ନକଟିଗୁଡାରେ ବିପିଏଲ ଲାଇଟର ଶୁଭାରମ୍ଭ: ଉପକୃତ ହେବେ ୧୧୬ ପରିବାର

ଜୁନାଗଡ,୧୫।୬(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ନକଟିଗୁଡା ପଞ୍ଚାୟତରେ ସୋମବାର ବିପିଏଲ ଲାଇଟର ଶୁଭାରମ୍ଭ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଜୁନାଗଡ ବିଧାୟକ ତଥା ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଗ୍ରାମରେ ୬ଟି ଟ୍ରାନ୍ସଫର୍ମର ଲଗାଯାଇ ୧୧୬ ଜଣ ବିପିଏଲ ପରିବାରଙ୍କୁ ବିଦ୍ୟୁତ ଯୋଗାଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟୁତ୍‌ ବିଭାଗର ଏସ୍‌ଡିଓ ମନୋଜ ପଟ୍ଟନାୟକ, ସହକାରୀ ପରିଚାଳକ କୃଷ୍ଣଚନ୍ଦ୍ର ସ୍ବାଇଁ, ଯନ୍ତ୍ରୀ ସମୀର ସ୍ବାଇଁ, ଭବାନୀପାଟଣା ପୂର୍ବତନ ପୌରାଧ୍ୟକ୍ଷ ଆଦିତ୍ୟ ନନ୍ଦ, ଜୁନାଗଡ ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ମହେଶ ସାହୁ, ସମିତିସଭ୍ୟ ବିକାଶ ରଞ୍ଜନ ସରାଫ, ଦିନେଶ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।