Categories: ଖେଳ

ନଟିଂହାମଶାୟର ପକ୍ଷରୁ ଖେଳିବେ ଅଶ୍ୱିନ

ନୂଆଦିଲ୍ଲୀ, ୧୯ା୫(ପିଟି)- ସିନିୟର ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡ କାଉଣ୍ଟି ଦଳ ନଟିଂହାମଶାୟର ପାଇଁ ଖେଳିବେ। ଚଳିତ ସିଜନରେ ସେ ନଟିଂହାମ ପାଇଁ ୬ ମ୍ୟାଚ୍‌ ଖେଳିବେ। ଅଶ୍ୱିନଙ୍କ ଚୁକ୍ତି ଏବେ ଶେଷ ପର୍ଯ୍ୟାୟରେ ଅଛି। ତାଙ୍କ ଏନ୍‌ସିଓରେ କେବଳ ବିସିସିଆଇ ସିଇଓଙ୍କ ସ୍ବାକ୍ଷର ଦରକାର ବୋଲି ବିସିସିଆର ଜଣେ ସିନିୟର କର୍ମକର୍ତ୍ତା କହିଛନ୍ତି। ନିୟମ ଅନୁଯାୟୀ, ପ୍ରସ୍ତାବ ମିଳିବା ପରେ ହିଁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା କୌଣସି ଖେଳାଳି କାଉଣ୍ଟି କ୍ରିକେଟରେ ଖେଳିପାରିବେ। ଅଶ୍ୱିନଙ୍କ ପୂର୍ବରୁ ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ହାମ୍ପଶାୟର ସହ ଚୁକ୍ତି କରିଛନ୍ତି। କ୍ୟାରିୟରରେ ୨ୟ ଥର ପାଇଁ ଅଶ୍ୱିନ କାଉଣ୍ଟି ଖେଳିବାକୁ ଯାଉଛନ୍ତି। ୩୨ ବର୍ଷୀୟ ବୋଲର ସଦ୍ୟସମାପ୍ତ ଆଇପିଏଲରେ ୧୪ ମ୍ୟାଚ୍‌ରୁ ୨୦ ଉଇକେଟ ନେବା ସହ ୨୧୪ ରନ୍‌ କରିଥିଲେ। ବିସିସିଆଇ ବହୁ କାଉଣ୍ଟି କ୍ଲବ ସହ ଯୋଗାଯୋଗରେ ଅଛି। ସେମାନେ ଭାରତୀୟ ଷ୍ଟାର ଖେଳାଳିଙ୍କୁ ଦଳରେ ନେବାକୁ ଚାହାନ୍ତି। ରାହାନେ, ଅଶ୍ୱିନ ଓ ପୂଜାରା ବିଭିନ୍ନ କାଉଣ୍ଟ କ୍ଲବ ସହ ୩ ବର୍ଷିୟା ଚୁକ୍ତି କରିଛନ୍ତି। ଯଦି ସବୁକିଛି ଠିକ୍‌ ରୁହେ, ତେବେ ଉମେଶ ଯାଦବ ଓ ଈଶାନ୍ତ ଶର୍ମାଙ୍କୁ ମଧ୍ୟ କିଛି ମ୍ୟାଚ୍‌ ଖେଳିବାକୁ ମିଳିପାରେ।

Share