ଧାନ ବିକ୍ରି ପାଇଁ ଗ୍ରିଭେନ୍ସ ସେଲକୁ ପଶିଲେ ଚାଷୀ: ଦୀର୍ଘ ଘଣ୍ଟାଏ ଆଲୋଚନା ହେଲା, ଜିଲାପାଲଙ୍କ ଅଫିସ ଘେରାଉ

ନୂଆପଡା ଅଫିସ,୧ା୭
ରାଜ୍ୟ ସରକାର ନୂଆପଡ଼ା ଜିଲାରୁ ଧାନକିଣା ପାଇଁ ଜୁନ ୩୦ ତାରିଖକୁ ଶେଷ ଦିନ ଭାବେ ଲକ୍ଷ୍ୟ ଧାର୍ଯ୍ୟ କରି ଘୋଷଣା କରିଥିଲେ। ସେହି ଦିନ ସୁଦ୍ଧା ବଣ୍ଟନ କରାଯାଇଥିବା ଟୋକନରୁ ଧାନ ଉଠାଣ କରିବା ସିଦ୍ଧାନ୍ତ ନିଆଯାଇଥିଲା। ଟୋକନ ମିଳିଥିଲେ ହେଁ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ବିକ୍ରି ନ ହୋଇ ପଡିରହିଛି। ଏପଟେ ଛତିଶଗଡରୁ ଧାନ ଆସି ମିଲର୍ସଙ୍କ ଗୋଦାମରେ ପଡି ରହିଛି ବୋଲି ଅସନ୍ତୋଷ ଚାଷୀମାନେ ସୋମବାର ନୂଆପଡା ଆସି ଜିଲାପାଲଙ୍କ ଅଫିସ ଘେରାଉ କରିବା ସହ ସଦଭାବନା ସଭାଗୃହରେ ଅଭିଯୋଗ ଶୁଣାଣି ଶିବିର ଚାଲିଥିବା ବେଳେ ଭିତରକୁ ପଶି ଦାବି ଜଣାଇଥିଲେ। ବାହାରେ ଶତାଧିକ ଚାଷୀ ଘେରାଉ କରି ରହି ଥିବାବେଳେ ଅଧିକାରୀମାନଙ୍କ ସହ ଦୀର୍ଘ ଘଣ୍ଟାଏକାଳ ଆଲୋଚନା ହୋଇଥିଲା। ଧାନ ବିକ୍ରି ନ ହେବା ଯାଏଁ ସେମାନେ ଅଭିଯୋଗ ଶୁଣାଣି ଶିବିରରେ ରହିବେ ବୋଲି ଅଡିବସିଥିଲେ। ପରେ ପୋଲିସର ଉପସ୍ଥିତିରେ ଚାଷୀମାନଙ୍କ ତରଫରୁ ପ୍ରସନ୍ନ କୁମାର ପାଢୀ, ଚତୁର୍ଭୁଜ ଶର୍ମା, ରବୀନ୍ଦ୍ର ମଙ୍ଗରାଜ, ହୋମ ସିଂ ମାଝି ପ୍ରମୁଖ ଆଲୋଚନା କରିଥିଲେ। ଅନ୍ୟପକ୍ଷେ ଅତିରିକ୍ତ ଜିଲାପାଳ ସୀତାରାମ ପଟେଲ, ଡିଆରଡିଏ ପିଡି ବୃଷଭ ଚନ୍ଦ୍ର ନାଏକ, ଜିଲା ଯୋଗାଣ ବିଭାଗ ଅଧିକାରୀ ଅଶୋକ ଦାସ, ଏଏସପି ସୁନୀଲ କୁମାର ଆଚାର୍ଯ୍ୟ, ଏସଡିପିଓ ଅଜୟ କୁମାର ପଟ୍ଟନାୟକ ପ୍ରମୁଖ ଦାବିଗୁଡିକ ଉପରେ ଗୋଟି ଗୋଟି କରି ଆଲୋଚନା କରିଥିଲେ। ଚାଷୀ ପକ୍ଷରୁ ତୁରନ୍ତ ଧାନ କିଣା ଯିବା, ମିଲର୍ସଙ୍କ ଗୋଦାମରେ ଭର୍ତ୍ତି ଥିବା ଛତିଶଗଡି ଧାନର ତଦନ୍ତ କରିବା, ଟୋକନ ପାଇଥିବା ଚାଷୀଙ୍କ ଧାନକୁ ମିଲର୍ସ କିଣି ନେବାକୁ ଦାବି କରାଯାଇଥିଲା । ଏହା ଉପରେ ବିଚାର କରି ମିଲର୍ସଙ୍କ ଗୋଦାମର ତନଖୀ କରାଯିବା, ଟୋକନ ଥିବା ଚାଷୀଙ୍କ ଧାନକୁ ତୁରନ୍ତ କିଣାଯିବାକୁ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଥିଲା। ଏହିଭଳି ଜିଲାର ଧାନ କିଣା ଟାର୍ଗେଟକୁ ବୃଦ୍ଧି ସକାଶେ ରାଜ୍ୟ ସରକାରଙ୍କୁ ଜଣାଇଛୁ। ଏହା ବୃଦ୍ଧି କରାଗଲେ ସବୁ ଧାନ କିଣାଯିବ ବୋଲି କୁହାଯାଇଛି । ଏସବୁ ପ୍ରତିଶ୍ରୁତି ପରେ ଚାଷୀମାନେ ମଙ୍ଗଳବାର ପୂର୍ବାହ୍ନ ୧୦ଟା ସୁଦ୍ଧା ଧାନ କିଣା ନ ଗଲେ ହଜାର ହଜାର ବସ୍ତା ଧାନ ଆଣି ଜିଲାପାଳଙ୍କ କାର୍ଯ୍ୟାଳୟରେ ରଖି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏଭଳିସ୍ଥିତି ଜିଲାରେ ପ୍ରଥମ ଥର ପାଇଁ ହୋଇଥିବାରୁ ଏହାକୁ ଚାଷୀ ମହଲରେ ଜିଲା ପ୍ରଶାସନର ଅକ୍ଷମତା ବୋଲି କହି ତୀବ୍ର ନିନ୍ଦା କରାଯାଇଛି ।
ସୂଚନାଯୋଗ୍ୟ ଯେ, ଜିଲାରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬୨ ହଜାର କୁଇଣ୍ଟାଲ ଧାନ କିଣାଯାଇଛି । ତଥାପି ବିଭିନ୍ନ ମଣ୍ଡିରେ ୩୦ ହଜାରରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ଧାନ ପଡିରହିଥିବା ଚାଷୀମାନେ ଦାବି କରୁଛନ୍ତି । ଚାଷୀଙ୍କୁ ଟୋକନ ଦିଆଯାଇଛି। ଟୋକନ ନେଇ ଚାଷୀ ମିଲର୍ସଙ୍କ ଗୋଦାମକୁ ଯାଉଛନ୍ତି। ମିଲର୍ସମାନେ ତାଙ୍କ ମର୍ଜିରେ ୧୦/୨୦ କିଗ୍ରା କଟନି କରିବାକୁ ମୂଲଚାଳ କରୁଛନ୍ତି । ଏପଟେ ବର୍ଷା ଆସୁଥିବାରୁ ଚାଷୀ ବାରଦୁଆର ହେଉଛନ୍ତି। ଜିଲା ଅଫିସକୁ ଆସିଲେ ଟାର୍ଗେଟ ସରିଯାଇଥିବା କୁହାଯାଉଛି। ଏଭଳି ସ୍ଥିତିରେ ବିଶେଷ କରି ପରକୋଡ, ଡୁମେରପାଣି, ଜଡାମୁଣ୍ଡା ମଣ୍ଡି ଅଧୀନ ଚାଷୀମାନେ ବ୍ୟତିବ୍ୟସ୍ତ ହୋଇପଡଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri