କେବେ ସୁଦ୍ଧା ଶେଷ ହେବ। ସ୍ଥାନୀୟ ବିଧାୟକଙ୍କୁ ଡାକି ଆଲୋଚନା କରନ୍ତୁ। ରାଜ୍ୟ ସରକାରଙ୍କ ଜଳ ପରିଚାଳନା ନୀତି କିଛି ଅଛି କି? ସରକାର ଚେକ୍‌ଡ୍ୟାମ କରିଛନ୍ତି ମାତ୍ର ସେଗୁଡ଼ିକ ଠିକ୍‌ ଭାବେ ପରିଚାଳନା କରାଯାଉନାହିଁ। ପାଣି ରହିବ କେମିତି ବୋଲି ସଭ୍ୟମାନେ ପଚାରିଥିଲେ। ମନ୍ତ୍ରୀ କହିଥିଲେ, ଚଳିତବର୍ଷ କୁଆଖାଇ ନଦୀରେ ଜଳ ସଂରକ୍ଷଣ କରିବା ପାଇଁ ଏକ ଚେକ୍‌ଡ୍ୟାମ ନିର୍ମାଣ କରାଯାଉଛି। ଏହି ପାଇଲଟ ପ୍ରକଳ୍ପ ସଫଳ ହେଲେ ଅନ୍ୟାନ୍ୟ ନଦୀରେ ଡ୍ୟାମ୍‌ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri