Categories: ଖେଳ

ଧୋନୀଙ୍କୁ ପୁଣି ସମାଲୋଚନା କଲେ ଯୁବିଙ୍କ ବାପା

ନୂଆଦିଲ୍ଲୀ,୧୦।୭- ପ୍ରାକ୍ତନ ଅଲ୍‌ରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ ବାପା ତଥା ପୂର୍ବତନ ପେସର ଯୋଗରାଜ ପୁଣିଥରେ ମହେନ୍ଦ୍ର ସିଂ ଧୋନୀଙ୍କୁ ସମାଲୋଚନା କରିଛନ୍ତି। ଏଥର ଅମ୍ବାତି ରାୟୁଡୁଙ୍କ ଅବସର ପାଇଁ ଧୋନୀଙ୍କୁ ଦାୟୀ କରିଛନ୍ତି। ବିଶ୍ୱକପ୍‌ ଦଳରୁ ବାଦ୍‌ ପଡ଼ିବା ଓ ପରେ ଚୟନକର୍ତ୍ତା ଉପେକ୍ଷା କରିବା ଯୋଗୁ ଚଳିତ ମାସରେ ରାୟୁଡୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ରାୟୁଡୁ ଆହୁରି ଅଧିକରୁ ଅଧିକ ଖେଳିବା ଉଚିତ। ସେ ରଣ୍‌ଜୀ, ଇରାନୀ ଓ ଦିଲୀପ ଟ୍ରଫି ଖେଳିବା ଦରକାର। ତାଙ୍କ ନିକଟରେ ଆହୁରି କ୍ରିକେଟ ରହିଛି। ତୁମ ଅବସର ଲାଗି ଠିକ୍‌ ସମୟ ଆସିନାହିଁ। ଅବସରରୁ ଫେରି ଆସି ତୁମ ଦକ୍ଷତାର ପ୍ରଦର୍ଶନ କର। ଧୋନୀଙ୍କ ଭଳି ଖରାପ ଖେଳାଳି ଦଳରେ ସର୍ବଦା ରହିବେ ନାହିଁ ବୋଲି ଯୋଗରାଜ କହିଛନ୍ତି। ତେବେ ଯୋଗରାଜଙ୍କ ଏଭଳି ଟିପ୍ପଣୀ କ୍ରିକେଟ ପ୍ରଶଂସକ ଗ୍ରହଣ କରିନାହାନ୍ତି। ଅଧିନାୟକ ନ ଥିବାରୁ ବିଶ୍ୱକପ୍‌ ଦଳ ଚୟନରେ ଧୋନୀଙ୍କ ଭୂମିକା ନାହିଁ। ଉଲ୍ଲେଖଥାଉ କି, ଧୋନୀଙ୍କ ନେତୃତ୍ୱରେ ରାୟୁଡୁ ଚେନ୍ନାଇ ସୁପର କିଙ୍ଗ୍ସର ସମସ୍ତ ମ୍ୟାଚ୍‌ ଖେଳିଥିଲେ।

Share