Posted inଖେଳ

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି

କୋଲକାତା,୨୪।୧୧- ଦେଶର ପ୍ରଥମ ଭାରତୀୟ ଅଧିନାୟକ ଭାବେ ବିରାଟ କୋହଲି ରବିବାର କ୍ରମାଗତ ୭ ଟେଷ୍ଟ ଜିତି ରେକର୍ଡ କରିଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା ଦିବାରାତ୍ର ଟେଷ୍ଟକୁ ଭାରତ ଏକ ଇନିଂସ ଓ ୪୬ ରନ୍‌ରେ ମ୍ୟାଚ୍‌ ଜିତି ନେଇଛି। ଏହା କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍‌ିଆର କ୍ରମାଗତ ୭ ଟେଷ୍ଟ ବିଜୟ। ଏଥିସହ କୋହଲି ପୂର୍ବତନ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି। ୨୦୧୩ରେ ଧୋନୀଙ୍କ ନେତୃତ୍ୱରେ ଭାରତ ଲମ୍ବା ଫର୍ମାଟରେ କ୍ରମାଗତ ୬ ମ୍ୟାଚ୍‌ ଜିତିଥିଲା। ଏତଦ୍‌ ବ୍ୟତୀତ ପିଙ୍କ ବଲ ଟେଷ୍ଟ ବିଜୟ ଭାରତ ପାଇଁ ଏକ ସ୍ବତନ୍ତ୍ର ରେକର୍ଡ ଅଧିକାରୀ ହୋଇଛି। ଟିମ୍‌ ଇଣ୍ଡିଆ କ୍ରମାଗତ ୪ ମ୍ୟାଚ୍‌କୁ ଇନିଂସ ବ୍ୟବଧାନରେ ଜିିତି ରେକର୍ଡ କରିଛି। ପ୍ରଥମ ଦଳ ଭାବେ ଏପରି କରିପାରିଛି। ଦିବାରାତ୍ର ଟେଷ୍ଟରେ ଭରତୀୟ ସ୍ପିନରମାନେ ଗୋଟିଏ ହେଲେ ଉଇକେଟ ନେଇ ପାରି ନ ଥିଲେ। ଏହା ବିଶ୍ୱ କ୍ରିକେଟରେ ଦ୍ୱିତୀୟ ଘଟଣା। ପ୍ରଥମ ଥର ପାଇଁ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri