Posted inଖେଳ

ଧୋନୀଙ୍କୁ ଆଉଟ୍‌ କରିବା ପରେ ଭାବପ୍ରବଣ ହେଲେ ଏହି ବୋଲର୍‌: କହିଦେଲେ ଏମିତି

ମୁମ୍ବାଇ,୨୦।୪: ଆଇପିଏଲ ୨୦୨୧ରେ ରାଜସ୍ଥାନ ରୟାଲ୍ସ (ଆରଆର) ପାଇଁ ଖେଳୁଥିବା ବାମହାତୀ ଦ୍ରୁତ ବୋଲର ଚେତନ ସାକରିଆ ତାଙ୍କ ଖେଳ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ସୋମବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷ ମ୍ୟାଚରେ ସେ ୩ଟି ଉଇକେଟ ନେଇଥିଲେ। ଏଥିରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ସୁରେଶ ରାଇନାଙ୍କ ଗୁରୁତ୍ୱପୂର୍ଣ୍ଣ ଉଇକେଟ ରହିଛି। ଯଦିଓ ତାଙ୍କ ଦଳ ମ୍ୟାଚକୁ ୪୫ ରନରେ ହରାଇଥିଲା କିନ୍ତୁ ସାକାରିଆ ନିଜର ଛାପ ଛାଡିବାରେ ସଫଳ ହୋଇଥିଲେ। ସେ ୪ ଓଭରରେ ୩୬ ରନ ଦେଇ ୩ଟି ଉଇକେଟ ନେଇଥିଲେ।

ମ୍ୟାଚ ପରେ ଚେତନ ଇନଷ୍ଟାଗ୍ରାମରେ ଧୋନୀଙ୍କ ସହ ନିଜର ଏକ ଫଟୋ ଶେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି ଯେ, ମୁଁ ପିଲାଦିନରୁ ତୁମକୁ ପସନ୍ଦ କରେ ଏବଂ ଆଜି ତୁମ ବିପକ୍ଷରେ ମ୍ୟାଚ ଖେଳିବାର ସୁଯୋଗ ପାଇଲି। ଏହା ମୋ ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ, ଯାହା ମୁଁ ଯୁଗ ଯୁଗ ଧରି ମନେ ରଖିବି। ତୁମ ପରି ଆଉ କେହି ହୋଇପାରିବ ନାହିଁ। ମୋ ଭଳି ଖେଳାଳିଙ୍କୁ ପ୍ରେରଣା ଦେଇଥିବାରୁ ଧନ୍ୟବାଦ। ଚେତନ ସିଏସକେ ବିପକ୍ଷରେ ୩ଟି ଉଇକେଟ ନେବା ପୂର୍ବରୁ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସମାନ ସଂଖ୍ୟକ ଉଇକେଟ ନେଇଥିଲେ। ଆଇପିଏଲରେ ଏହା ତାଙ୍କର ପ୍ରଥମ ମ୍ୟାଚ ଥିଲା। ଏହି ମ୍ୟାଚରେ ସାକାରିଆ ୩୧ ରନ ପାଇଁ ୩ଟି ଉଇକେଟ ନେଇଥିଲେ।
ଚେତନଙ୍କ ପାଇଁ ଏଠାରେ ପହଞ୍ଚିବା ଯାତ୍ରା ସହଜ ହୋଇନାହିଁ। ତାଙ୍କ ପିତା ଜଣେ ଅଟୋ ଡ୍ରାଇଭର ଥିଲେ। କିନ୍ତୁ କିଛି ବର୍ଷ ପୂର୍ବେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଏହା ପରେ ପରିବାରର ଦାୟିତ୍ୱ ଚେତନଙ୍କ ଉପରକୁ ଆସିଲ। ତଥାପି, ସେ ସାହସ ହରାଇଲେ ନାହିଁ। ପରିବାର ସହିତ କ୍ରିକେଟ ଖେଳିବା ଜାରି ରଖିଥିଲେ। ଚଳିତ ବର୍ଷ ଜାନୁୟାରୀରେ ତାଙ୍କ ସାନଭାଇ ଆତ୍ମହତ୍ୟା କରିଥିଲେ। ସେତେବେଳେ ଚେତନ ସୟଦ ମୁସ୍ତାକ ଅଲି ଟ୍ରଫି ଖେଳୁଥିଲେ। ତେଣୁ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇ ନଥିଲେ। ସେ ଘରକୁ ଫେରିବା ପରେ ତାଙ୍କ ସାନଭାଇଙ୍କ ମୃତ୍ୟୁ ବିଷୟରେ ଜାଣିବାକୁ ପାଇଲେ। ସେ ଏହା ଦ୍ୱାରା ଏତେ ଭାଙ୍ଗି ଯାଇଥିଲେ ଯେ ସେମାନେ ଅନେକ ଦିନ ପର୍ଯ୍ୟନ୍ତ ଖାଇବା ଛାଡିଦେଇଥିଲେ। ଚଳିତ ବର୍ଷ ଆଇପିଏଲ ନିଲାମରେ ଚେତନଙ୍କ ମୂଳ ମୂଲ୍ୟ ୨୦ ଲକ୍ଷ ଟଙ୍କା ଥିଲା। ଶେଷରେ ରାଜସ୍ଥାନ ତାଙ୍କୁ ୧.୨ କୋଟି ଟଙ୍କାରେ କିଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri